ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ସଂକ୍ରମଣ ଚେନ୍‌କୁ ଭାଙ୍ଗିବା ପାଇଁ ରାଜ୍ୟ ସରକାର ଆଉ ଏକ ନିଷ୍ପତ୍ତି ନେଇଛନ୍ତି। ଫିଲ୍ମ ଓ ସିରିଏଲ ସୁଟିଙ୍ଗକୁ ବନ୍ଦ କରିଛନ୍ତି ସରକାର। ସମସ୍ତ ଇନ୍‌ଡୋର ଓ ଆଉଟ୍‌ଡୋର ସୁଟିଙ୍ଗକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା।

ସୁଟିଙ୍ଗ ପାଇଁ ଯେଉଁ ଅନୁମତି ମିଳିଥିଲା ତାହାକୁ ବାତିଲ୍ କରି ଦିଆଯାଇଛି। ସ୍ୱତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ଆଉଟ୍‌ଡୋର ସୁଟିଙ୍ଗ ପାଇଁ ଯେଉଁ ଅନୁମତି ଦିଆଯାଇଥିଲା, ତାହାକୁ ସମ୍ପୃକ୍ତ ବିଭାଗ ବାତିଲ୍ କରିବେ। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ।

କରୋନାର ପ୍ରଥମ ଲହର ସମୟରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା। ରାଜ୍ୟରେ ସଂକ୍ରମଣକୁ ଦୃଷ୍ଟିରେ ରଖି ସିରିଏଲ ଓ ଫିଲ୍ମ ସୁଟିଙ୍ଗକୁ ବନ୍ଦ କରି ଦିଆଯାଇଥିଲା। ପୂର୍ବରୁ ହୋଇଥିବା ସୁଟିଙ୍ଗଙ୍କୁ ଟିଭିରେ ପ୍ରସାରଣ କରାଯାଉଥିଲା। କରୋନା ସ୍ଥିତିରେ ସୁଧାର ଆସିବା ପରେ ପୁଣିଥରେ ସୁଟିଙ୍ଗକୁ ଅନୁମତି ମିଳିଥିଲା। ଚଳିତ ବର୍ଷ କରୋନାର ଦ୍ୱିତୀୟ ଲହର ସଂକ୍ରମଣରେ ବ୍ରେକ୍ ନଲାଗୁଥିବାରୁ ପୁନର୍ବାର ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।

Comment