ଓଡ଼ିଶାଲାଇଭ୍ ବ୍ୟୁରୋ

ବ୍ଲାକ୍ ଫଙ୍ଗସ୍‌କୁ ମହାମାରୀ ଘୋଷଣା କରିଛନ୍ତି ଓଡ଼ିଶା ସରକାର। ମହାମାରୀ ଆଇନ-୧୮୯୭ର ଧାରା-୩ ଅନୁସାରେ ‘ବ୍ଲାକ୍ ଫଙ୍ଗସ୍‌’କୁ ମହାମାରୀ ଭାବେ ଘୋଷଣା କରାଯାଇଛି। ଏନେଇ ଗୁରୁବାର ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

କରୋନା ମହାମାରୀ ସଂକ୍ରମଣର ଭୟାଭହତା ମଧ୍ୟରେ ‘ବ୍ଲାକ ଫଙ୍ଗସ୍‌’ ଅନେକଙ୍କୁ ଆକ୍ରାନ୍ତ କରିଛି। ତେଣୁ କେତେକ ରାଜ୍ୟର ସରକାର ଏହାକୁ ମହାମାରୀ ଭାବେ ଘୋଷଣା କରିସାରିଛନ୍ତି।ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ଓଡ଼ିଶାରେ ଏପର୍ଯ୍ୟନ୍ତ ୧୧ଜଣ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଥିବା ବେଳେ ସମସ୍ତେ ଏବେ ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତି। ଏହି ରୋଗୀମାନଙ୍କ ସ୍ଵାସ୍ଥ୍ୟାବସ୍ଥା ଉପରେ ସରକାର ନଜର ରଖିଛନ୍ତି।

ସେହିପରି ବ୍ଲାକ୍ ଫଙ୍ଗସ୍ ରୋଗର ଲକ୍ଷଣ ଓ ଏହାର ମୁକାବିଲା ପାଇଁ ୩ ଦିନ ତଳେ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଗଠନ କରାଥିଲେ। ବରିଷ୍ଠ ଡାକ୍ତରମାନଙ୍କୁ ନେଇ ଗଠିତ ଏହି କମିଟି ସରକାରଙ୍କୁ ୬ଟି ସୁପାରିସ୍ କରିଛି। ଏହି ସୁପାରିସ୍ ଆଧାରରେ ସରକାର ବ୍ଲାକ୍ ଫଙ୍ଗସ୍‌କୁ ମହାମାରୀ ଭାବେ ଘୋଷଣା କରିଛନ୍ତି।

Comment