ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏବର୍ଷ ବି ରଜ ପର୍ବ ଫିକା ପଡ଼ିବ। ଗତ ବର୍ଷ କରୋନା ଯୋଗୁଁ ଉପକୂଳ ଓଡିଶାର ଗଣ ପର୍ବ ରଜ ପାଳିତ ହୋଇପାରିନଥିଲା। ଆଶା କରାଯାଉଥିଲା କୋଭିଡ ସଂକ୍ରମଣରୁ ନିସ୍ତାର ମିଳିବ ଓ ଲୋକେ ଅନ୍ୟ ବର୍ଷ ଭଳି ରଜ ପର୍ବକୁ ଧୁମ୍‌ଧାମ୍‌ରେ ପାଳନ କରିବେ। କିନ୍ତୁ ଚଳିତ ବର୍ଷ ମଧ୍ୟ ସମାନ ପରିସ୍ଥିତି ଦେଖା ଦେଇଛି। ଆସନ୍ତା ୧୭ ତାରିଖ ପର୍ୟ୍ୟନ୍ତ ରାଜ୍ୟରେ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ ବଳବତ୍ତର ରହିବ । ଏସବୁ କଟକଣା ଭିତରେ ଚଳିତ ବର୍ଷ ରଜ ପର୍ବ ପାଳିବା ସମ୍ଭବ ହେବ ନାହିଁ।ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା କାରଣରୁ ରାଜ୍ୟ ସରକାର ବାଧ୍ୟ ହୋଇ ୧୭ ତାରିଖ ପର୍ଯ୍ୟନ୍ତ ତାଲା ବନ୍ଦ ଘୋଷଣା କରିଛନ୍ତି। ଏହା ଯୋଗୁଁ ଲୋକମାନେ ରଜ ପାଇଁ ପ୍ରସ୍ତୁତ ହୋଇପାରୁ ନାହାଁନ୍ତି। ଯଦି କରୋନା ସଂକ୍ରମଣ ନିୟନ୍ତ୍ରଣରେ ଥାଆନ୍ତା କିମ୍ବା ସବୁ କିଛି ଠିକ୍‌ ଚାଲିଥାନ୍ତା, ତେବେ ଏବର୍ଷ ରଜ ଧୁମ୍‌ଧାମ୍‌ରେ ଜୁନ ୧୪ରୁ ୧୬ ମଧ୍ୟରେ ପାଳିତ ହୋଇଥାନ୍ତା।

ରଜ ପର୍ବ ଉପଲକ୍ଷେ ସହରରେ ବିଭିନ୍ନ ସଂସ୍ଥା ପକ୍ଷରୁ ଆନୁଷ୍ଠାନିକ ଭାବେ ଯେଉଁ ଉତ୍ସବ ଆୟୋଜିତ ହୋଇଥାଏ ତାହା ବି ଏବର୍ଷ ପାଳିତ ହେବନାହିଁ। ତେବେ ଗାଁ ଗହଳିରେ ରଜ ଏତେଟା ଫିକା ନପଡ଼ିପାରେ । କାରଣ ତାଲାବନ୍ଦର ପ୍ରଭାବ କେବଳ ସହରାଞ୍ଚଳରେ ବିଶେଷ ଭାବେ ପରିଲକ୍ଷିତ ହେଉଛି।

Comment