ଓଡ଼ିଶାଲାଇଭ୍ ବ୍ୟୁରୋ

ଲେଖକ ଦେବଦାସ ଛୋଟରାୟଙ୍କ ଦ୍ଵାରା ଲିଖିତ ‘ବିଜୁବାବୁ’ ପୁସ୍ତକ ଉନ୍ମୋଚନ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ରାଜଭବନ ପରିସରରେ ରାଜ୍ୟପାଳ ଏହି ପୁସ୍ତକଟିକୁ ଉନ୍ମୋଚନ କରିବା ସହ ଏଭଳି ପୁସ୍ତକ ରଚନା ପାଇଁ ଲେକକଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ବିଶିଷ୍ଟ ଜନନାୟକ ଓ ସ୍ଵପ୍ନଦ୍ରଷ୍ଟା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସମ୍ପର୍କିତ କିଛି ରୋଚକ ଓ ପ୍ରେରଣାଦାୟୀ ସ୍ମୃତିକୁ ଏକାଠି କରି ‘ବିଜୁବାବୁ’ ପୁସ୍ତକ ରଚନା କରିଛନ୍ତି କବି ଓ ଗୀତିକାର ଦେବଦାସ ଛୋଟରାୟ।

କଟକରୁ ଧାନବାଦ ଯାଏଁ ବ୍ୟାପ୍ତ ଏ ପୁସ୍ତକରେ ରହିଛି ୬୦ ଦଶକରୁ ୯୦ଦଶକ ପର୍ଯ୍ୟନ୍ତ ବିଜୁ ପଟ୍ଟନାୟକଙ୍କୁ ନେଇ ୪୫ଟି ଛୋଟ ସ୍ମୃତିକଥା। ଏଥିସହ ଚାରିଗୋଟି ବିରଳ ଫଟୋଚିତ୍ର ମଧ୍ୟ ରହିଛି।

Comment