ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଓଡ଼ିଶାରେ ବର୍ଷା ରେକର୍ଡ ଭାଙ୍ଗିଛି।  ବିଗତ ୫ ବର୍ଷରେ ଗୋଟିଏ ଦିନରେ ଏତେ ବର୍ଷା କେବେ ରେକର୍ଡ ହୋଇନଥିବା ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ ପୁରୀରେ ୩୪୨.୫ ମିଲିମିଟର ହୋଇଛି। ଅସ୍ତରଙ୍ଗରେ ସର୍ବାଧିକ ୫୩୦ ମିଲିମିଟର, କାକଟପୁରରେ ୫୨୫ ମିଲିମିଟର, ଜଗତସିଂହପୁର ବାଲିକୁଦାରେ ୪୪୦ ମିଲିମିଟର, କଟକ କଣ୍ଟାପଡ଼ାରେ ୩୮୧ ମିଲିମିଟର, ନିଆଳିରେ ୩୭୦ ମିଲିମିଟର ବର୍ଷା ହୋଇଛି।

ସେହିପରି ୨୦ ଟି ସ୍ଥାନରେ ୨୦ ସେଣ୍ଟିମଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ମୋଟ ୫୭ଟି ସ୍ଥାନରେ ଅଧିକ ବର୍ଷା ହୋଇଥିବା ଉମାଶଙ୍କର ଦାସ କହିଛନ୍ତି। ଅନ୍ୟପଟେ ଆଗାମୀ ୧୭ ତାରିଖରେ ପୁଣି ଆଉ ଏକ ଲଘୁଚାପ ସମ୍ଭାବନା ନେଇ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର।

Comment