ଓଡ଼ିଶାଲାଇଭ୍ ବ୍ୟୁରୋ

ରୁଷ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ବିବାଦ ଆହୁରି ତୀବ୍ର ହୋଇ ଏହା ଯୁଦ୍ଧର ରୂପ ନେଇଛି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଖୋଲାଖୋଲି ଭାବେ ୟୁକ୍ରେନ୍ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୟୁକ୍ରେନର ପୂର୍ବ ଡୋନେଟସ୍କ ସହରରେ ପାଞ୍ଚଟି ବିସ୍ଫୋରଣ ହୋଇଥିବା ଶୁଣିବାକୁ ମିଳିଛି। ଯୁଦ୍ଧ ପରିସ୍ଥିତି ଆରମ୍ଭ ହୋଇଥିବାରୁ ୟୁକ୍ରେନ୍ ଏହାର କିଛି ବିମାନବନ୍ଦର ବନ୍ଦ କରିଦେଇଛି।  ଗୋଟିଏ ଦିନରେ ରୁଷ ଦୁଇଟ ସହରକୁ ନିଜ କବ୍ଜାକୁ ନେଇଛି। ପରିସ୍ଥିତି ଆହୁରି ଭୟାବୟ ହେବ ବୋଲି ଅନୁମାନ କରାଯାଉଛି। ଏହି ପରିସ୍ଥିତିରେ ୟୁକ୍ରେନରେ ଫସି ରହିଥିବା ଭାରତୀୟ ନାଗରିକମାନଙ୍କ ପାଇଁ ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଆଡଭାଇଜରି ଜାରି ହୋଇଛି।

ଘରୁ ନବାହାରିବାକୁ ଭାରତୀୟ ଦୂତାବାସର ପରାମର୍ଶ

ୟୁକ୍ରେନର ବିଭିନ୍ନ ସ୍ଥାନରେ ପ୍ରାୟ ୨୦ ହଜାର ଭାରତୀୟ ରହିଛନ୍ତି। ଏମାନଙ୍କ ମଧ୍ୟରେ ଅଧିକାଂଶ ସେଠାକୁ ଉଚ୍ଚଶିକ୍ଷା ପାଇଁ ଯାଇଥିବା ଛାତ୍ରଛାତ୍ରୀ ରହିଛନ୍ତି। ଯୁଦ୍ଧ ପରିସ୍ଥିତି ଆରମ୍ଭ ହୋଇଥିବାରୁ ସେଠାରେ ଫସି ରହିଥିବାର ଭାରତୀୟଙ୍କ ପାଇଁ ଭାରତ ସରକାରଙ୍କ ଚିନ୍ତା ବଢ଼ି ଯାଇଛି। ଏହି ପରିସ୍ଥିତିରେ ସେଠାରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି। ଏଥିରେ ଶାନ୍ତ ରହିବା ସହ ବାହାରକୁ ନବାହାରି ଘରେ କିମ୍ବା କୌଣସି ସୁରକ୍ଷିତ ସ୍ଥାନରେ ରହିବାକୁ ଭାରତୀୟ ନାଗରିକମାନଙ୍କୁ ପରାମର୍ଶ ଦିଆଯାଇଛି। ଏହା ସହ ସେମାନଙ୍କ ପାଇଁ ୨୪ ଘଣ୍ଟିଆ ହେଲପ ଲାଇନ ନମ୍ବର ଜାରି କରିଛନ୍ତି ସରକାର।

ଭାରତ ସରକାର ୨୪ ଘଣ୍ଟିଆ ହେଲପଲାଇନ ନମ୍ବର ଜାରି କରିଛନ୍ତି। ଦିଲ୍ଲୀ କଣ୍ଟ୍ରୋଲ ରୁମ୍ ନମ୍ବର ହେଉଛି +୯୧୧୧୨୩୦୧୨୧୧୩, +୯୧୧୧୨୩୦୧୪୧୦୪, +୯୧୧୧୨୩୦୧୭୯୦୫ ଏବଂ ୧୮୦୦୧୮୭୯୭। ଏହା ସହ ଇମେଲ କରି  situationroom@mea.gov.inରେ ସହାୟତା ନେବାକୁ ପରାମର୍ଶ ଦିଆଯାଇଛି। ଏହା ସହ ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ହେଲପଲାଇନ ନମ୍ବର +୩୮୦୯୯୭୩୦୦୪୮୩, +୩୮୦୯୩୩୯୮୦୩୨୭, +୩୮୦୬୩୫୯୧୭୮୮୧ ଏବଂ +୩୮୦୯୩୫୦୪୬୧୭୦, +୩୮୦୯୯୭୩୦୦୪୮୩ ଏବଂ ଇ-ମେଲ conss1.kyiv@mea.gov.in ଜାରି କରାଯାଇଛି।

ୟୁକ୍ରେନରୁ ଫେରିଲେ ୨୪୨ ଭାରତୀୟ

ଏୟାର ଇଣ୍ଡିଆର ଏକ ବିମାନ ୟୁକ୍ରେନରୁ ୨୪୨ ଜଣ ଭାରତୀୟ ନାଗରିକଙ୍କୁ ଗୁରୁବାର ଦେଶକୁ ଆଣିଛି। ରୁଷ-ୟୁକ୍ରେନ ବିବାଦ ଯୁଦ୍ଧର ରୂପ ନେବାର ଆଶଙ୍କା ଥିବାରୁ ଗତ ୨୨ ତାରିଖରେ ୟୁକ୍ରେନରେ ଥିବା ଭାରତୀୟ ନାଗରିକମାନଙ୍କୁ ଦେଶକୁ ଫେରି ଆସିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଥିଲେ। ସେଠାରୁ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଦେଶକୁ ଫେରାଇ ଆସିବାକୁ ସରକାରଙ୍କ ପକ୍ଷରୁ ଚେଷ୍ଟା ଚାଲିଛି। ଭାରତୀୟମାନେ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନମ୍ବର ଏବଂ ଓ୍ଵେବସାଇଟ ଜରିଆରେ ସହାୟତା ନେବା ପାଇଁ ପରାମର୍ଶ ଦିଆଯାଇଛି।

ବର୍ତ୍ତମାନ ୟୁକ୍ରେନର ସମସ୍ତ ବିମାନ ବନ୍ଦରଗୁଡ଼ିକ ବନ୍ଦ ହୋଇଯାଇଛି। ସେଠାରୁ ଭାରତୀୟମାନଙ୍କୁ ଦେଶକୁ ଫେରାଇ ଆଣିବାକୁ ସରକାରଙ୍କର ଚିନ୍ତା ବଢ଼ିଯାଇଛି। ଭାରତୀମାନଙ୍କୁ କିପରି ସୁକ୍ଷିତ ଭାବେ ଅଣାଯିବ ସେନେଇ ଆଲୋଚନା

Comment