ଓଡ଼ିଶାଲାଇଭ୍ ବ୍ୟୁରୋ

ରୁଷୟୁକ୍ରେନ ଯୁଦ୍ଧ ଗୁରୁବାର ଅଷ୍ଟମ ଦିନରେ ପହଞ୍ଚିଛି। ଉଭୟ ଦେଶ ମଧ୍ୟରେ ଲାଗିଥିବା ଯୁଦ୍ଧ ଏବେ ଭୟଙ୍କର ରୂପ ଧାରଣ କରିଛି। ଚାରି ପଟୁ ୟୁକ୍ରେନର ରାଜଧାନୀ କ୍ଵିଭକୁ ଘେରିଛନ୍ତି ରୁଷ ସେନା। ଯୁଦ୍ଧ ଭୟରେ ଦେଶ ଛାଡ଼ି ପଡ଼ୋଶୀ ଦେଶରେ ଆଶ୍ରୟ ନେଉଛନ୍ତି ୟୁକ୍ରେନ ବାସିନ୍ଦା।

  • ରୁଷର ୩୦ଟି ଫାଇଟର ଜେଟ୍ ଧ୍ଵଂସ କଲା ୟୁକ୍ରେନ
  • ରୁଷ ସେନାଙ୍କ ମିଶାଇଲ ମାଡ଼ରେ ଚେରନିହିଭ ସହରରେ ଥିବା ତେଲ ଡିପ୍ପୋରେ ଅଗ୍ନିକାଣ୍ଡ
  • ଏସ-୪୦୦ ଏୟାର ଡିଫେନ୍ସ ସିଷ୍ଟମ ସହ ରୁଷ କରୁଛି ଯୁଦ୍ଧାଭ୍ୟାସ
  • ଯୁଦ୍ଧ ସମୟରେ ୟୁକ୍ରେନ ବାସିନ୍ଦାଙ୍କ ଆଶ୍ରୟସ୍ଥଳ ପାଲଟିଛି ଅଣ୍ଡରଗ୍ରାଉଣ୍ଡ ମେଟ୍ରୋ
  • ୟୁକ୍ରେନରେ ଫସିଥିବା ଭାରତୀୟ ୧୯ଟି ବିମାନରେ ଗୁରୁବାର ଦେଶକୁ ଫେରିବେ
  • ୟୁକ୍ରେନର ଖାରକିଭ ସହରରେ ଜାରି ରହିଛି ରୁଷ ସେନାଙ୍କ ବୋମା ମାଡ଼
  • ରୁଷ ସେନାଙ୍କ ବୋମା ମାଡ଼ରେ ଖାରକିଭ ସହରରେ ୯ ଜଣଙ୍କର ମୃତ୍ୟୁ
  • ୟୁକ୍ରେନର ସୁମି ଅଞ୍ଚଳରେ ରୁଷ ସେନାଙ୍କ ବୋମା ମାଡ଼
  • ରୁଷର ସରାଟୋଭ ୟୁନିଟର ୮୦ ପ୍ରତିଶତ ସୈନିକଙ୍କୁ ମାରିଥିବା ଘୋଷଣା କରିଛି ୟୁକ୍ରେନ

  • ରୁଷ-ୟୁକ୍ରେନ ମଧ୍ୟରେ ଗୁରୁବାର ପୁଣି ହେବ ଆଲୋଚନା
  • ଯୁଦ୍ଧରେ ୯୮ ରୁଷ ସେନାଙ୍କର ମୃତ୍ୟୁ ହୋଇଥିବା କହିଲା ରୁଷ
  • ଯୁଦ୍ଧ ସମୟରେ ୟୁକ୍ରେନକୁ ସହଯୋଗର ହାତ ବଢ଼ାଇଛି ଆଲେକ୍ସେଇ ନାଭାଲ୍‌ନି
  • ୟୁକ୍ରେନରେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ବନ୍ଧକ ରଖାଯାଇଥିବା କହିଛି ରୁଷ
  • ରୁଷର ଅଭିଯୋଗକୁ ଖଣ୍ଡନ କରିଛି ଭାରତୀୟ ବୈଦେଶିକ ମନ୍ତ୍ରାଳୟ
  • ରୁଷ-ୟୁକ୍ରେନ ଯୁଦ୍ଧରେ ପ୍ରାଣ ହରାଇଛନ୍ତି ୭୫୨ ଜଣ ୟୁକ୍ରେନ ବାସିନ୍ଦା
  • ସ୍କୁଲ ବେସମେଣ୍ଟରେ ଫସି ରହିଛନ୍ତି ୮ ଜଣ ଛୋଟ ପିଲା
  • ରୁଷର ପରାଜୟ ସୁନିଶ୍ଚିତ ବୋଲି କହିଲେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି
  • ୟୁକ୍ରେନରେ ଆଉ ଜଣେ ଭାରତୀୟ ଛାତ୍ରଙ୍କର ମୃତ୍ୟୁ
  • ଗୁରୁବାର ୟୁକ୍ରେନରୁ ଫେରିବେ ଆଉ ୮୦୦ ଭାରତୀୟ ଛାତ୍ରଛାତ୍ରୀ
  • ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହୋଇଛନ୍ତି ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Comment