ଓଡ଼ିଶାଲାଇଭ୍ ବ୍ୟୁରୋ

କୋଭିଡ୍ ମହାମାରୀର ଭୟାବହତା ସାମାନ୍ୟ କମିଥିବା ବେଳେ ବିଶ୍ଵରେ ଏବେ ମୁଣ୍ଡ ଟେକିଛି ଆଉ ଏକ ଭୁତାଣୁ ‘ମଙ୍କିପକ୍ସ’। କୋଭିଡ୍ ପରି ଏହା ଦ୍ରୁତ ବେଗରେ ସଂକ୍ରମଣ ହେଉ ନଥିଲେ ମଧ୍ୟ ବିଶ୍ଵ ଜନସ୍ଵାସ୍ଥ୍ୟ ଲାଗି ଏହା ବେଶ୍ ମାରାତ୍ମକ। ତେଣୁ ଭୂତାଣୁ ବାହିତ ଏହି ରୋଗକୁ ନେଇ ଏବେ ଚାରିଆଡ଼େ ଚିନ୍ତା।

ମଙ୍କିପକ୍ସର ଲକ୍ଷଣ

  • ଜ୍ଵର ହେବା
  • ପ୍ରବଳ ମୁଣ୍ଡବିନ୍ଧା ହେବା
  • ପିଠି ଏବଂ ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରିବା
  • ଦେହରେ ଛୋଟ ଛୋଟ ପକ୍ସ ବା ଫୋଟକା ହୋଇ କୁଣ୍ଡେଇ ହେବା
  • ଥକ୍କାପଣ ଅନୁଭବ କରିବା

ମଙ୍କିପକ୍ସକୁ ବିଶ୍ଵ ସ୍ଵାସ୍ଥ୍ୟ ଜରୁରୀ ପରିସ୍ଥିତି ଘୋଷଣା କଲା ‘ହୁ’

ସାରା ବିଶ୍ଵରେ ଦିନକୁ ଦିନ ମଙ୍କିପକ୍ସ ସଂକ୍ରମଣର ମାମଲା ବୃଦ୍ଧି ପାଇବା ପରେ ୨୩ ଜୁଲାଇ, ୨୦୨୨ରେ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ମଙ୍କିପକ୍ସକୁ ବିଶ୍ଵ ସ୍ଵାସ୍ଥ୍ୟ ଜରୁରୀ ପରିସ୍ଥିତି ଭାବେ ଘୋଷଣା କରାଯାଇଛି। ମଙ୍କିପକ୍ସ ବିଶ୍ଵ ଜନସ୍ଵାସ୍ଥ୍ୟ ଲାଗି ଏକ ବିପଦ ବୋଲି କହିଛନ୍ତି ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ମୁଖ୍ୟ ଟ୍ରେଡୋସ ଆଧାନମ ଘେବ୍ରୟସ।ଭାରତରେ ମଙ୍କିପକ୍ସ ସଂକ୍ରମଣ 

ବିଶ୍ଵରେ ମଙ୍କିପକ୍ସ ମାମଲା ଚିନ୍ତାଜନକ ଭାବେ ବଢ଼ି ଚାଲିଥିବା ବେଳେ ଭାରତରେ ମଧ୍ୟ ଏହା ନିଜର କାୟା ମେଲାଇ ଚାଲିଛି। ଅଗଷ୍ଟ ୨ ତାରିଖ ସୁଦ୍ଧା ଭାରତରୁ ମୋଟ୍ ୮ଟି ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି। ଏଥିମଧ୍ୟରୁ ଏକାଧିକ କେସ୍ କେରଳରୁ ରହିଛି। ତେଣୁ ମଙ୍କିପକ୍ସର ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ରାଜ୍ୟ ପାଇଁ ନିକଟରେ ଏକ ଗାଇଡଲାଇନ ଜାରି ହୋଇଛି। ଏହି ଗାଇଡଲାଇନ ଅନୁସାରେ ମଙ୍କିପକ୍ସ ରୋଗୀକୁ ତୁରନ୍ତ ସଙ୍ଗରୋଧରେ ରହିବା ସହ ହସ୍ପିଟାଲ ସହ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦିଆଯାଇଛି। ସେହିପରି ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟମାନଙ୍କୁ ମଧ୍ୟ ସଙ୍ଗରୋଧରେ ରହିବାକୁ ହେବ। ତେଣୁ ମଙ୍କିପକ୍ସର ପ୍ରତ୍ୟେକ ମାମଲାକୁ ଗୁରୁତ୍ୱ ଦେବା ପାଇଁ ସମସ୍ତ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି।

Tags: #Monkeypox #MonkeypoxVirus #WHO #ମଙ୍କିପକ୍ସ

Comment