ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତପ୍ତ ଖରାରେ ଜଳୁଛି ସାରା ଓଡ଼ିଶା। ବୁଧବାର ଦିନ ୧୦ଟାରୁ ରାଜଧାନୀ ଭୁବନେଶ୍ଵରରେ ନିଆଁ ବର୍ଷା ହେଉଛି। ଦିନ ୧୨ଟା ସୁଦ୍ଧା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ସମ୍ବଲପୁର। ମଙ୍ଗଳବାର ଦିନ ଭୁବନେଶ୍ଵରରେ ସର୍ବାଧିକ ତାପମାତ୍ରା ୪୧.୯ ଡିଗ୍ରୀ ରେକର୍ଡ କରାଯାଇଥିଲା।

ସମୟ ଗଡ଼ିବା ସହ ଦିନର ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିନ ୧୧ଟା ୩୦ ସୁଦ୍ଧା ସମ୍ବଲପୁରର ତାପମାତ୍ରା ୪୧ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ଝାରସୁଗୁଡ଼ାରେ ୪୦.୬ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ହୀରାପୁଦରେ ୩୯.୮ ଡିଗ୍ରୀ ଓ ଭୁବନେଶ୍ଵରରେ ୩୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଏହା ସହିତ ବାଲେଶ୍ଵରରେ ୩୮.୨ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ଚାନ୍ଦବାଲିରେ ୩୬.୮ ଡିଗ୍ରୀ, ଗୋପାଳପୁରରେ ୩୬.୬ ଡିଗ୍ରୀ, କେନ୍ଦୁଝରରେ ୩୬.୪ ଡିଗ୍ରୀ, ପୁରୀରେ ୩୫.୮ ଡିଗ୍ରୀ ଏବଂ ପାରାଦୀପରେ ୩୪.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

Tags: #SummerHeat #Weather #WeatherUpdates #Odisha #Bhubaneswar #Sambalpur

Comment