ଓଡ଼ିଶାଲାଇଭ୍ ବ୍ୟୁରୋ

ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡ଼ାରେ ଟିବି ମୁକ୍ତ କାର୍ଯ୍ୟକ୍ରମ ‘ନିକ୍ଷୟ ମିତ୍ର’ର ପ୍ରଥମ ପର୍ଯ୍ୟାୟ ସଫଳତାର ସହ ଶେଷ କରାଯାଇଛି। କେନ୍ଦ୍ର ସରକାରଙ୍କ ଟିବି ମୁକ୍ତ ଭାରତ ଅଭିଯାନରେ କମ୍ପାନି ପକ୍ଷରୁ ଝାରସୁଗୁଡ଼ା ଓ କଳାହାଣ୍ଡି ଜିଲ୍ଲା ପ୍ରଶାସନ ସହିତ ମିଶି ୨୦୨୨ ମସିହାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଏହି ନିକ୍ଷୟ ମିତ୍ର କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଝାରସୁଗୁଡ଼ା ଓ କଳାହାଣ୍ଡି ଜିଲ୍ଲାର ୫୫୦ ଜଣ ଟିବି ରୋଗୀଙ୍କୁ ସହାୟତା କରାଯାଇଛି।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବେଦାନ୍ତ ପକ୍ଷରୁ ଲୋକମାନଙ୍କ ମଧ୍ୟରେ ଟିବିକୁ ନେଇ ରହିଥିବା ଅନ୍ଧବିଶ୍ୱାସକୁ ଦୂର କରାଯାଇ ରୋଗୀମାନଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସହାୟତା ଯୋଗାଇ ଦିଆଯାଇଛି। ଏହା ସହ ସେମାନଙ୍କୁ ପୁଷ୍ଟିକର ଖାଦ୍ୟ ଓ ରୋଗ ସଂପର୍କରେ ମାର୍ଗଦର୍ଶନ ଦିଆଯାଉଛି।

“ବେଦାନ୍ତ ଆଲୁମିନିୟମ ସର୍ବଦା ଲୋକମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଇଥାଏ। ଆମେ ଏକ ସୁସ୍ଥ ସମାଜ ଗଠନ ପାଇଁ ସର୍ବଦା ପ୍ରାଥମିକତା ଦେଇଆସିଛୁ। ଟିବି ଏକ ରୋଗ ଯାହାକୁ ଠିକ ସମୟରେ ଚିକିତ୍ସା କରାଗଲେ ରୋଗୀଙ୍କୁ ଆରୋଗ୍ୟ କରାଯାଇପାରିବ। କେନ୍ଦ୍ର ସରକାରଙ୍କ ଟିବି ମୁକ୍ତ ଭାରତ ଆହ୍ୱାନରେ ଝାରସୁଗୁଡ଼ା ଓ କଳାହାଣ୍ଡି ଜିଲ୍ଲା ପ୍ରଶାସନ ସହ ଟିବି ବିଷୟରେ ସଚେତନତା ସୃଷ୍ଟି କରିବାକୁ ଆମେ ପଦକ୍ଷେପ ନେଇଛୁ। ଏହି ନିକ୍ଷୟମିତ୍ର କାର୍ଯ୍ୟକ୍ରମକୁ ସମର୍ଥନ କରି ଆମେ ଗର୍ବିତ”, କହିଛନ୍ତି ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ାର ସିଇଓ ସୁନୀଲ ଗୁପ୍ତା।

“ଟିବିର ପ୍ରତିରୋଧ ଓ ଉପଲବ୍ଧ ଚିକିତ୍ସା ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ବେଦାନ୍ତ ସହିତ ମିଳିତ ସହଭାଗିତାରେ ଆମର ପ୍ରୟାସ ଜାରି ରହିଛି। ଅସହାୟ ଲୋକଙ୍କୁ ସହାୟତା ଯୋଗାଇ ସମାଜରୁ ଟିବି ମୁକ୍ତ ପାଇଁ ବେଦାନ୍ତ ପକ୍ଷରୁ ଜିଲ୍ଲା ପ୍ରଶାସନର ଯଥେଷ୍ଟ ସହାୟତା କରାଯାଉଛି। ଆମର ମିଳିତ ପ୍ରୟାସ ମାଧ୍ୟମରେ ଆମେ ଏକ ସୁସ୍ଥ ସମାଜ ଗଠନ କରିବାକୁ ଲକ୍ଷ୍ୟ ରଖିଛୁ”, କହିଛନ୍ତି ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଡୋଳାମଣି ପଟେଲ।

ବେଦାନ୍ତ ଆଲୁମିନିୟମ ପକ୍ଷରୁ ଏହାର କାର୍ଯ୍ୟକ୍ଷେତ୍ର ତଥା ଆଖପାଖ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ପ୍ରସାର ପାଇଁ ଅନେକ ପଦକ୍ଷେପ ନିଆଯାଇଛି। କମ୍ପାନି ପକ୍ଷରୁ ମୋବାଇଲ ହେଲଥ ୟୁନିଟ ଗଠନ କରାଯାଇ ଝାରସୁଗୁଡ଼ା ଓ କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଗାଁରେ ପ୍ରାୟ ୭୦ ହଜାରରୁ ଅଧିକ ଲୋକଙ୍କୁ ସ୍ଵାସ୍ଥ୍ୟ ସୁବିଧା ଯୋଗାଇ ଦିଆଯାଉଛି।

ସେହିପରି ବେଦାନ୍ତ ଆଲୁମିନିୟମ ପକ୍ଷରୁ ମହିଳା ଓ ଶିଶୁଙ୍କ ବିକାଶ ପ୍ରତି ଧ୍ୟାନ ଦିଆଯାଇ ଛୋଟ ଶିଶୁ, ଗର୍ଭବତୀ ମହିଳା ଓ ନୂଆ ମା’ମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଉଛି। ସେହିପରି ଅନେକ ସ୍ଥାନରେ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇ ଲୋକଙ୍କ ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି।

ବେଦାନ୍ତ ଆଲୁମିନିୟମ ହେଉଛି ଭାରତର ଅଗ୍ରଣୀ ଆଲୁମିନିୟମ ଉତ୍ପାଦନକାରୀ କମ୍ପାନି। ଏହା ଭାରତରେ ବ୍ୟବହାର ହେଉଥିବା ୫୦ ପ୍ରତିଶତ ଆଲୁମିନିୟମ ଉତ୍ପାଦନ କରିଥାଏ। ଆର୍ଥିକ ବର୍ଷ ୨୦୨୨-୨୩ରେ କମ୍ପାନି ୨.୨୯ ନିୟୁତ ଟନ୍ ଆଲୁମିନିୟମ ଉତ୍ପାଦନ କରିଥିଲା। ସେହିପରି ‘ଡାଓ ଜୋନସ ସଷ୍ଟେନିବିଲିଟି ଇଣ୍ଡେକ୍ସ’ ୨୦୨୨ରେ ବେଦାନ୍ତ ଆଲୁମିନିୟମ ସମଗ୍ର ବିଶ୍ଵରେ ଦ୍ଵିତୀୟ ସ୍ଥାନ ହାସଲ କରିଥିଲା।

Tags: #VedantaAluminium #NikshayMitraInitiative #TBMuktBharat #VedantaGroup #Jharsuguda

 

Comment