ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ନାମଲେଖା। ଜୁଲାଇ ୧୩ ତାରିଖ ପର୍ଯ୍ୟନ୍ତ ସକାଳ ୯ଟାରୁ ସନ୍ଧ୍ୟା ୫ଟା ଯାଏଁ ଚାଲିବ ଏହି ନାମଲେଖା ପ୍ରକ୍ରିୟା। ଗୁରୁବାର ପ୍ରକାଶ ପାଇଥିବା ପ୍ରଥମ ପର୍ଯ୍ୟାୟ ମେରିଟ ଲିଷ୍ଟରେ ସିଟ ଆବଣ୍ଟନ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଏହି ନାମଲେଖା ପାଇଁ ସୁଯୋଗ ମିଳିବ।

ପ୍ରଥମ ପର୍ଯ୍ୟାୟରେ ୪ଲକ୍ଷ ୧୨ହଜାର ୩୬୮ ଛାତ୍ରଛାତ୍ରୀ ନାମ ଲେଖାଇବାକୁ ମନୋନୀତ ହୋଇଛନ୍ତି। କଳା ବିଭାଗରେ ସର୍ବାଧିକ ୨ ଲକ୍ଷ ୫୩ହଜାର ୧୭୮ ଜଣ ଛାତ୍ରଛାତ୍ରୀ ନାମଲେଖାଲବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେହିପରି ବିଜ୍ଞାନରେ ୧ଲକ୍ଷ ୨୧ ହଜାର ୨୩ ଜଣ ଓ ବାଣିଜ୍ୟରେ ୨୫ ହଜାର ୧୬୮ ଜଣ ଛାତ୍ରଛାତ୍ରୀ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି।

ଚଳିତବର୍ଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମଲେଖା ପାଇଁ ୪ ଲକ୍ଷ ୭୨ ହଜାର ୨୭୯ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୪ ଲକ୍ଷ ୧୨ହଜାର ୩୬୮ଜଣଙ୍କୁ ସିଟ୍‌ ଆଲଟମେଣ୍ଟ କରାଯାଇଛି। ସେମାନଙ୍କ ମଧ୍ୟରେ ୨ଲକ୍ଷ ୩ ହଜାର ୫୪୩ ଛାତ୍ର ଓ ୨ ଲକ୍ଷ ୮ ହଜାର ୭୭୮ ଜଣ ଛାତ୍ରୀ ରହିଛନ୍ତି। ବାକି ଛାତ୍ରଛାତ୍ରୀ ଦ୍ୱିତୀୟ ପର୍ଯ୍ୟାୟ ଏବଂ ସ୍ପଟ୍ ଆଡମିଶନ କରିପାରିବେ।

 

ବିଜ୍ଞାନ, ବାଣିଜ୍ୟ ଏବଂ କଳା ସମମ୍ତ ଷ୍ଟ୍ରିମରେ ଛାତ୍ରଛାତ୍ରୀଙ୍କ ପ୍ରଥମ ପସନ୍ଦ ରହିଛି ରେଭେନ୍ସା। ଜୁଲାଇ ୭ ତାରିଖରୁ ୧୩ ତାରିଖ ଯାଏଁ ପ୍ରଥମ ପର୍ଯ୍ୟାୟ ନାମଲେଖା ଚାଲିବ। ଜୁଲାଇ ୧୯ରେ ପ୍ରକାଶ ପାଇବ ଦ୍ୱିତୀୟ ପର୍ଯ୍ୟାୟ ମେରିଟ ଲିଷ୍ଟ। ଜୁଲାଇ ୨୦ ରୁ ୨୨ ତାରିଖ ଯାଏଁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ହେବ। ଚଳିତବର୍ଷ ସ୍ପଟ୍ ସିଲେକ୍ସନ ପାଇଁ ଛାତ୍ରଛାତ୍ରୀମାନେ ସମସ୍ତ କଲେଜରେ ଆବେଦନ କରିପାରିବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁାହାଯାଇଛି।

Tags: #PlusTwoAdmissions #PlusTwoEducation #Students #CHSE #Odisha

 

Comment