ଓଡ଼ିଶାଲାଇଭ୍ ବ୍ୟୁରୋ

ମହାନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବାରେ ଲାଗିଛି। ଫଳରେ ଶୁକ୍ରବାର ମଧ୍ୟାହ୍ନରେ ହୀରାକୁଦର ୬ଟି ଗେଟ୍ ଖୋଲା ଯାଇଥିବାବେଳେ ସନ୍ଧ୍ୟାବେଳେ ଆଉ ୨ଟି ଗେଟ୍ ଖୋଲାଯାଇଛି। ବର୍ତ୍ତମାନ ମୋଟ ୨୨ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି।

ଏହା ପୂର୍ବରୁ ଗୁରୁବାର ସକାଳେ ୮ଟି ଗେଟ୍ ଏବଂ ମଧ୍ୟାହ୍ନରେ ଆଉ ୪ଟି ଗେଟ୍ ଖୋଲାଯାଇଥିଲା। ସେହିପରି ବୁଧବାର ଅପରାହ୍ଣ ୪ଟା ବେଳେ ୨ଟି ଗେଟ୍ ଖୋଲାଯାଇଥିଲା।

ଏହା ପୂର୍ବରୁ ଗତ ଜୁଲାଇ ୨୨ ତାରିଖରେ ହୀରାକୁଦର ୫ଟି ଗେଟ ଖୋଲାଯାଇ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଥିଲା। ଏହା ପରେ ପର୍ଯ୍ୟାୟ କ୍ରମେ ଗତ ଅଗଷ୍ଟ ୫ ତାରିଖ ସୁଦ୍ଧା ୧୭ଟି ଗେଟ୍ ଖୋଲାଯାଇଥିଲା। ପରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର କମିବାରୁ ସମସ୍ତ ଗେଟ୍ ବନ୍ଦ କରାଯାଇଥିଲା।

Tags: #Hirakud #gate #odisha #waterrelease

Comment