ଓଡ଼ିଶାଲାଇଭ୍ ବ୍ୟୁରୋ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଗୁରୁବାର ଦିନ ଭୁବନେଶ୍ଵର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି।

ପ୍ରଶାନ୍ତ ଗନ୍ତାୟତଙ୍କର ଭୁବନେଶ୍ଵର, ବ୍ରହ୍ମପୁରରେ ଥିବା ଘର ଓ କାର୍ଯ୍ୟାଳୟ ସମେତ ୮ଟି ସ୍ଥାନରେ ଚଢ଼ଉ କରାଯାଇଛି। ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତଙ୍କ ଭୁବନେଶ୍ଵରସ୍ଥିତ ବରଗଡ଼ ଅଞ୍ଚଳରେ ଗୋଟିଏ ଆପାର୍ଟମେଣ୍ଟ ଓ ବ୍ରହ୍ମପୁରରେ ଗୋଟିଏ ଆପାର୍ଟମେଣ୍ଟ ଥିବା ଜଣାପଡ଼ିଛି। ଏହା ସହ ଭୁବନେଶ୍ଵରରେ ତିନି କୋଠା ରହିଥିବା ଚଢ଼ାଉ ବେଳେ ଜଣାପଡ଼ିଛି।

ଚଢ଼ଉ ବେଳେ ବହୁ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର, ନଗଦ ଟଙ୍କା ଓ ସୁନା ଅଳଙ୍କାର ଜବତ କରାଯାଇଛି। ବର୍ତ୍ତମାନ ଭୁବନେଶ୍ଵର ୟୁନିଟ ୩ ସ୍ଥିତ ବାସଭବନରେ ଚଢ଼ଉ ଜାରି ରହିଛି। ଚଢ଼ଉ ଶେଷ ହେବା ପରେ ଜବତ ସମ୍ପତ୍ତି ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରିବ।

Tags: #VigilanceRaid #ChiefCivilSuppliesOfficerPrasantKumarGantayat #Odisha #VigilanceDepartment

Comment