(ଓଡ଼ିଶାଲାଇଭ୍‌ ବ୍ୟୁରୋ)

ଦିଲ୍ଲୀ ଏମ୍‌ସରେ ସୁଧୁରୁଛି ଜଗା-କାଳିଆଙ୍କ ସ୍ୱାସ୍ଥ୍ୟ। ହେଲେ ଉଭୟଙ୍କ ଭିତରୁ ଜଗାର ସ୍ୱାସ୍ଥ୍ୟାବସ୍ଥାରେ ବିଶେଷ ଉନ୍ନତି ପରିଲକ୍ଷିତ ହୋଇଛି। ଆଜି ମାଆ କୋଳରେ ବସି ଜଗା ଭାତ ଖାଇଛି। ଏପଟେ କାଳିଆ ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ହେଉଛି। କାଳିଆ ହାତ ଗୋଡ଼ ହଲାଉଥିବା ବେଳେ ଚାହୁଁଛି। କାଳିଆ ଉପରେ ଏମ୍‌ସ ବିଶେଷଜ୍ଞ ଦଳ ନଜର ରଖିଛନ୍ତି।

ଆଜି ଜଗା ମାଆ କୋଳରେ ବସି ଭାତ ସହ ଡାଲି, ସୁପ୍‌, ଜୁସ୍‌ ଏବଂ ମହୁ ଭଳି ଖାଦ୍ୟ ଖାଇଛି। ଏହାସହ ଜଗା ମାଆ କୋଳରେ ବସି ଗୀତ ଶୁଣୁଥିବା ଜଣାପଡ଼ିଛି। ଜଗା-କାଳିଆଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହେଉଥିବାରୁ କନ୍ଧମାଳ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀ ସେମାନଙ୍କ ଗୋଟିଏ ଦିନର ଦରମା ଜଗା-କାଳିଆଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦେଇଛନ୍ତି।

ଦିଲ୍ଲୀ ଏମ୍‌ସରେ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ୍‌ ପରେ ଯୋଡ଼ା ମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ଅଲଗା କରାଯାଇଥିଲ। ୧୧ ଘଣ୍ଟାର ଅପରେସନ୍‌ ପରେ ଉଭୟଙ୍କୁ ଅଲଗା କରାଯାଇଥିଲା। ୭୨ ଘଣ୍ଟା ଅବଜର୍ଭସେନ୍‌ରେ ରହିବା ପରେ ଉଭୟ ଆଇସିୟୁରେ ରହିଥିଲେ। ତେବେ ଜଗା ସ୍ୱାସ୍ଥ୍ୟରେ ଶୀଘ୍ର ଉନ୍ନତି ଦେଖିବାକୁ ମିଳିଥିଲା। ଜଗାକୁ ପ୍ରଥମେ ଆଇସିୟୁରୁ ବାହାର କରାଯାଇ ସାଧାରଣ ୱାର୍ଡକୁ ଅଣାଯାଇଥିଲା। ଦୁଇ ଦିନ ତଳେ ଜଗା ମାଆ କୋଳରେ ବସିଥିବା ଖବର ଆସିବା ପରେ ଆଜି ଜଗା ଭାତ ଖାଇଥିବା ଜଣାପଡ଼ିଛି।

 

 

Comment