ଓଡ଼ିଶାଲାଇଭ୍ ବ୍ୟୁରୋ

  • ଧାରା ୩୭୭ର ତର୍ଜମା କରିବେ ସୁପ୍ରିମକୋର୍ଟ

ନିଜ ପସନ୍ଦର ଯୌନସାଥୀ ପସନ୍ଦ କରିବା ବ୍ୟକ୍ତିର ମୌଳିକ ଅଧିକାର। ସହମତି ଭିତ୍ତିରେ ସମଲିଙ୍ଗୀ ସମ୍ପର୍କ ରଖୁଥିବା ପ୍ରାପ୍ତବୟସ୍କମାନଙ୍କୁ ଦଣ୍ଡିତ କରୁଥିବା ଧାରା ୩୭୭କୁ ଅସାମ୍ବଧାନିକ ଘୋଷଣା ଆବେଦନକୁ ସୁପ୍ରିମ୍‌କୋର୍ଟ ବିଚାର ପାଇଁ ଗ୍ରହଣ କରିଛନ୍ତି। ସମଲିଙ୍ଗୀ ମହିଳା, ସମଲିଙ୍ଗୀ ପୁରୁଷ ଓ ଉଭୟଲିଙ୍ଗୀ ସମ୍ପ୍ରଦାୟର ନବତେଜ କୋହର, ସୁନୀଲ ମେବଲା, ଅମନ୍ ନାଥ, ଋତୁ ଡାଲମିଆ ଓ ଆୟେଶା କପୁରଙ୍କ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟର ତିନି ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ୩୭୭ ଧାରାର ପୁଣିଥରେ ତର୍ଜମା ହେବା ଜରୁରୀ ବୋଲି ମତ ଦେଇଛନ୍ତି। ୨୦୧୭ ଅଗଷ୍ଟମାସରେ ସୁପ୍ରିମକୋର୍ଟ ୩୭୭ ଧାରାକୁ ସମାଲୋଚନା କରିଥିଲେ। ଜଣେ ବ୍ୟକ୍ତିର ଯୌନସୁଖ ଗୋପୀୟତା ହୋଇଥିବାରୁ ତାହା ମୌଳିକ ଅଧିକାରର ଅଙ୍ଗବିଶେଷ। ନିଜର ଯୌନସାଥୀ ପସନ୍ଦ କରିଥିବା ବ୍ୟକ୍ତିଙ୍କୁ  ଭିନ୍ନ ଦୃଷ୍ଟିରେ ଦେଖିବା ସମ୍ପୃକ୍ତ ବକ୍ତିଙ୍କ ଆତ୍ମମର୍ଯ୍ୟଦା କ୍ଷୁର୍ଣ୍ଣ କରୁଛି ବୋଲି ସୁପ୍ରିମକୋର୍ଟ କହିଥିଲେ। ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କୂ  ଆଭିମୁଖ୍ୟ ଜାଣିବା ପାଇଁ ଖଣ୍ଡପୀଠ ନୋଟିସ୍ ଜାରି କରିଛନ୍ତି।

୩୭୭ ଧାରାରେ  କ’ଣ ଅଛି

ଜଣେ ବ୍ୟକ୍ତିର ଅପ୍ରାକୃତିକ ଅପମାନର ୩୭୭ ଧାର ସଂଜ୍ଞା ନିରୂପଣ କରିଥାଏ। ଯେକେହି ବ୍ୟକ୍ତି ନିଜ ଇଚ୍ଛାରେ କୌଣସି ପୁରୁଷ, ମହିଳା, ତୃତୀୟଲିଙ୍ଗ(ଏଲ୍‌ଜିବିଟି) କିମ୍ବା ପଶୁ ସହିତ ଅପ୍ରାକୃତିକ ଯୌନକ୍ରିୟା କଲେ ଦଣ୍ଡିତ ହେବେ।  ଏଭଳି ଅପରାଧ ପାଇଁ ଦୋଷୀଙ୍କୁ ଜେଲଦଣ୍ଡ ସହ ଜରିମାନା ମଧ୍ୟ ଦେବାକୁ ପଡିବ। ଭାରତୀୟ ଦଣ୍ଡବିଧି ଆଇନରେ ୧୮୬୨ ମସିହାରେ ଅର୍ନ୍ତଭୁକ୍ତ ହୋଇଛି ୩୭୭ ଧାରା।

 

Comment