ଓଡ଼ିଶାଲାଇଭ୍ ବ୍ୟୁରୋ

ଡେନମାର୍କର ବୈଜ୍ଞାନିକମାନେ ମହାକାଶରେ ଆଉ ଏକ ସୂର୍ଯ୍ୟ ଠାବ କରିଛନ୍ତି। ପୃଥିବୀ ପୃଷ୍ଠଠାରୁ ୧୨୦ ଆଲୋକବର୍ଷ ଦୂରତାରେ ଏହି ନକ୍ଷତ୍ରକୁ ଠାବ କରାଯାଇଛି। ଏହା ସୂର୍ଯ୍ୟଭଳି ବିଭିନ୍ନ ରାସାୟନିକ ପଦାର୍ଥରେ ଗଠିତ ନୁହେଁ। କିନ୍ତୁ ବସ୍ତୁତ୍ଵ ଓ ବ୍ୟାସାର୍ଦ୍ଧ ସୂର୍ଯ୍ୟଭଳି। ସୂର୍ଯ୍ୟର ଆଲୋକ ବିକିରଣ ସମୟ ଅନୁସାରେ ପରିବର୍ତ୍ତନ ହୋଇଥାଏ। ଏହି ରହସ୍ୟ ଜାଣିବା ପାଇଁ ନୂତନ ଭାବେ ଠାବ ହୋଇଥିବା ସୂର୍ଯ୍ୟ ସହାୟକ ହେବ ବୋଲି ବୈଜ୍ଞାନିକମାନେ ଆଶା ରଖିଛନ୍ତି। ଠାବ ହୋଇଥିବା ନୂତନ ସୂର୍ଯ୍ୟକୁ ବୈଜ୍ଞାନିକମାନେ ‘ରୋସେଟା  ଷ୍ଟୋନ୍’ ବୋଲି କହିଛନ୍ତି।

ସୂର୍ଯ୍ୟପୃଷ୍ଠରେ ଯେଉଁ ଚିହ୍ନ ଦେଖାଯାଏ, ତାହା ବେଳେ ବେଳେ ଅଦୃଶ୍ୟ ହୋଇଯାଏ। ସୂର୍ଯ୍ୟରେ ଏଭଳି ପରିବର୍ତ୍ତନ ପ୍ରତି ୧୧ ବର୍ଷରେ ପର୍ଯ୍ୟାୟ କ୍ରମେ ହୋଇଥାଏ। ଏହି ସୌରଚକ୍ର ସୂର୍ଯ୍ୟଙ୍କର ଚୁମ୍ବକୀୟ କ୍ଷେତ୍ର, ଉତ୍ତାପ ଓ ପୂର୍ଣ୍ଣନ ଦ୍ଵାରା ସମ୍ଭବ ହୋଇଥାଏ। ସୂର୍ଯ୍ୟ ସମ୍ପର୍କରେ ଅଧିକ ଜାଣିବା ପାଇଁ ଡେନମାର୍କର ଆରହୁସ୍ ବିଶ୍ଵବିଦ୍ୟାଳୟର କିଛି ଗବେଷକଙ୍କ ନେତୃତ୍ଵରେ ବୈଜ୍ଞାନିକମାନେ ବବେଷଣା ଚଳାଇଥିବା ବେଳେ ମହାକାଶରେ ଏହି ନୂତନ ସୂର୍ଯ୍ୟର ସନ୍ଧାନ ପାଇଥିଲେ।

Comment