ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରକାଶ ପାଇଛି ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ। ଚଳିତ ବର୍ଷ ୮୩.୦୧ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ୮୮.୩୧ ପ୍ରତିଶତ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୭୮.୯୯ ପ୍ରତିଶତ ଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି।

ସିବିଏସଇ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଗତବର୍ଷ ତୁଳନାରେ ଏଥର ସିବିଏସଇ ପରୀକ୍ଷା ଫଳ ଭଲ ହୋଇଛି। ଗତବର୍ଷ ୮୨.୦୨ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବାବେଳେ ଚଳିତବର୍ଷ ୮୩.୦୧ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। 

ସିବିଏସଇ ପରୀକ୍ଷାରେ ଗାଜିଆବାଦର ମେଘନା  ଶ୍ରୀବାସ୍ତବ ୫ଶହରୁ ୪୯୯ ନମ୍ବରରଖି  ଟପ୍‌ ହୋଇଛନ୍ତି। ସେହିପରି ଗାଜିଆବାଦର  ଅନୌସ୍କା ଚନ୍ଦ୍ରା ୪୯୮ ନମ୍ବର ରଖି ଦ୍ୱିତୀୟ ସ୍ଥାନ ପାଇଥିବାବେଳେ ୭ ଜଣ ୪୯୭ ନମ୍ବରରଖି ତୃତୀୟ ସ୍ଥାନରେ ରହିଛନ୍ତି।

ଜୋନ୍‌ସ୍ତରରେ ତ୍ରିଭେନ୍ଦୟ୍ରମ ସବୁଠାରୁ ଭଲ କରିଛି। ତ୍ରିଭେନ୍ଦ୍ରମ ଜୋନରେ  ୯୭.୩୨ ପ୍ରତିଶତ ଛାତ୍ର ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ  ଚେନ୍ନାଇର ୯୩.୮୭ ପ୍ରତିଶତ, ଦିଲ୍ଲୀର ୮୯ ପ୍ରତିଶତ  ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି  ଚଳିତ ବର୍ଷ ମଧ୍ୟ ଛାତ୍ରୀମାନେ ଛାତ୍ରମାନଙ୍କୁ ପଛରେ ପକାଇ ଦେଇଛନ୍ତି। ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ୮୮.୩୧ ପ୍ରତିଶତ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୭୮.୯୯ ପ୍ରତିଶତ ଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି।

ଛାତ୍ରଛାତ୍ରୀ ଦୁଇଟି ୱେବସାଇଟ- ସିବିଏସଇ ରେଜଲ୍ଟସ ଡଟ୍ ଏନଆଇସି ଡଟ୍ ଇନ ସିବିଏସଇ ଡଟ୍ ଏନଆଇସି ଡଟ୍ ଇନରେ ପରୀକ୍ଷା ଫଳ ଦେଖିପାରିବେ।

ଚଳିତବର୍ଷ ୧୧ ଲକ୍ଷ ୮୬ ହଜାର ୩ଶହ ୬ଜଣ ଛାତ୍ରଛାତ୍ରୀ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇଥିଲେ। ଓଡିଶା ସମେତ ପଶ୍ଚିମବଙ୍ଗ ଓ ଛତିଶଗଡକୁ ନେଇ ଗଠିତ ଭୁବନେଶ୍ୱର ଜୋନରେ ୬ଶହ ୭୫ ବିଦ୍ୟାଳୟରୁ ମୋଟ ୬୬ ହଜାର ୩ଶହ ୬୭ ଜଣ ଛାତ୍ରଛାତ୍ରୀ ୨ଶହ ୧୯ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ। କେବଳ ଓଡିଶାରୁ ୧୪ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

Comment