ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

 ଓଲିଉ ଷ୍ଟାର ବାବୁସାନ୍ଏବେ ଆସୁଛନ୍ତି ପୁଣି ଏକ ନୂଆ ରୂପରେ ସେ ସୁନ୍ଦରଗଡ଼ର ସଲମାନ୍ଖାନ୍ବନି ଆସୁଛନ୍ତି ଦର୍ଶକଙ୍କ ସାମ୍ନାକୁ

ଓଲିଉଡର ଷ୍ଟାରସନ୍‌ ବାବୁସାନ୍‌ ଜଣେ ଜନ୍ମଜାତ କଳାକାର। ସେ ‘ରୋମିଓ ଦ ଲଭର ବୟ’ ଫିଲ୍ମରେ ଡେବ୍ୟୁ କରିଥିଲେ ଓଲିଉଡ଼ରେ। ପ୍ରଥମ ଫିଲ୍ମ ଟି ରିଲିଜ୍‌ ହେବା ଆଗରୁ ତାଙ୍କର ଜବରଦସ୍ତ କ୍ରେଜ୍ ଥିଲା। ଏହି ସିନେମାକୁ ନେଇ ଦର୍ଶକଙ୍କ ମଧ୍ୟରେ ନାହିଁ ନଥିବା ଉତ୍କଣ୍ଠା ଥିଲା, ହେଲେ ଫିଲ୍ମଟି ରିଲିଜ୍‌ ହୋଇ ଦର୍ଶକଙ୍କୁ ନିରାଶ କରିଥିଲା। ବୋଧହୁଏ ସେହି କାରଣରୁ ‘ରୋମିଓ ଦ ଲଭର ବୟ’ ଫ୍ଲପ୍‌ ହୋଇଥିଲା।

ଷ୍ଟାରସନ୍ ବାବୁସାନ୍‌ଙ୍କ ଦ୍ୱିତୀୟ ଫିଲ୍ମ ଥିଲା ‘ତୋ’ ଆଖିରେ ମୁଁ’, ଯାହାର ପ୍ରଯୋଜନା କରିଥିଲେ ଚିଟଫଣ୍ଡ୍ ଅଭିଯୁକ୍ତ ପ୍ରଯୋଜକ ପ୍ରଭାସ ଚନ୍ଦ୍ର ରାଉତ। ‘ତୋ’ ଆଖିରେ ମୁଁ’ କିନ୍ତୁ ବକ୍ସ ଅଫିସରେ ହିଟ୍ ହେଲା। ଏହା ପରେ ପ୍ରକୃତରେ ବାବୁସାନ୍‌ଙ୍କର ଚାହିଦା ଓଲିଉଡ଼ରେ ବୃଦ୍ଧି ପାଇଥିଲା। ସେ ଏଥର ଖୁବ୍ ଚର୍ଚ୍ଚିତ ହେଲେ।

ତା’ ପରେ ସେ ନିଜର ସିନେମାର ଟାଇଟଲ୍‌କୁ ନେଇ ବି ଅନେକ ସମୟରେ ଚର୍ଚ୍ଚା ସାଉଁଟିଛନ୍ତି। ପ୍ରଥମ ସିନେମାରେ ଷ୍ଟାରସନ୍‌ ବାବୁସାନ୍‌ ବନିଥିଲେ ରୋମିଓ। ଏହା ଏକ ସୁଇଟ୍ ରୋମାଣ୍ଟିକ୍ ଫିଲ୍ମ ଥିଲା। ଏହି ଫିଲ୍ମରେ ଷ୍ଟାର୍‌ସନ୍‌ ବାବୁସାନଙ୍କ ନାୟିକା ବନିଥିଲେ ଡେବ୍ୟୁଟାଣ୍ଟ ଲଭଲି।

ତା’ପରେ ଷ୍ଟାରସନ୍ ବାବୁସାନ୍ ପାଲଟି ଯାଇଥିଲେ ଲୋଫର୍। ଅଶୋକ ପତିଙ୍କ ନିର୍ଦ୍ଦେଶିତ ଏକ ସିନେମାର ଟାଇଟଲ୍ ହେଲା ‘ଲୋଫର୍’। ଏଥିରେ ଷ୍ଟାରସନ୍ ବାବୁସାନ୍‌ଙ୍କୁ ମିଳିଥିଲା ଟାଇଟଲ୍ ରୋଲ୍‌। ଏହି ସିନେମାରେ ତାଙ୍କ ନାୟିକା ବନିଥିଲେ ଅର୍ଚ୍ଚିତା।

ଏହା ପରେ ଷ୍ଟାରସନ୍ ବାବୁସାନ୍ ବନିଥିଲେ ଲଭମାଷ୍ଟର। ହଁ ସେ ତାଙ୍କ ମାଆ ଅପରାଜିତା ମହାନ୍ତିଙ୍କ ପ୍ରଯୋଜିତ ଫିଲ୍ମ ‘ଲଭ୍ ମାଷ୍ଟର’ରେ ଟାଇଟଲ୍ ରୋଲ୍ କରିଥିଲେ। ଷ୍ଟାର୍‌ସନ୍‌ ବାବୁସାନ୍‌ଙ୍କୁ ଏହି ଓଡ଼ିଆ ସିନେମାରେ ମିଳିଥିଲା ଦୁଇ ଜଣ ନାୟିକାଙ୍କ ସାଥ୍‌। ଏହି ସିନେମାରେ ଯେଉଁ ଦୁଇ ଜଣ ନାୟିକାଙ୍କର ବାବୁସାନ୍‌ ଲଭମାଷ୍ଟର ବନିଥିଲେ, ସେମାନେ ହେଲେ ରୀୟା ଓ ପୁନମ୍‌।

ଷ୍ଟାରସନ୍‌ ବାବୁସାନ୍‌ ଏହା ପରେ ଇଡିଅଟ୍ ସାଜିଥିଲେ ଏକ ଫିଲ୍ମରେ। ଅଶୋକ ପତିଙ୍କ ନିର୍ଦ୍ଦେଶିତ ‘ଇଡ଼ିଅଟ୍‌’ରେ ବାବୁସାନ୍‌ଙ୍କ ନାୟିକା ଭୂମିକା ନିଭାଇଥିଲେ ଗ୍ଲାମରସ୍ ରୀୟା ଦେ। ସେହିପରି ଅଶୋକ ପତିଙ୍କ ‘ସଞ୍ଜୁ ଆଉ ସଞ୍ଜନା’ ସିନେମାର ସଞ୍ଜୁ ହେଲେ ଷ୍ଟାରସନ୍‌ ବାବୁସାନ୍। ସେ ପରଦାରେ ବାଳୁଙ୍ଗାମି ବି ଦେଖାଇଛନ୍ତି। ସୁଧାକର ବସନ୍ତଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଡାହା ବାଳୁଙ୍ଗା’ରେ ଟାଇଟଲ୍ ରୋଲ୍‌ରେ ନଜର ଆସିଥିଲେ ଷ୍ଟାର୍‌ସନ୍ ବାବୁସାନ୍। ଏଥିରେ ସଞ୍ଜନାଙ୍କୁ ନାୟିକା ଭାବେ ପାଇଥିଲେ ସେ।

ଷ୍ଟାରସନ୍ ଗୋଟିଏ ସିନେମାରେ ‘ସୁପର ମିଛୁଆ’ ବି ବନିଥିଲେ। ହଁ ସୀତାରାମ ଅଗ୍ରୱାଲଙ୍କ ପ୍ରଯୋଜିତ ତଥା ଅଶୋକ ପତିଙ୍କ ନିର୍ଦ୍ଦେଶିତ ‘ସୁପର ମିଛୁଆ’ ୨୦୧୫ରେ ରିଲିଜ୍ ହୋଇଥିଲା। ଏହା ଏକ ବ୍ଲକବଷ୍ଟର ମୁଭି। ଏଥିରେ ବି ଟାଇଟଲ୍ ରୋଲ୍ କରି ବେଶ୍ ଚର୍ଚ୍ଚିତ ହୋଇଥିଲେ ଷ୍ଟାରସନ୍‌ ବାବୁସାନ୍। ଏହି ସିନେମାରେ ତାଙ୍କ ବିପକ୍ଷରେ ନଜର ଆସିଥିଲେ ଝିଲିକ୍‌।

ଷ୍ଟାରସନ୍ ବାବୁସାନ୍ ପରଦାରେ ଅନେକ ଥର ପ୍ରେମିକ ଭୂମିକାରେ ନଜର ଆସିଥିଲେ। ହେଲେ ସେ ଥରେ ମାତ୍ର ବନିଛନ୍ତି ଜବରଦସ୍ତ ପ୍ରେମିକ। ବାବୁସାନ୍‌ ରାଜୁସର ଭେୟାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଜବରଦସ୍ତ ପ୍ରେମିକ’ରେ ଟାଇଟଲ୍ ରୋଲ୍ କରିଥିଲେ। ଏହି ସିନେମାରେ ଜବରଦସ୍ତ ପ୍ରେମିକଙ୍କ ପ୍ରେମିକା ଭୂମିକା ନିଭାଇଥିଲେ ବେଙ୍ଗଲି ବିଉଟି ଝିଲିକ୍।

ଠିକ୍ ସେହିପରି ଷ୍ଟାରସନ୍‌ ବାବୁସାନ୍‌ ପରଦାରେ ବନିଥିଲେ ସିଷ୍ଟର ଶ୍ରୀଦେବୀ, ତରଙ୍ଗ ସିନେ ପ୍ରଡକ୍ସନସ ବ୍ୟାନରରେ ନିର୍ମିତ ହୋଇଥିବା ଏକ ଓଡ଼ିଆ ସିନେମା ହେଲା ‘ସିଷ୍ଟର ଶ୍ରୀଦେବୀ’ । ଏଥିରେ ବାବୁସାନ୍ ଟାଇଟଲ୍‌ ରୋଲ୍ କରି ବେଶ୍ ଚର୍ଚ୍ଚିତ ହୋଇଥିଲେ। କାରଣ ଏଥିରେ ତାଙ୍କୁ ଲେଡି ଗେଟ୍ଅପ୍‌ରେ ଦେଖି ଦର୍ଶକ ଉନ୍ମାଦିତ ହୋଇଥିଲେ।

ଷ୍ଟାରସନ୍ ବାବୁସାନ୍ ପ୍ରକୃତରେ ଏବେ ଓଲିଉଡ଼ରେ ହିରୋ ନମ୍ବର ୱାନ୍‌। କାରଣ ତାଙ୍କର ଅଧିକାଂଶ ଫିଲ୍ମ ସୁପରହିଟ୍ ହେଉଛି। ସେ ଏଭଳି ଟାଇଟଲ୍‌ରେ ବି ପରଦାକୁ ଆସିଛନ୍ତି। ହଁ ତରଙ୍ଗ ସିନେ ପ୍ରଡକ୍ସନର ‘ହିରୋ ନଂ-୧’ରେ ଟାଇଟଲ୍ ରୋଲ୍ ରୋଲ୍ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି।

ସେ ପରଦାରେ ସୁନା ପିଲା ସାଜିଛନ୍ତି ଫିଲ୍ମ ‘ସୁନାପିଲା, ଟିକେ ସ୍କୃ ଢ଼ିଲା’ରେ। ଏବେ ସେ ଆସୁଛନ୍ତି ପୁଣି ଏକ ନୂଆ ରୂପରେ। ସେ ସୁନ୍ଦରଗଡ଼ର ସଲମାନ୍‌ ଖାନ୍’ ବନି ଆସୁଛନ୍ତି ଦର୍ଶକଙ୍କ ସାମ୍ନାକୁ। ତରଙ୍ଗ ସିନେ ପ୍ରଡକ୍ସନର ଆଗାମୀ ଫିଲ୍ମର ଟାଇଟଲ୍ ହେଲା ‘ସୁନ୍ଦରଗଡ଼ର ସଲମାନ୍’। ଏହି ଫିଲ୍ମରେ ଷ୍ଟାରସନ୍ ବାବୁସାନ୍‌ଙ୍କ ଗେଟଅପ୍‌ ବେଶ୍ ଚର୍ଚ୍ଚାରେ ରହିଛି।

Comment