ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ଫିଲ୍ମ ହିଟ୍‌ ହେବା ପାଇଁ ନିର୍ଦ୍ଦେଶକମାନେ କିଛି ଅଜବ ବିଶ୍ୱାସ ଆପଣାଇଥାନ୍ତି।

ଆସନ୍ତୁ ଜାଣିବା କିଛି ଲୋକପ୍ରିୟ ନିର୍ଦ୍ଦେଶକଙ୍କର ଅଜବ ବିଶ୍ୱାସ ସମ୍ପର୍କରେ…

କରଣ ଜୋହର

ବଲିଉଡର ଖ୍ୟାତନାମା ନିର୍ଦ୍ଦେଶକ କରଣ ଜୋହର। ‘କୁଛ୍ କୁଛ୍ ହୋତା ହେ’, ‘କଭି ଖୁସି କଭି ଗମ୍’, ‘କଭି ଅଲ୍‌ବିଦା ନା କେହନା’, ‘ମାଇଁ ନେମ୍ ଇଜ୍ ଖାନ୍’, ‘ଦି ଷ୍ଟୁଡେଣ୍ଟ ଅଫ୍ ଦି ଇୟର୍’ ଓ ‘ଏ ଦିଲ୍‌ ହେ ମୁସ୍କିଲ୍’ ଭଳି ଲୋକପ୍ରିୟ ସିନେମା ନିର୍ମାଣ କରିଛନ୍ତି।

କରଣ ଜୋହରଙ୍କର ବିଶ୍ୱାସ ରହିଛି ସେ ଲଣ୍ଡନରେ ତାଙ୍କ ଫିଲ୍ମର ସ୍କ୍ରିପ୍ଟ ପ୍ରସ୍ତୁତ କରିଲେ, ତାହା ହିଟ୍ ହେବ। ଏଣୁ କରଣ ଜୋହର୍ ଲଣ୍ଡନରେ କିଛି ମାସ ଧରି ନିଜ ଫିଲ୍ମର ସ୍କ୍ରିପ୍ଟ ପ୍ରସ୍ତୁତ କରିଥାନ୍ତି।

ଇନ୍ଦ୍ର କୁମାର

‘ଦିଲ୍’, ‘ବେଟା’, ‘ରାଜା’, ‘ମନ୍‌ ଧମାଲ୍’, ‘ଡବଲ୍ ଧମାଲ୍’ ପରି ସୁପରହିଟ୍ ଫିଲ୍ମର ନିର୍ଦ୍ଦେଶକ ହେଲେ ଇନ୍ଦ୍ର କୁମାର। ଇନ୍ଦ୍ର କୁମାରଙ୍କ ବିଶ୍ୱାସ ରହିଛି ଯେ ତାଙ୍କ ଫିଲ୍ମର ଏକ ଗୀତର ଦୃଶ୍ୟ ସୁଟିଂ ଉଟ୍ଟିଠାରେ ଥିବା ଏକ ଗଛ ପାଖରେ ରଖିଲେ ସିନେମା ହିଟ୍ ହେବ। ଏଥିପାଇଁ ସେ ପ୍ରଥମେ ‘ଦିଲ୍‌’ ଫିଲ୍ମର ଏକ ଗୀତ ସେଠାରେ ସୁଟିଂ କରିଥିଲେ। ଏଥିରେ ଅମୀର୍ ଖାନ୍ ଓ ମାଧୁରୀ ଦୀକ୍ଷିତ ଅଭିନୟ କରିଥିଲେ।

‘ଦିଲ୍‌’ ସୁପରହିଟ୍ ହୋଇଥିଲା। ଏହା ପରେ ଇନ୍ଦ୍ର କୁମାର ତାଙ୍କ ନିର୍ଦ୍ଦେଶିତ ଅଧିକାଂଶ ସିନେମାର ଗୋଟିଏ ଦୃଶ୍ୟ ସେଠାରେ ସୁଟିଂ କରିଛନ୍ତି।ରୋହିତ ସେଟ୍ଟି

ବଲିଉଡର ଅନ୍ୟତମ ନିର୍ଦ୍ଦେଶକ ହେଲେ ରୋହିତ୍ ସେଟ୍ଟି। ସେ ‘ଜମିନ୍’, ‘ଗୋଲ୍‌ମାଲ୍‌’, ‘ଗୋଲମାଲ୍‌ ରିଟର୍ଣ୍ଣସ’, ‘ଗୋଲମାଲ୍-ଥ୍ରୀ’, ‘ସଣ୍ଡେ’, ସିଂଘମ୍, ଦିଲୱାଲେ, ଚେନ୍ନାଇ ଏକ୍ସପ୍ରେସ ପରି ସୁପରହିଟ୍ ଫିଲ୍ମ ଦେଇଛନ୍ତି।

ରୋହିତ ସେଟ୍ଟିଙ୍କର ବିଶ୍ୱାସ ଯେ ଫିଲ୍ମର କୌଣସି ଏକ ଦୃଶ୍ୟରେ କାର୍ ସିନ୍‌ ଥିଲେ, ତାହା ସୁପରହିଟ୍ ହେବ। ଏ କଥାକୁ ଆଖି ଆଗରେ ରଖି ରୋହିତ ସେଟ୍ଟି ତାଙ୍କର ଅଧିକାଂଶ ଫିଲ୍ମରେ କାର୍‌ ଦୃଶ୍ୟ ରଖିଥାନ୍ତି।

ରାକେଶ ରୋଶନ୍‌

ବଲିଉଡର ଡିରେକ୍ଟର ରାକେଶ ରୋଶନ୍ ଅଙ୍କ ଜ୍ୟୋତିଷ (ନ୍ୟୁମୋରୋଲୋଜି)ରେ ଖୁବ୍‌ ବିଶ୍ୱାସ ରଖନ୍ତି। ଏଥିପାଇଁ ଫିଲ୍ମର ଟାଇଟଲ୍ ଫାଇନାଲ୍ କରିବା ଆଗରୁ ନ୍ୟୁମୋରୋଲୋଜିଷ୍ଟଙ୍କ ପରାମର୍ଶ ନେଇଥାନ୍ତି।

ରାକେଶ ରୋଶନ ଏହି କାରଣରୁ ତାଙ୍କ ଫିଲ୍ମ ‘କହୋନା ପ୍ୟାର୍‌ହେ’ରେ ଗୋଟିଏ ଅଧିକ ଇଂରାଜୀ ‘a’ର ବ୍ୟବହାର କରିଥିଲେ। ଠିକ୍ ସେହିପରି ‘କ୍ରିଶ୍’ ପରେ ଏହାର ସିକ୍ୱେଲ୍‌ର ଟାଇଟଲ୍‌ ‘କ୍ରିଶ୍‌-୨’ ନ ରଖି ରଖିଥିଲେ ‘କ୍ରିଶ୍‌-ଥ୍ରି’।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ରାକେଶ ରୋଶନ୍‌ ଇଂରାଜୀ ଅକ୍ଷର ‘k’ ଉପରେ ସବୁଠାରୁ ଅଧିକ ବିଶ୍ୱାସ କରନ୍ତି। ଏହି କାରଣରୁ ସେ ତାଙ୍କ ନିର୍ଦ୍ଦେଶିତ ସବୁ ସିନେମାର ଟାଇଟଲ୍‌ ‘k’ ଅକ୍ଷରରୁ ହିଁ ଆରମ୍ଭ କରିଥାନ୍ତି।

ରାକେଶ ରୋଶନ୍‌ଙ୍କ ନିର୍ଦ୍ଦେଶିତ ଫିଲ୍ମଗୁଡ଼ିକ ହେଲା ‘ଖୁଦ୍‌ଗର୍ଜ’, ‘କିଶନ୍ କହ୍ନେୟା’, ‘ଖେଲ୍’, ‘କାଲାବଜାର’, ‘କାରୋବାର’, ‘କୋଇଲା’, ‘କରଣ ଅର୍ଜୁନ’, ‘କହୋ ନା ପ୍ୟାର୍‌ହେ’, ‘କୋଇ ମିଲ୍‌ଗୟା’, ‘କ୍ରିସ୍‌’ ଓ ‘କ୍ରିସ୍‌-ଥ୍ରୀ’।

ରାଜ କୁମାରୀ ହିରାନୀ

ବଲିଉଡର ଅନ୍ୟତମ ଖ୍ୟାତନାମା ନିର୍ଦ୍ଦେଶକ ହେଲେ ରାଜ କୁମାର ହିରାନୀ। ସେ ‘ମୁନ୍ନାଭାଇ ଏମ୍‌ବିବିଏସ୍‌’, ‘ଲଗେ ରହୋ ମୁନ୍ନା ଭାଇ’, ‘ଥ୍ରି ଇଡିଅଟ୍ସ’, ‘ପିକେ’ ଓ ‘ସଞ୍ଜୁ’ ଭଳି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି।

ରାଜକୁମାର ହିରାନୀଙ୍କର ବିଶ୍ୱାସ ଯେ ତାଙ୍କର ଟାଇଟଲ୍ ଲୋକଙ୍କୁ ପସନ୍ଦ ହେଲେ, ଫିଲ୍ମ ହିଟ୍ ହେବ। ଏଥିପାଇଁ ସେ ଫିଲ୍ମର କାହାଣୀ ପ୍ରସ୍ତୁତ ପାଇଁ ଯେମିତି ସମୟ ନେଇଥାନ୍ତି, ଠିକ୍ ସେମିତି ଟାଇଟଲ୍‌ ଫାଇନାଲ୍ କରିବା ଲାଗି ମଧ୍ୟ ଢ଼େର୍ ସମୟ ନେଇଥାନ୍ତି।

ରାଜ କୁମାର ହିରାନୀଙ୍କର ପ୍ରତିଟି ସିନେମାର ଟାଇଟଲ୍ ସମ୍ପୂର୍ଣ୍ଣ ନିଆରା। ସଞ୍ଜୟ ଦତ୍ତଙ୍କ ବାୟୋପିକ୍ ‘ସଞ୍ଜୁ’ର ଟାଇଟଲ୍ ଫାଇନାଲ୍ କରିବା ପାଇଁ ରାଜ କୁମାର ହିରାନୀଙ୍କୁ ଲାଗିଥିଲା ପ୍ରାୟ ଦେଢ଼ ବର୍ଷ।

Comment