ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ସୁଲତାନ୍ ସଲମାନ୍ ଖାନ୍ଙ୍କ ସହିତ କେତେକ ସେଲିବ୍ରିଟିଙ୍କର ଜମା ଭଲ ପଡ଼େ ନାହିଁ ଆସନ୍ତୁ ଜାଣିବା କାହିଁକି ଏମାନଙ୍କ ସହିତ ସଲମାନଙ୍କର ଭଲ ସମ୍ପର୍କ ନାହିଁ

ବଲିଉଡର ଦବଙ୍ଗ ଷ୍ଟାର ସଲମାନ୍ ଖାନ ଅନେକଙ୍କ ପାଇଁ ଦେବତା ହୋଇଥିବା ବେଳେ ଆଉ କେତେ ଜଣ ସେଲିବ୍ରିଟିଙ୍କ ମୁହଁ ବି ଚାହାଁନ୍ତି ନାହିଁ। ସେମାନଙ୍କ ଉପରେ ସଲମାନ୍ ଏତେ ଖପ୍‌ପା ଯେ କଥା ବି ହୁଅନ୍ତି ନାହିଁ। ବଲିଉଡର ଏହି ପାଞ୍ଚ ଜଣ ସେଲିବ୍ରିଟିଙ୍କ ସହିତ ସଲମାନ୍ ଖାନଙ୍କର ସମ୍ପର୍କ ଏକଦମ୍ ତିକ୍ତ। ଆସନ୍ତୁ ଜାଣିବା ସେମାନେ କିଏ?

ସଞ୍ଜୟ ଲୀଲା ଭଂସାଲି

ନିର୍ଦ୍ଦେଶକ ଭାବେ ସଞ୍ଜୟ ଲୀଲା ଭଂସାଲି କ୍ୟାରିଅର୍ ଆରମ୍ଭ କରିଥିଲେ ‘ଖାମୋସି ଦ ମ୍ୟୁଜିକାଲ୍’ରୁ। ଏଥିରେ ସଲମାନ୍ ଖାନ୍ ବନିଥିଲେ ନାୟକ। ତା’ପରେ ସଞ୍ଜୟ ସଲମାନଙ୍କୁ ନେଇ ‘ହମ୍ ଦିଲ୍ ଦେ ଚୁକେ ସନମ୍’ ନିର୍ମାଣ କରିଥିଲେ। ଏ ଦୁଇଟି ଫିଲ୍ମ ସୁପରହିଟ୍ ହୋଇଥିଲା।

ତା’ପରେ ସଲମାନ୍ ସଞ୍ଜୟଙ୍କ ‘ସାୱରିୟା’ରେ ଗେଷ୍ଟ୍ ରୋଲ୍ ବି କରିଥିଲେ। ସେହି ପିଲ୍ମ ଫ୍ଲପ୍ ହୋଇଥିଲା। ଏହି ଫିଲ୍ମର ନିର୍ମାଣ ସମୟରେ ଉଭୟଙ୍କ ଭିତରେ ତିକ୍ତତା ସୃଷ୍ଟି ହୋଇଥିଲା, ଯାହାର ଫଳସ୍ୱରୂପ ଏ ଦୁହେଁ କେହି କାହାର ମୁହଁ ଚାହାଁନ୍ତି ନାହିଁ।

ବିବେକ ଓବେରୟ

ବଲିଉଡରେ ସଲମାନ୍ ଖାନ୍‌ଙ୍କ ସବୁଠାରୁ ବଡ଼ ଶତ୍ରୁ କିଏ ବୋଲି ପ୍ରଶ୍ନ ହେବ, ତେବେ ସେହି ସେଲିବ୍ରିଟି ଜଣକ ହେଲେ ବିବେକ ଓବେରୟ।

ସଲମାନ୍ ଖାନ୍ ଐଶ୍ୱର୍ଯ୍ୟା ରାୟଙ୍କ ପ୍ରେମରେ ମସଗୁଲ୍ ଥିଲେ। କିନ୍ତୁ ସଲ୍ଲୁମିଆଁଙ୍କଠାରୁ ଐଶ୍ୱର୍ଯ୍ୟାଙ୍କୁ ଛଡ଼ାଇ ନେଇଥିଲେ ବିବେକ ଓବେରୟ।

ଖାଲି ସେତିକି ନୁହେଁ ବିବେକ ଏକ ସାମ୍ବାଦିକ ସମ୍ମିଳନୀରେ ଏ କଥା ବି କହିଥିଲେ ଯେ ସଲମାନ୍ ତାଙ୍କ ପାଖକୁ ଧମକପୂର୍ଣ୍ଣ ଅଶ୍ଳୀଳ ମେସେଜ୍ ପଠାଉଛନ୍ତି। ଏହାପରଠାରୁ ବିବେକଙ୍କ ସହିତ ସଲମାନ୍ ଖାନ୍‌ଙ୍କର ସମ୍ପର୍କ ତିକ୍ତ ହୋଇଥିଲା। ଆଜି ଯାଏଁ ଉଭୟଙ୍କ ମଧ୍ୟରେ ତିକ୍ତତା ରହିଛି।

ଅର୍ଜୁନ କପୁର

ସଲମାନ୍ ଖାନ୍‌ଙ୍କର ଆଉ ଜଣେ ଶତ୍ରୁ ହେଲେ ଅର୍ଜୁନ କପୁର। ଅର୍ଜୁନଙ୍କର ସଲମାନ୍‌ ଖାନ୍‌ଙ୍କ ଭାଉଜ ମଲ୍ଲାଇକା ଅରୋରା ଖାନଙ୍କ ସହିତ ଆଫେଆର୍‌କୁ ନେଇ ଚର୍ଚ୍ଚା ହୋଇଥିଲା। ମଲ୍ଲାଇକା ଥିଲେ ସଲମାନଙ୍କ ଭାଇ ଅରବାଜ୍‌ ଖାନ୍‌ଙ୍କ ପତ୍ନୀ।

ଏହି ପ୍ରସଙ୍ଗରେ ଅର୍ଜୁନଙ୍କୁ ସଲମାନ୍ ଧମକ ଦେଇଥିଲେ, ହେଲେ ଅର୍ଜୁନ କପୁର ଏକଥାକୁ ଅସ୍ୱୀକାର କରିଥିଲେ। ତେବେ ଏହା ପରେ ସଲମାନ୍ ଓ ଅର୍ଜୁନ ସାମ୍ନାସାମ୍ନି ହୁଅନ୍ତି ନାହିଁ।

ସରୋଜ୍ ଖାନ୍

ଖୁବ୍ କମ୍ ଲୋକଙ୍କୁ ଜଣା ଯେ ପ୍ରଖ୍ୟାତ ନୃତ୍ୟ ନିର୍ଦ୍ଦେଶିକା ସରୋଜ ଖାନ୍‌ଙ୍କ ସହ ବି ସଲମାନ୍ ଖାନ୍‌ଙ୍କର ଭଲ ପଡ଼େ ନାହିଁ। ଜଣାଶୁଣା ନିର୍ଦ୍ଦେଶକ ରାଜକୁମାର ସନ୍ତୋଷୀଙ୍କ ସୁପରହିଟ୍ ଫିଲ୍ମ ‘ଅନ୍ଦାଜ୍ ଅପ୍‌ନା ଅପ୍‌ନା’ରେ ସଲମାନ୍ ଖାନ୍‌ଙ୍କୁ ସରୋଜ ଖାନ୍‌ଙ୍କ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ। ସେହି ସମୟରେ ସଲମାନ୍ ଲକ୍ଷ୍ୟ କଲେ ଯେ ସରୋଜ ଖାନ୍ ତାଙ୍କୁ ଠିକ୍ ଷ୍ଟେପ୍‌ ଶିଖାଇନାହାନ୍ତି।

ଏହାକୁ ନେଇ ଉଭୟଙ୍କ ଭିତରେ ବଚସା ମଧ୍ୟ ହୋଇଥିଲା। ଏହାପରେ ଏ ଦୁହେଁ କେବେ ବି ଏକାଠି କାମ କରିନାହାନ୍ତି କି କେହି କାହାର ମୁହଁ ଦେଖିବାକୁ ପସନ୍ଦ କରନ୍ତି ନାହିଁ।

ଅରିଜିତ୍ ସିଂହ

ବଲିଉଡର ଲୋକପ୍ରିୟ ଗାୟକ ଅରିଜିତ୍ ସିଂହଙ୍କୁ ବି ସଲମାନ୍‌ ଖାନ୍‌ ନିଜର ଶତ୍ରୁ ମେନେ କରନ୍ତି।

ଏକ ଆୱାର୍ଡ ଫଙ୍କସନ୍‌ରେ ସଲମାନ୍ ଖାନ୍ ଅରିଜିତ୍‌ଙ୍କୁ କହିଥିଲେ ଯେ ଆପଣ କ’ଣ ଶୋଇଥିଲେ କି? ଅରିଜିତ୍ କିଛି ବିଚାର ନ କରି ତତକ୍ଷଣାତ୍‌ କହିଥିଲେ, “ଆପଣମାନେ ମୋତେ ଶୁଆଇ ଦେଇଥିଲେ”।

ଅରିଜିତ୍ ଯେଉଁ ଢଙ୍ଗରେ ସଲମାନଙ୍କ ମୁହଁରେ ଜବାବ୍‌ ଦେଇଥିଲେ, ତାହା ସଲମାନଙ୍କୁ ଭଲ ଲାଗିନଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସଲମାନ୍ ଖାନ୍ ତାଙ୍କ ଅଭିନୀତ ସିନେମା ‘ସୁଲତାନ’ରୁ ଅରିଜିତ୍‌ଙ୍କ ଗୀତ ମଧ୍ୟ ହଟାଇ ଦେଇଥିଲେ। ଅରିଜିତ ତା’ପରେ ସଲମାନଙ୍କୁ ସୋସିଆଲ୍ ମିଡିଆରେ କ୍ଷମା ମାଗିଥିଲେ ବି ସଲମାନ ତାଙ୍କୁ କ୍ଷମା ଦେଇନାହାନ୍ତି।

Comment