ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୮ ସେକେଣ୍ଡର ଭିଡିଓରେ ସାରା ଦେଶକୁ ପାଗଳ କରିଥିବା ଭାଇରାଲ ଗାର୍ଲ ପ୍ରିୟା ପ୍ରକାଶ ଏବେ ଗୋଟିଏ ବିଜ୍ଞାପନ ପାଇଁ ନେଉଛନ୍ତି ୧କୋଟି ଟଙ୍କା

ପୁଣି ଚର୍ଚ୍ଚାରେ ମାଲାୟାଲାମ ଅଭିନେତ୍ରୀ ପ୍ରିୟା ପ୍ରକାଶ ଭ୍ୟାରିୟର। ଆଖିରେ ଆଖିରେ ଇଶାରା ଦେଇ ସାରା ଦେଶରେ ଚହଳ ପକାଇଥିବା ପ୍ରିୟା ନିକଟରେ ଗୋଟିଏ ବିଜ୍ଞାପନରେ ଅଭିନୟ କରିବା ପାଇଁ ସାଇନ୍‌ କରିଛନ୍ତି। ବିଜ୍ଞାପନ ପାଇଁ ସେ ନେଇଛନ୍ତି ୧କୋଟି ଟଙ୍କା। କୌଣସି ନବଗତା ଅଭିନେତ୍ରୀଙ୍କ ପାଇଁ ଏହା ସବୁଠୁ ବଡ଼ ରକମ ବୋଲି ଜଣାପଡ଼ିଛି।

ଏହାପୂର୍ବରୁ ପ୍ରିୟା ନିଜର ଇନ୍‌ଷ୍ଟାଗ୍ରାମ୍‌ ପ୍ରମୋଶନ ପାଇଁ ପ୍ରତି ପୋଷ୍ଟ୍‌ ପିଛା ସେ ୮ଲକ୍ଷ ଟଙ୍କା ଦାବି କରି ଚର୍ଚ୍ଚାକୁ ଆସିଥିଲେ। ଇନ୍‌ଷ୍ଟାଗ୍ରାମରେ ପ୍ରିୟା ପ୍ରକାଶଙ୍କ ଫଲୋଅର୍ସଙ୍କ ସଂଖ୍ୟା ୬୦ଲକ୍ଷରୁ ଅଧିକ ଅଛନ୍ତି।

ପ୍ରିୟା ପ୍ରକାଶଙ୍କ ଆଖିରେ ଆଖିରେ ଇଶାରା ଦେଉଥିବା ୨୮ ସେକେଣ୍ଡର ଭିଡିଓ ଭାଇରାଲ ହୋଇଥିଲା। ଭାଲେଣ୍ଟାଇନ ଡେ’ରେ ଏହି ଭିଡିଓ ଭାଇରାଲ ହେବାପରେ ଇଣ୍ଟରନେଟରେ ଚହଳ ପଡିଯାଇଥିଲା। ଫଳରେ ଚାରିଆଡେ ପ୍ରିୟାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ଆଉ ଏଥିରୁ ତାଙ୍କର ଲୋକପ୍ରିୟତା ମଧ୍ୟ ବୃଦ୍ଧି ପାଇଥିଲା। ଯାହାର ଫଳସ୍ୱରୂପ ତାଙ୍କୁ ବଲିଉଡ ଫିଲ୍ମରେ ମଧ୍ୟ ସୁଯୋଗ ମିଳିଛି।

ପ୍ରିୟା ପ୍ରକାଶ ଖୁବଶିଘ୍ର ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ରୋହିତ ସେଟ୍ଟିଙ୍କ ଆଗାମୀ ଫିଲ୍ମ ‘ସିମ୍ବା’ରେ ତାଙ୍କୁ ଦେଖିବାକୁ ମିଳିବ। ରଣବୀର କପୁର ହେବେ ତାଙ୍କ ନାୟକ। ମାଲୟାଲମ୍‌ ଅଭିନେତ୍ରୀ ପ୍ରିୟା ପ୍ରକାଶ ୱାରିୟର ବଲିଉଡରେ ପାଦ ଦେଇଛନ୍ତି। ରେହିତ ସେଟ୍ଟିଙ୍କ ଆଗାମୀ ଫିଲ୍ମ ‘ସିମ୍ବା’ରେ ତାଙ୍କୁ ଦେଖିବାକୁ ମିଳିବ।

ରୋହିତ ସେଟ୍ଟିଙ୍କ ଆଗାମୀ ଫିଲ୍ମ ‘ସିମ୍ବା’ରେ ସେ ନାୟିକା ଭୂମିକାରେ ଅଭିନୟ କରୁଛନ୍ତି। ତାଙ୍କ ବିପକ୍ଷରେ ରଣବୀର ସିଂହ ଅଭିନୟ କରୁଛନ୍ତି। ସୂଚନା ଅନୁସାରେ ଭିଡିଓ ଭାଇରାଲ ହେବା ପରଠାରୁ ପ୍ରିୟାଙ୍କ ପାଖକୁ ବହୁତ ଅଫର୍‌ ଆସିଥିଲା।

‘ସିମ୍ବା’ର ସହ ପ୍ରଯୋଜକ ହେଉଛନ୍ତି କରଣ ଜୋହର। କରଣ ମଧ୍ୟ ଚାହୁଁଥିଲେ ଏହି ଫିଲ୍ମରେ ପ୍ରିୟାଙ୍କୁ ନିଆଯାଉ। ସେହିପରି ପ୍ରିୟା ମଧ୍ୟ ରଣବୀରଙ୍କ ସହିତ କାମ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ।

ଯଦିଓ ଫିଲ୍ମରେ ପ୍ରିୟାଙ୍କ ରୋଲ ସେତେ ବଡ଼ ନୁହେଁ ତଥାପି ଯୁବବର୍ଗ ମଧ୍ୟରେ ତାଙ୍କର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ତାଙ୍କୁ ଏହି ପିଲ୍ମରେ ନିଆଯାଛି ବୋଲି ନିର୍ଦ୍ଦେଶକ ରୋହିତ ସେଟ୍ଟି କହିଛନ୍ତି। ରଣବୀର ଏଥିରେ ଜଣେ ପୁଲିସ ଅପିସର ଭୂମିକାରେ ଅଭିନୟ କରୁଛନ୍ତି। ଚଳିତବର୍ଷ ୨୧ ଡିସେମ୍ବରରେ ‘ସିମ୍ବା’ ରିଲିଜ ହେବ।

Comment