ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଦିଭା ଦିଶା ପଟାନି ଏବେ ଖୁବ୍‍ ଚର୍ଚ୍ଚାରେ ଅଛନ୍ତି ଆସନ୍ତୁ ଜାଣିବା କାହିଁକି?

ବଲିଉଡର ହଟ୍ ହିରୋଇନ୍ ଦିଶା ପଟାନି ଗତ କିଛିମାସ ହେଲା ସବୁବେଳେ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହିଛନ୍ତି।

ସଲମାନ୍ ଖାନଙ୍କ ସାଥ୍ ମିଳିଥିଲା ଦିଶାଙ୍କୁ

ବଲିଉଡର ଲୋକପ୍ରିୟ ନାୟିକା ଦିଶା ପଟାନିଙ୍କୁ ନିକଟରେ ସୁପରଷ୍ଟାର ସଲମାନ ଖାନଙ୍କ ସାଥ୍ ମିଳିଛି। ସେ ତାଙ୍କର ଅପକମିଂ ମୁଭି ‘ଭାରତ’ରେ ସଲମାନଙ୍କ ସହ କାମ କରୁଛନ୍ତି।

ଏହି ସିନେମାରେ ଦିଶା ପଟାନି ସଲମାନଙ୍କ ଭଉଣୀ ଭୂମିକାରେ ଅଛନ୍ତି। ଏହି ଫିଲ୍ମ ପାଇଁ ଦିଶା ଖୁବ୍ ପରିଶ୍ରମ ମଧ୍ୟ କରୁଛନ୍ତି। ଦିଶା ନିକଟରେ ନିଜର ଏକ ଭିଡିଓ ସେୟାର୍ କରିଛନ୍ତି। ଏହି ଭିଡିଓରେ ଦିଶାଙ୍କୁ ଏକ ଭୟାନକ ଷ୍ଟଣ୍ଟ କରୁଥିବାର ଦେଖିବାକୁ ମିଳିଛି।

ଦିଶା ପଟାନି ଏହି ଫିଲ୍ମ ପାଇଁ ସ୍ୱତନ୍ତ୍ର ଟ୍ରେନିଂ ମଧ୍ୟ ନେଉଥିବା ମଧ୍ୟ ଜଣାଯାଇଛି। ଏଥିପାଇଁ ଆନ୍ତର୍ଜାତୀୟ ସ୍ତରର ଟ୍ରାପିଜ୍ ଆର୍ଟିଷ୍ଟ୍ ଅଲ୍ଲୀଙ୍କଠାରୁ ଟ୍ରେନିଂ ନେଉଛନ୍ତି। ଦିଶା ପ୍ରାୟ ଦୁଇ ସପ୍ତାହ ଯାଏଁ ଏହି ଟ୍ରେନିଂ ନେବେ।

୪୦୦ କୋଟିର ସିନେମା ସଂଘମିତ୍ରାରେ ନଜର ଆସିବେ ଦିଶା

ଦିଶା ପଟାନି ଏବେ ଚର୍ଚ୍ଚାରେ ରହିବାର ଅନ୍ୟ ଏକ କାରଣ ହେଲା ସିନେମା ‘ସଂଘମିତ୍ରା’ରେ ତାଙ୍କ ଭୂମିକା। ଏହି ଚଳଚ୍ଚିତ୍ରର ବଜେଟ୍ ପ୍ରାୟ ୪୦୦ କୋଟି ଟଙ୍କା। ଏହି ବିଗ୍‌ ବଜେଟ୍‌ ଫିଲ୍ମରେ ଜଣେ ଯୋଦ୍ଧା ରାଜକୁମାରୀ ଭୂମିକା ନିଭାଇବେ ଦିଶା ପଟାନି। ଏହାର ସୁଟିଂ ଏହି ଅଗଷ୍ଟ ମାସରେ ଶୁଭାରମ୍ଭ ହେବ। ଏହି ଫିଲ୍ମରେ ଆଗରୁ ଶ୍ରୁତି ହାସନ୍ ଟାଇଟଲ୍ ରୋଲରେ ଅଭିନୟ କରିବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ଶ୍ରୁତି ଏଥିରୁ ଓହରି ଯାଇଥିଲେ, ହେଲେ ପରେ ଦିଶାଙ୍କୁ ମିଳିଛି ‘ସଂଘମିତ୍ରା’ ଭୂମିକା।

ଟାଇଗରଙ୍କ ସହ ଆଫେଆର

ବଲିଉଡର ହଟ୍ ହିରୋଇନ୍ ଦିଶା ପଟାନି ଅନେକ ଦିନରୁ ନିଜର ବୟଫ୍ରେଣ୍ଡ ଟାଇଗର ଶ୍ରଫ୍‌ଙ୍କ ସହ ଆଫେଆର ପାଇଁ ସବୁଠାରୁ ବେଶୀ ଚର୍ଚ୍ଚାର ରହିଆସିଛନ୍ତି।

ଟାଇଗର ଶ୍ରଫ୍ ଓ ଦିଶା ପଟାନି ଏଯାଏଁ କେବଳ ଗୋଟିଏ ହିନ୍ଦୀ ସିନେମାରେ କାମ କରିଛନ୍ତି। ଏହି ଫିଲ୍ମ ହେଲା ‘ବାଗୀ-୨’। ଏହି ସିନେମାରେ କାମ କରିବା ଆଗରୁ ଟାଇଗର ଓ ଦିଶା ପ୍ରେମରେ ପଡ଼ିଥିଲେ। ଏହି ପ୍ରେମୀଯୁଗଳ ମଧ୍ୟ ବିଦେଶରେ ସମୟ ବିତାଇଛନ୍ତି। ମଝିରେ ଉଭୟଙ୍କର ଗୋପନ ବିବାହକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଛି। ମାତ୍ର ଉଭୟେ ସେମାନଙ୍କ ପ୍ରେମ ସମ୍ପର୍କକୁ ସ୍ୱୀକାର କରିନାହାନ୍ତି।

ପ୍ରଥମେ ଶୁଣାଯାଉଥିଲା ଯେ ଦିଶାଙ୍କୁ ଟାଇଗରଙ୍କ ମା’ ଆୟେଶା ଶ୍ରଫ୍ ପସନ୍ଦ କରୁନଥିଲେ। ହେଲେ କିଛିଦିନ ହେବ ଆୟେଶାଙ୍କ ମନ ବି ଜିଣି ସାରିଲେଣି ଦିଶା। ଖାଲି ସେତିକି ନୁହେଁ, ଟାଇଗରଙ୍କ ଭଉଣୀ କ୍ରିଷ୍ଣା ବି ଦିଶାଙ୍କୁ ପସନ୍ଦ କରିଲେଣି।

କ୍ୟାରିଅର ପାଇଁ ବି ଚର୍ଚ୍ଚାରେ

ଦିଶା ପଟାନି ସିଧାସଳଖ ବଲିଉଡରେ ଏଣ୍ଟ୍ରି ନେଇନଥିଲେ। ସେ ତେଲୁଗୁ ଫିଲ୍ମ ’ଲୋଫର୍’ ଜରିଆରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ। ଏହା ୨୦୧୫ରେ ରିଲିଜ୍ ହୋଇଥିଲା। ଏହାପରେ ଦିଶା ‘ବେଫିକ୍ରା’ ନାମକ ଏକ ମ୍ୟୁଜିକ୍ ଭିଡିଓରେ ନଜର ଆସିଥିଲେ। ଏଥିରେ ପ୍ରଥମ ଥର ପାଇଁ ତାଙ୍କ ବୟଫ୍ରେଣ୍ଡ ଟାଇଗର ଶ୍ରଫ୍‌ଙ୍କ ସହିତ କାମ କରିଥିଲେ।

ବଲିଉଡରେ ଦିଶାଙ୍କ ପ୍ରଥମ ସିନେମା ହେଲା ନୀରଜ ପାଣ୍ଡେଙ୍କ ନିର୍ଦ୍ଦେଶିତ ‘ଏମ୍ ଏସ୍ ଧୋନି: ଦ ଅନଟୋଲ୍‍ଡ୍‌ ଷ୍ଟୋରି’| ଏହି ସିନେମା ସୁପରହିଟ୍‍ ହୋଇଥିଲା। ‘ବାଗୀ-୨’ ବ୍ଲକବଷ୍ଟର ହେବା ପରେ ଅଧିକ ଚର୍ଚ୍ଚାରେ ଅଛନ୍ତି ଦିଶା।

Comment