ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ବଙ୍ଗିଦା ପଞ୍ଚାୟତ କଙ୍କଣହାର ଗାଁରେ ଅଭାବନୀୟ ଘଟଣା ଘଟିଛି। ଶୁକ୍ରବାର ସନ୍ଧ୍ୟାରେ ବଜ୍ରପାତ ହେବାରୁ ୫୦ରୁ ଅଧିକ ଗୋରୁ, ଛେଳିଙ୍କର ମୃତ୍ୟୁ ଘଟିଛି। ୨ ଜଣ ଲୋକ ଗୁରୁତର ହୋଇଯାଇଛନ୍ତି।

ଶୁକ୍ରବାର ସନ୍ଧ୍ୟାରେ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ହେବାରୁ ସୁରେଶ ଭୂୟାଁଙ୍କର ୪୩ଟି ଛେଳି, ୬ଟା ଗାଈ ଏବଂ ଅରଣ୍ୟ ମାର୍ଥାଙ୍କର ୨ଟି ଗାଈଙ୍କର ମୃତ୍ୟୁ ଘଟିଥିଲା। ଗୋରୁ ଚରାଇ ଘରକୁ ଫେରିବା ବେଳେ ଏହି ଅଘଟଣ ଘଟିଥିଲା। ଏହାସହ ସୁରେଶ ଏବଂ ଅରଣ୍ୟ ମଧ୍ୟ ଆହତ ହୋଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି ହୋଇଥିଲେ। ସୁରେଶଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

Comment