ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ପପୁଲାର ଆକ୍ଟ୍ରେସ୍‍ ଦୀପିକା ଓ ତାଙ୍କ ଲଭର୍‌ ରଣବୀର ସିଂଙ୍କୁ ଦେଖିବାକୁ ମିଳିଛି ଫ୍ଲୋରିଡାରେ।  ଦୁହେଁ ଦୁହିଁଙ୍କ ହାତ ଧରି ଫ୍ଲୋରିଡାରେ ବୁଲୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚିତ ହୋ‍ଇଛି।

ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଦୀପିକା-ରଣବୀରଙ୍କ ଏକ ଭିଡିଓ, ଯେଉଁଥିରେ ଉଭୟେ ଫ୍ଲୋରିଡାରେ ହାତ ଧରି ବୁଲିବାର ଦେଖିବାକୁ ମିଳିଛି। ବଲିଉଡର ପପୁଲାର ଆକ୍ଟ୍ରେସ ଦୀପିକା ପାଦୁକୋନ୍‍ ନିଜ ପ୍ରୋଫେସନାଲ ଲାଇଫ୍‌ରୁ ବ୍ରେକ ନେଇ ଛୁଟି କଟାଇବାକୁ ଯାଇଥିଲେ ଫ୍ଲୋରିଡା, ସାଙ୍ଗରେ ଥିଲେ ତାଙ୍କ ଲଭର ରଣବୀର ସିଂ।  ଏହି ସମୟରେ ତାଙ୍କର କେହି ଜଣେ ଫ୍ୟାନ ସେମାନଙ୍କର ଏକ ଭିଡିଓ ରେକର୍ଡ କରି ସୋସିଆଲ ମିଡିଆରେ ଅପଲୋଡ କରିଥିଲେ।

ଏହି ବର୍ଷ ନଭେମ୍ବର ମାସରେ ଦୀପିକା ଓ ରଣବୀର ବିବାହ କରିବାକୁ ଯାଉଥିବାର ଶୁଣିବାକୁ ମିଳିଛି।  ବିବାହ ପୂର୍ବରୁ ଫ୍ଲୋରିଡାରେ ସିକ୍ରେଟ୍‌ରେ ଛୁଟି କଟାଇବାକୁ ଯାଇଛନ୍ତି ଏହି ଲଭ୍‌-ବାର୍ଡ୍‌ସ।  ଏହି ଭିଡିଓରେ ଉଭୟେ କାଜୁଆଲ୍‍ ଡ୍ରେସ୍‌ ପିନ୍ଧି ଛୁଟି ଉପଭୋଗ କରୁଥିବାର ଦେଖିବାକୁ ମିଳିଛି।

‘ଓମ୍ ଶାନ୍ତି ଓମ୍‌’ ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ ହଟ୍ ହିରୋଇନ୍ ଦୀପିକା ପାଦୁକୋନ୍। ସେ ବିଗତ ଏଗାର ବର୍ଷ ଭିତରେ ବେଶ୍ କେତୋଟି ହିଟ୍ ସିନେମା ଦେଇ ଚର୍ଚ୍ଚାରେ ରହିଛି। କେତେକ ସିନେମାରେ ପ୍ରଭାବଶାଳୀ ଅଭିନୟ କରି ଚର୍ଚ୍ଚାର ପରିଧିକୁ ମଧ୍ୟ ଆସିଛନ୍ତି। ବ୍ୟକ୍ତିଗତ ଜୀବନରେ ଦୀପିକା ପାଦୁକୋନ୍ ନିଜର ପ୍ରେମ ପ୍ରସଙ୍ଗ ପାଇଁ ବି ଚର୍ଚ୍ଚିତ ହୋଇଛନ୍ତି। ୨୦୧୩ ମସିହାରୁ ଆଜିଯାଏଁ ଲଭବାର୍ଡସ ଭାବେ ବଲିଉଡରେ ପରିଚିତ ହୋଇଆସୁଛନ୍ତି ଦୀପିକା-ରଣବୀର।

ଦୀପିକା ଓ ରଣବୀର ଏହି ବର୍ଷ ନଭେମ୍ବରରେ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଥିବା ନେଇ ମଧ୍ୟ ଚର୍ଚ୍ଚା ଶୁଣିବାକୁ ମିଳିଛି। ଏହି ଯୋଡ଼ି ଇଟାଲିର ଲେକ୍‌ କୋମୋରେ ’ଡେଷ୍ଟିନେସନ ୱେଡିଂ’ କରିବାକୁ ମଧ୍ୟ ଇଛା ରଖିଥିବାର ଚର୍ଚ୍ଚା ହେଉଛି। ଦୁହିଁଙ୍କର ନିର୍ବନ୍ଧ ପୂର୍ବରୁ ସରିଯାଇଥିଲା ବେଳେ ନଭେମ୍ବର ମାସରେ ଏହି ଲଭ୍‌-ବାର୍ଡ୍‌ସ ଇଟାଲିରେ ’ଡେଷ୍ଟିନେସନ ୱେଡିଂ’ କରିବାକୁ ଯାଉଛନ୍ତି।

Comment