ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ଲଣ୍ଡା ହୋଇଛନ୍ତି ବଲିଉଡ୍ଅଭିନେତ୍ରୀ ସୋନାଲି ବେନ୍ଦ୍ରେ। କୌଣସି ଫିଲ୍ମରେ ଅଭିନୟ ପାଇଁ ନୁହେଁ ବରଂ କ୍ୟାନସର ରୋଗ ପାଇଁ କେମୋ ନେଉଥିବାରୁ ତାଙ୍କୁ ଲଣ୍ଡା ହେବାକୁ ପଡ଼ିଛି।

ହାଇଗ୍ରେଡ୍‌ କ୍ୟାନସରରେ ଆକ୍ରାନ୍ତ ବଲିଉଡ଼ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ। ଏବେ ନ୍ୟୁୟର୍କରେ ଚାଲିଛି ତାଙ୍କର ଚିକିତ୍ସା। ଚିକିତ୍ସାର ପ୍ରତି ଖବର ନିଜ ଫ୍ୟାନ୍‌ମାନଙ୍କୁ ଜଣାଉଛନ୍ତି। ଏହି କ୍ରମରେ ସେ ରବିବାରଦିନ ନିଜ ଇନ୍‌ଷ୍ଟାଗ୍ରାମ ପେଜରେ ଏକ ଫଟୋ ଛାଡ଼ିଛନ୍ତି। ଯାହାକୁ ଦେଖି ତାଙ୍କ ଫ୍ୟାନ୍‌ମାନେ ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି।

ଅପଲୋଡ କରିଥିବା ଫଟୋରେ ସୋନାଲି ସମ୍ପୂର୍ଣ୍ଣ ଲଣ୍ଡା ହୋଇ ଯାଇଥିବା ଦେଖାଯାଇଛି। ଫ୍ରେଣ୍ଡସିପ୍‌ ଡେ ଅବସରରେ ସୋନାଲି ଏହି ଫଟୋ ସେୟାର କରିଥିବା ବେଳେ କର୍କଟ ରୋଗର ପ୍ରଭାବ ତାଙ୍କ ଶରୀର ଉପରେ ସ୍ପଷ୍ଟ ଜଣାପଡ଼ୁଛି।


ଏହି ଫଟୋରେ ତାଙ୍କ ସହ ନଜର ଆସିଛନ୍ତି ରିତିକ୍‌ ରୋଶନଙ୍କ ପତ୍ନୀ ସୁଜାନେ ଖାନ୍‌ ଏବଂ ସ୍ୱଦେଶ ଫିଲ୍ମର ନାୟିକା ଗାୟତ୍ରୀ ଓବରୟ। ଫଟୋଟିକୁ ଉଠାଇଛନ୍ତି ବଲିଉଡ ଅଭିନେତା ହ୍ରିତିକ ରୋଶନ।

ଏହି ଫଟୋ ଛାଡ଼ି ଲେଖିଛନ୍ତି, “ମୁଁ ସୋନାଲି ବେନ୍ଦ୍ରେ। ଏବେ ମୁଁ ବହୁତ ଖୁସି ଅଛି। ମୁଁ ଜାଣିଛି ଆପଣମାନେ ମୋତେ ଏହି ରୂପରେ ଦେଖି ଆଶ୍ଚର୍ଯ୍ୟ ହେଉଥିବେ। ଏବେ ପ୍ରତ୍ୟେକ ମୂହୁର୍ତ୍ତ ମୁଁ ଖୁସିରେ ବିତାଇବାକୁ ଚାହୁଁଛି। ବନ୍ଧୁ ଓ ସମ୍ପର୍କୀୟମାନେ ମଧ୍ୟ ମୋ ସହ ବରାବର ଅଛନ୍ତି। ସେମାନଙ୍କ ଆଶୀର୍ବାଦ ଓ ଦର୍ଶକଙ୍କ ଭଲପାଇବା ଯୋଗୁଁ ମୁଁ କେବେ ନିଜକୁ ଏକୁଟିଆ ମନେ କରୁନାହିଁ”।

ଏହାସହ ସୋନାଲି ନିଜକୁ ବ୍ଲାଡ୍ ବିୟୁଟି(ଲଣ୍ଡିତ ସୁନ୍ଦରୀ) ଆଖ୍ୟା ଦେଇଛନ୍ତି। ଏଥରୁ ସୋନାଲିଙ୍କ ସକରାତ୍ମକ ଚିନ୍ତାଧାର ସ୍ପଷ୍ଟ ବାରି ହୋଇପଡ଼ୁଛି।

ଜୁଲାଇ ୪ରେ ପ୍ରଥମଥର ପାଇଁ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ ଜରିଆରେ ସମସ୍ତଙ୍କୁ ନିଜର ରୋଗ ବିଷୟରେ ଜଣାଇଥିଲେ। ହଠାତ୍‌ ସୋନାଲିଙ୍କ ଏହି ରୋଗରେ ପଡ଼ିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

ନ୍ୟୁୟର୍କରେ ରହି ମଧ୍ୟ ଚିକିତ୍ସାର ସମସ୍ତ ଖବର ସୋନାଲି ନିଜ ପ୍ରଶଂସକଙ୍କ ସହ ସେୟାର କରୁଥିବା ବେଳେ କିଛି ଦିନ ତଳେ ତାଙ୍କ କେଶକୁ କାଟି ଛୋଟ କରିଥିବାର ଭିଡ଼ିଓ ଏବଂ କିଛି ଫଟୋ ସେ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ।

Comment