ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତା ନଭେମ୍ବରରେ ଓଡିଶାରେ ହେବାକୁଥିବା ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ ପ୍ରସ୍ତୁତି ନେଇ ନିବେଶକଙ୍କ ସହ ଆଲୋଚନା କରିଛନ୍ତି ନବୀନ ପଟ୍ଟନାୟକ।

ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ନିବେଶକଙ୍କୁ ଆହ୍ଵାନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତା ନଭେମ୍ବରରେ ଓଡିଶାରେ ହେବାକୁଥିବା ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ ପ୍ରସ୍ତୁତି ନେଇ ନିବେଶକଙ୍କ ସହ ଆଲୋଚନା କରିଛନ୍ତି ନବୀନ ପଟ୍ଟନାୟକ।

ମୁମ୍ବାଇର ଏକ ପଞ୍ଚ ତାରକା ହେଟେଲରେ ‘ଇନଭେଷ୍ଟର୍ସ ମିଟ’ରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, “ରାଜ୍ୟରେ ପୁଞ୍ଜି ନିବେଶ ପାଇଁ ବ୍ୟାପକ ସୁବିଧା ରହିଛି। ପାରାଦ୍ଵୀପ ଓ ଧାମରା ଭଳି ପୂର୍ଣ୍ଣ କାର୍ଯ୍ୟକ୍ଷମ ବନ୍ଦର ରହିଛି। ବର୍ତ୍ତମାନ ସୁଦ୍ଧା ୨୫୦ଟି ଷ୍ଟାର୍ଟଅପ ପଞ୍ଜିକୃତ ହୋଇଛି। ଓଡିଶାରେ ପୁଞ୍ଜି ନିବେଶ ପାଇଁ ଅନୁକୂଳ ପରିବେଶ ରହିଛି। ତେଣୁ ପୁଞ୍ଜି ନିବେଶ ପାଇଁ ନିବେଶକାରୀ ଆସନ୍ତୁ ଏବଂ ଓଡ଼ିଶାରେ ନିବେଶ କରନ୍ତୁ”।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମେକ ଇନ୍ ଓଡ଼ିଶା କନକ୍ଲେଭର ଅଫିସିଆଲ୍ ୱେବସାଇଟ୍ www.mio.investodisha.gov.in  ଉଦ୍‌ଘାଟନ କରିଛନ୍ତି।

ଆସନ୍ତା ନଭେମ୍ବର ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ଓଡିଶାରେ ହେବାକୁ ଥିବା ମେକ ଇନ ଓଡିଶା କନକ୍ଲେଭକୁ ସଫଳ କରାଇବା ପାଇଁ ଏହି କ୍ୟାମ୍ପେନ ମାଧ୍ୟମରେ ପ୍ରସ୍ତୁତି ଚଳାଇଛନ୍ତି ମୁଖ୍ୟମନ୍ତ୍ରୀ। ଏଥର ମେକ ଇନ ଓଡିଶା କନକ୍ଲେଭର ଥିମ୍ ରହିଛି ‘ଆଇ ଆମ ଓଡ଼ିଶା’। ନିବେଶକାରୀମାନେ ଓଡିଶା ଆସି ଶିଳ୍ପାୟନ ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ନିବେଶକକାରୀଙ୍କୁ ଆହ୍ଵାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଗତ କିଛି ଦିନ ତଳେ ଇଜ୍‌ ଅଫ ଡୁଇଙ୍ଗ ବିଜନେସରେ ଓଡିଶାର ସ୍ଥାନ ବିଗତ ବର୍ଷ ତୁଳନାରେ ତଳକୁ ଖସିଯାଇଥିଲା। ଯାହାକୁ ନେଇ ବିରୋଧୀମାନେ ଅନେକ ସମୟରେ ଶାସକ ଦଳ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଥିଲେ। ତେବେ ଓଡିଶାରେ କିଭଳି ପୁଞ୍ଜି ନିବେଶ କ୍ଷେତ୍ରରେ ସହାୟକ ହେବ ସେନେଇ ମେକ ଇନ ଓଡିଶା କନକ୍ଲେଭ ମାଧ୍ୟମରେ ଯୋଜନା କରୁଛନ୍ତି ମୁଖ୍ୟମନ୍ତ୍ରୀ।

Comment