ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଫିଲ୍ମ ‘ବତି ଗୁଲ୍‌ ମିଟର୍‌ ଚାଲୁ’ର ଟ୍ରେଲର୍‌ ରିଲିଜ୍‌।

‘ବତି ଗୁଲ୍‌ ମିଟର୍‌ ଚାଲୁ’ ସିନେମାର ଟ୍ରେଲର୍‌ ରିଲିଜ୍‌। ଶାହିଦ‌ କପୁର ଓ ଶ୍ରଦ୍ଧା କପୁର ଷ୍ଟାରର ଏହି ଫିଲ୍ମ ବିଦ୍ୟୁତ ବିଭାଗର ଭ୍ରଷ୍ଟାଚାରିତାକୁ ନେଇ ଗଢ଼ିଉଠିଛି। ଯଦିଓ ଫିଲ୍ମଟି ବିଜୁଳି ସମସ୍ୟା ଉପରେ ଆଧାରିତ ହୋଇଛି ତଥାପି ଫିଲ୍ମର ଟ୍ରେଲରେ କେତେକ କମେଡି ସିନ୍‌ ମଧ୍ୟ ଦେଖିବାକୁ ମିଳିଛି।

‘ବତି ଗୁଲ‌ ଔର୍ ମିଟର ଚାଲୁ’ ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ଵ ତୁଲାଇଛନ୍ତି ‘ଟଏଲେଟ୍‌ ଏକ ପ୍ରେମ୍‌ କଥା’ ଭଳି ସମସ୍ୟାଭିତ୍ତିକ ଫିଲ୍ମ ନିର୍ମାଣ କରିଥିବା ନିର୍ଦ୍ଦେଶ ଶ୍ରୀନାରାୟଣ ସିଂହ।

ଉତ୍ତରାଖଣ୍ଡର ଏକ ପରିବାର ବିଜୁଳି ସମସ୍ୟାକୁ ନେଇ ‘ବତି ଗୁଲ‌ ଔର୍ ମିଟର ଚାଲୁ’ ଫିଲ୍ମର କାହାଣୀ ନିର୍ମାଣ କରାଯାଇଛି। ଶାହିଦ କପୁର ଜଣେ ଜଣେ ଓକିଲ ଭୂମିକାରେ ନଜର ଆସିଛନ୍ତି। ଶାହିଦଙ୍କ ଜଣେ ବନ୍ଧୁଙ୍କ ଘରର ବିଜୁଳି ବିଲ୍ ୫୪ ଲକ୍ଷ ଟଙ୍କା ଆସିବା ପରେ ସେ ତୁରନ୍ତ ବିଦ୍ୟୁତ ବିଭାଗକୁ ଜଣାନ୍ତି। କିନ୍ତୁ କୌଣସି ସଫଳ ମିଳେ ନାହିଁ। ଫଳରେ ସେ ଆତ୍ମହତ୍ୟା କରିଦିଅନ୍ତି ତା’ପରେ ଆରମ୍ଭ ହୁଏ ଫିଲ୍ମର ମୁଖ୍ୟ ପୃଷ୍ଠଭୂମି।

ନିଜ ବନ୍ଧୁଙ୍କ ପାଇଁ କୋର୍ଟରେ ଲଢ଼ନ୍ତି ଶାହିଦ୍‌। ଶେଷରେ କିଏ ଜିତୁଛି ଆଉ କିଏ ହାରୁଛି ତାହା ଫିଲ୍ମ ରିଲିଜ୍‌ ହେବା ପରେ ହିଁ ଜଣାପଡ଼ିବ।

ଶାହିଦ ଓ ଶ୍ରଦ୍ଧାଙ୍କ ଛଡ଼ା ଏହି ଫିଲ୍ମ ନଜର ଆସିବେ ୟାମି ଗୌତମ। ଏହି ଫିଲ୍ମଟି ସେପ୍ଟେମ୍ବର ୨୧ ତାରିଖରେ ରିଲିଜ ହେବ।

Comment