ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ପ୍ରିୟଙ୍କା ଚୋପ୍ରା ତାଙ୍କଠାରୁ ଦଶବର୍ଷ ସାନ ନିକ ଜୋନ୍ସଙ୍କୁ ବାହା ହେବେ ବୋଲି ଚର୍ଚ୍ଚା ହେଉଛି ହେଲେ ଜାଣନ୍ତି କି ଆଗରୁ ବି ନିଜଠାରୁ ବୟସରେ ସାନ ବ୍ୟକ୍ତିଙ୍କୁ ବାହା ହୋଇଛନ୍ତି ବଲିଉଡ ସେଲିବ୍ରିଟିମାନେ

ଏବେ ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ତାଙ୍କର ବିଦେଶୀ ବୟଫ୍ରେଣ୍ଡ ନିକ ଜୋନାସଙ୍କୁ ଆଗାମୀ ଅକ୍ଟୋବର ମାସରେ ବାହା ହେବେ ବୋଲି ଚର୍ଚ୍ଚା ଚାଲିଛି। ନିକ୍‌ ହେଉଛନ୍ତି ପ୍ରିୟଙ୍କାଠାରୁ ବୟସରେ ଦଶ ବର୍ଷ ସାନ। ଏବେ ଜାଣନ୍ତୁ କେଉଁ କଳାକାରମାନେ ତାଙ୍କଠାରୁ ବୟସରେ ଢ଼େର ସାନମାନଙ୍କୁ ବାହା ହୋଇଛନ୍ତି।

ସଞ୍ଜୟ ଦତ୍ତମାନ୍ୟତା

ସଞ୍ଜୁବାବା ଓରଫ ସଞ୍ଜୟ ଦତ୍ତ ଓ ତାଙ୍କ ପତ୍ନୀ ମାନ୍ୟତାଙ୍କ ଭିତରେ ୨୦ ବର୍ଷ ବୟସର ବ୍ୟବଧାନ। ମାନ୍ୟତା ସଞ୍ଜୟଙ୍କଠାରୁ ବୟସରେ ୨୦ ବର୍ଷ ସାନ। ଏହି ଯୋଡ଼ି ଗତ ୧୦ ବର୍ଷ ହେବ ବୈବାହିକ ଜୀବନ ବିତାଉଛନ୍ତି।

ଶାହିଦ୍ କପୁରମୀରା ରାଜପୁତ

ବଲିଉଡର କ୍ୟୁଟ୍ କପଲ ଭାବେ ପରିଚିତ ଶାହିଦ୍ କପୁର ଓ ମୀରା ରାଜପୁତ। ହେଲେ ଆପଣ ଜାଣନ୍ତି କି ମୀରା ଶାହିଦଙ୍କଠାରୁ ୧୩ ବର୍ଷ ସାନ।

ସୈଫ୍ଅଲ୍ଲୀ ଖାନ୍‌- କରିନା କପୁର ଖାନ୍

ସୈଫ୍‌ ଅଲ୍ଲୀ ଖାନଙ୍କଠାରୁ ତାଙ୍କ ପତ୍ନୀ ତଥା ଫିଲ୍ମଷ୍ଟାର୍ କରିନା କପୁର ଖାନ୍‌ ମଧ୍ୟ ବୟସରେ ଦଶବର୍ଷ ସାନ।

ଏକ ସାକ୍ଷାତକାରରେ କରିନା କହିଥିଲେ ଯେ ସେ ସୈଫ୍‌ଙ୍କୁ ବାହା ହେବା ପାଇଁ ଘରୁ ପଳାଇବାର ଯୋଜନା କରିଥିଲେ। ସୈଫ୍‌ ଓ କରିନାଙ୍କର ପୁଅ ହେଲେ ତୈମୁର୍‌। ଏହା ଅବଶ୍ୟ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କର ଦ୍ୱିତୀୟ ବିବାହ।

ସୈଫ୍ଅଲ୍ଲୀ ଖାନ୍‌- ଅମ୍ରିତା ସିଂହ

ବଲିଉଡ ନାୟିକା ଅମ୍ରିତା ସିଂହ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କୁ ବିବାହ କରିବା ସମୟରେ ତାଙ୍କର ବୟସ ଥିଲା ୩୧ ବର୍ଷ ଓ ସୈଫଙ୍କୁ ହୋଇଥିଲା ମାତ୍ର ୨୧ ବର୍ଷ। ୧୯୯୧ ମସିହାରେ ଉଭୟଙ୍କର ବାହାଘର ହୋଇଥିଲା। ୨୦୦୪ରେ ସୈଫ୍‌ ଅମ୍ରିତାଙ୍କୁ ଛାଡ଼ପତ୍ର ଦେଇଥିଲେ।

ରାଜେଶ ଖାନ୍ନାଡିମ୍ପଲ କାପାଡ଼ିଆ

ବଲିଉଡର ପ୍ରଥମ ସୁପରଷ୍ଟାର ରାଜେଶ ଖାନ୍ନାଙ୍କୁ ବିବାହ କରିଥିଲେ ବିଖ୍ୟାତ ନାୟିକା ଡିମ୍ପଲ କାପାଡ଼ିଆ। ୧୯୭୩ରେ ଏ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ସେତେବେଳେ ଡିମ୍ପଲଙ୍କର ବୟସ ଥିଲା ମାତ୍ର ୧୬ ବର୍ଷ ଓ ରାଜେଶ ଖାନ୍ନାଙ୍କର ୩୧ ବର୍ଷ। ଅର୍ଥାତ୍ ରାଜେଶ ତାଙ୍କଠାରୁ ବୟସରେ ୧୫ ବର୍ଷ ସାନ ଡିମ୍ପଲଙ୍କୁ ବାହା ହୋଇଥିଲେ।

ମିଲିନ୍ଦ ସୋମନ୍ଅଙ୍କିତା କଁୱର

ମଡେଲ୍ ତଥା ଅଭିନେତା ମିଲିନ୍ଦ ସୋମନ୍ ନିଜଠାରୁ ପ୍ରାୟ ୨୬ ବର୍ଷ ସାନ ଯୁବତୀ ଅଙ୍କିତା କଁୱରଙ୍କୁ ବିବାହ କରିଛନ୍ତି। ବିବାହ ବେଳକୁ ମିଲିନ୍ଦଙ୍କ ବୟସ ୫୨ ବର୍ଷ ଓ ଅଙ୍କିତାଙ୍କୁ ହୋଇଥିଲା ୨୬ ବର୍ଷ।

ଦିଲୀପ କୁମାରସାୟରା ବାନୋ

ବଲିଉଡର ପପୁଲାର ଯୋଡ଼ି ଦିଲୀପ କୁମାର ଓ ସାୟରା ବାନୋଙ୍କ ମଧ୍ୟରେ ବୟସର ତାରତମ୍ୟ ବି କିଛି କମ୍ ନୁହେଁ।

ଟ୍ରାଜେଡି କିଙ୍ଗ୍ ଦିଲୀପ କୁମାରଙ୍କୁ ୪୪ ବର୍ଷ ବୟସ ହୋଇଥିବା ବେଳେ ସେ ୨୨ ବର୍ଷ ବୟସ୍କା ସାୟରା ବାନୋଙ୍କୁ ବିବାହ କରିଥିଲେ। ଏତେ ବର୍ଷର ବ୍ୟବଧାନ ଥିଲେ ଇ ଉଭୟଙ୍କ ପ୍ରେମ ଆଜି ବି କାୟମ ରହିଛି।

ଧର୍ମେନ୍ଦ୍ରହେମାମାଳିନୀ

ବଲିଉଡର ଡ୍ରିମଗର୍ଲ ହେମାମାଳିନୀ ହିମ୍ୟାନ୍‌ ଧର୍ମେନ୍ଦ୍ରଙ୍କୁ ବିବାହ କରିଥିଲେ।  ଧର୍ମେନ୍ଦ୍ର ତାଙ୍କଠାରୁ ବୟସରେ ପ୍ରାୟ ୧୩ ବର୍ଷ ସାନ ହେମାମାଳିନୀଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଧର୍ମେନ୍ଦ୍ର ପ୍ରଥମ ପତ୍ନୀ ପ୍ରକାଶ କୌରଙ୍କୁ କିନ୍ତୁ ଛାଡ଼ପତ୍ର ଦେଇନଥିଲେ। କେବଳ ହେମାମାଳିନୀଙ୍କୁ ବାହା ହେବା ଲାଗି ଧର୍ମେନ୍ଦ୍ର ନିଜର ଧର୍ମ ପରିବର୍ତ୍ତନ କରିଥିଲେ।

Comment