ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ପୁଣି ଥରେ ଦର୍ଶକ ଦେଖିବାକୁ ପାଇବେ ଲୈଲା-ମଜନୁଙ୍କ ପ୍ରେମକାହାଣୀ ଏଇ ସେପ୍ଟେମ୍ବର ତାରିଖରେଆସନ୍ତୁ ‘ଲୈଲା ମଜନୁ’ ସିନେମା ବିଷୟରେ ଅଧିକ କିଛି ଜାଣିବା…

ଭାରତୀୟ ପ୍ରେମୀମାନଙ୍କ ପାଇଁ ବେଶ୍ କେତେଜଣ ପ୍ରେମୀଯୁଗଳଙ୍କ ପ୍ରେମ କାହାଣୀ ପ୍ରେରଣାଦାୟକ ହୋଇରହିଛି। ଏଥିମଧ୍ୟରୁ ଗୋଟିଏ ପ୍ରେମ କାହାଣୀ ହେଲା ଲୈଲା-ମଜନୁଙ୍କର। ଏହି ପ୍ରେମୀଯୁଗଳଙ୍କର ପ୍ରେମ କାହାଣୀ ଆଧାରିତ ନୂଆ ସିନେମା ହେଲା ‘ଲୈଲା ମଜନୁ’। ଏହା ସେପ୍ଟେମ୍ବର ୭ ତାରିଖରେ ମୁକ୍ତିଲାଭ କରୁଛି।

‘ଲୈଲା ମଜନୁ’ର ସ୍କ୍ରିନପ୍ଲେ ଦାୟିତ୍ୱରେ ଅଛନ୍ତି ପ୍ରଖ୍ୟାତ ନିର୍ଦ୍ଦେଶକ ଇମତିଆଜ୍ ଅଲ୍ଲୀ ଓ ଏହାର ପ୍ରଯୋଜକ ହେଉଛନ୍ତି ଏକତା କପୁର ଓ ଶୋଭା କପୁର। ଇମତିଆଜ୍ ‘ରକଷ୍ଟାର’, ‘ଲଭ ଆଜ୍‌ କଲ୍’, ‘ଜବ୍ ଉଇ ମେଟ୍‌’, ‘ତମାସା’, ‘ଜବ୍‌ ହେରି ମେଟ୍‍ ସେଜଲ୍’ ଓ ‘ହାଇୱେ’ ଆଦି ହିନ୍ଦୀ ସିନେମାର ନିର୍ଦ୍ଦେଶନା ଦେଇଛନ୍ତି। ‘ଲୈଲା ମଜନୁ’ ସିନେମାର ନିର୍ଦ୍ଦେଶକ ସାଜିନ୍ ଅଲ୍ଲୀ ହେଉଛନ୍ତି ଇମ୍‌ତିଆଜ୍ ଅଲ୍ଲୀଙ୍କର ସାନ ଭାଇ।

ଷ୍ଟାରକାଷ୍ଟ

‘ଲୈଲା ମଜନୁ’ରେ ଜଣେ ନାୟକ ଓ ନବାଗତା ନାୟିକାଙ୍କୁ ଲଞ୍ଚ୍ କରାଯାଇଛି। ଏଥିରେ ‘ଲୈଲା’ ଭୂମିକାରେ ଅଛନ୍ତି ତୃପ୍ତି ଡିମ୍‌ରୀ ଓ ‘ମଜନୁ’ ବନିଛନ୍ତି ଅବିନାଶ ତିୱାରୀ। ଏତଦ୍ ବ୍ୟତୀତ ମିର୍ ସରୱର ଓ ରୁଚିକା କପୁର ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି।

‘ଲୈଲା ମଜନୁ’ ସିନେମାରେ ଦଶଟି ଗୀତ ରହିଛି। ଏଗୁଡ଼ିକର ସ୍ୱର ସଂଯୋଜନା କରିଛନ୍ତି ନୀଳାଦ୍ରି କୁମାର ଓ ଜୋଇ ବରୁଆ। ଏହାର ଗୀତଗୁଡ଼ିକରେ କଣ୍ଠଦାନ କରିଛନ୍ତି ଅରିଜିତ୍ ସିଂହ, ଜୋନିତା ଗାନ୍ଧି, ମୋହିତ ଚୌହ୍ୱାନ, ଆତିଫ୍ ଅସଲାମ୍, ଜ୍ୟୋତିକା ଟାଙ୍ଗ୍‌ରୀ ଓ ଶ୍ରେୟା ଘୋଷାଲ୍।

ରଣବୀର କପୁରଙ୍କୁ ଭଗବାନ୍ ମାନନ୍ତିଲୈଲା ମଜନୁ ନାୟିକା

ବଲିଉଡର ହାର୍ଟଥ୍ରୋବ୍ ରଣବୀର କପୁରଙ୍କ ଲକ୍ଷ ଲକ୍ଷ ଫ୍ୟାନ୍‌ ଅଛନ୍ତି। ‘ଲୈଲା ମଜନୁ’ର ନାୟିକା ତୃପ୍ତି ଡିମ୍‌ରୀ ସେମାନଙ୍କ ମଧ୍ୟରୁ ଜଣେ। ସେ ରଣବୀରଙ୍କୁ ନିଜର ଭଗବାନ ବୋଲି ଆଖ୍ୟା ଦେଇଛନ୍ତି।

‘ଲୈଲା ମଜନୁ’ର ପ୍ରମୋସନ୍ ଅବସରରେ ତୃପ୍ତି କହିଛନ୍ତି ଯେ ବାସ୍ତବ ଜୀବନରେ ସେ ରଣବୀର କପୁରଙ୍କ ପାଇଁ ପାଗଳ। ସେ ରଣବୀରଙ୍କ ଅଭିନୟର ସବୁଠାରୁ ବଡ଼ ପ୍ରଶଂସକ। ତୃପ୍ତି ଆହୁରି ମଧ୍ୟ କହିଛନ୍ତି ଯେ ସେ ରଣବୀରଙ୍କର ଏଭଳି ଜଣେ ପ୍ରେମିକା, ଯିଏ ତାଙ୍କୁ ଦୂରରେ ଦେଖି ମଧ୍ୟ ଖୁସି ଅନୁଭବ କରନ୍ତି। ସେ ଆଶାବାଦୀ ଯେ ରଣବୀର କପୁରଙ୍କ ସହିତ ତାଙ୍କର ବି ଦିନେ ଆଫେଆର୍ ହେବ ଓ ସେଥିପାଇଁ ସେ ଅପେକ୍ଷାରେ ରହିଛନ୍ତି।

ଏଯାବତ୍ ତୃପ୍ତି ରଣବୀର କପୁରଙ୍କୁ ଭେଟି ନାହାନ୍ତି। ଯେଉଁଦିନ ସେ ତାଙ୍କୁ ଭେଟିବେ, ସେହି ସମୟରେ ନିଜ ମନକଥା ଖୋଲିକରି କହିବେ ବୋଲି କହିଛନ୍ତି ‘ଲୈଲା ମଜନୁ’ର ନାୟିକା ତୃପ୍ତି ଡିମ୍‌ରୀ।

ଋଷି କପୁରରଞ୍ଜିତା ବନିଥିଲେ ଲୈଲା ମଜନୁ

୧୯୭୬ ମସିହାରେ ‘ଲୈଲା ମଜନୁ’ ଟାଇଟଲରେ ଏକ ଫିଲ୍ମ ରିଲିଜ୍ ହୋଇଥିଲା, ଯେଉଁଥିରେ ରଞ୍ଜିତା ବନିଥିଲେ ‘ଲୈଲା’ ଓ ଋଷି କପୁର ସାଜିଥିଲେ ‘ମଜନୁ’। ଏଚଏସ ରୱେଲଙ୍କ ନିର୍ଦ୍ଦେଶିତ ଏହି ସିନେମା ସୁପରହିଟ୍‌ ହୋଇଥିଲା।

ଏହି ଚଳଚ୍ଚିତ୍ରରେ ଅନ୍ୟମାନଙ୍କ ମଧ୍ୟରେ ଡାନି, ଅରୁଣା ଇରାନୀ, ଅଶ୍ରାନୀ ଓ ରାଜା ମୁରାଦ୍ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ। ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମନମୋହନ ଓ ଜୟଦେବ। ଫିଲ୍ମର ମ୍ୟୁଜିକ୍ ମଧ୍ୟ ଶ୍ରୋତାଙ୍କ ମନ ଜିଣିପାରିଥିଲା।

Comment