ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡରେ କାଟ୍ରିନାଙ୍କଠାରୁ ଜାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ଯାଏଁ ବିଦେଶିନୀମାନେ ନିଜର ଜଲୱା ଦେଖାଇଛନ୍ତି ଜାଣନ୍ତୁ ଏହି ତାଲିକାରେ କେଉଁମାନେ ଅଛନ୍ତି

ବେଶ୍ କିଛିବର୍ଷ ଧରି ବିଦେଶୀ ନାୟିକାମାନଙ୍କୁ ବିଭିନ୍ନ ହିନ୍ଦୀ ସିନେମାରେ ଦେଖିବାକୁ ମିଳୁଛି। ଏମାନଙ୍କ ମଧ୍ୟରୁ କିଛି ନାୟିକା ବଲିଉଡରେ ଅଳ୍ପ ଦିନ ନଜର ଆସିଛନ୍ତି ତ ପୁଣି ଆଉ କେତେକ ବଲିଉଡରେ ଏବେ ବି ରାଜ୍ କରୁଛନ୍ତି। ଆସନ୍ତୁ ବଲିଉଡର କିଛି ଚର୍ଚ୍ଚିତା ବିଦେଶିନୀ ନାୟିକାମାନଙ୍କ ଉପରେ ନଜର ପକାଇବା…

କାଟ୍ରିନା କୈଫ୍

ବଲିଉଡର ପପୁଲାର ବିଦେଶିନୀ ନାୟିକାଙ୍କ ନାଁର ତାଲିକାରେ ପ୍ରଥମ ନାଁ ରହିଛି କାଟ୍ରିନା କୈଫଙ୍କର। ସେ ‘ବୁମ୍‌’ ସିନେମାରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ। ଯେତେବେଳେ କାଟ୍ରିନା ବଲିଉଡରେ ପ୍ରବେଶ କରିଥିଲେ, ସେ ହିନ୍ଦୀ କହିପାରୁନଥିଲେ।

କାଟ୍ରିନା କୈଫଙ୍କ ଫିଲ୍ମ ‘ମୈନେ ପ୍ୟାର୍ କ୍ୟୁଁ କିୟା’ ସୁପରହିଟ୍‌ ହେବା ପରେ ସେ ବଲିଉଡରେ ଜଣେ ଟପ୍‌ ହିରୋଇନ୍ ଭାବେ ପରିଗଣିତ ହେଲେ। ଇତିମଧ୍ୟରେ କାଟ୍ରିନା କୈଫ୍ ‘ପାର୍ଟନର’, ‘ୱେଲକମ୍’, ‘ରେସ୍’, ‘ସିଙ୍ଗ୍‍ ଇଜ୍ କିଙ୍ଗ୍’, ‘ଜବ ତକ୍ ହେ ଜାନ୍’, ‘ଏକ୍ ଥା ଟାଇଗର୍’, ‘ଅଜବ ପ୍ରେମ୍ କି ଗଜବ କାହାନୀ’, ‘ସରକାର’, ‘ରାଜନୀତି’ ଓ ‘ଟାଇଗର ଜିନ୍ଦା ହେ’ ଆଦି ସୁପରହିଟ୍‌ ଫିଲ୍ମରେ ନାୟିକା ଭୂମିକା ନିଭାଇ ସାରିଲେଣି।

ଜାକଲିନ୍ ଫର୍ଣ୍ଣାଣ୍ଡିଜ୍

ଜ୍ୟାକଲିନ୍ ବି ଜଣେ ବିଦେଶିନୀ। ସେ ଶ୍ରୀଲଙ୍କାର ଅଧିବାସୀ। ସିଂହଳୀ ସୁନ୍ଦରୀ ଜାକଲିନ୍ ‘ଆଲାଦିନ୍’ ସିନେମା ଜରିଆରେ ବଲିଉଡରେ ଏଣ୍ଟ୍ରି ନେଇଥିଲେ।

ଏହାପରେ ତାଙ୍କୁ ‘ରୟ’, ‘ଜୁଡୱା-୨’, ‘କିକ୍’, ‘ରେସ୍-ଥ୍ରି’, ‘ହାଉସଫୁଲ-୨’ ଓ ‘ମର୍ଡର-ଟୁ’ ଆଦି ହିଟ୍‌ ଫିଲ୍ମରେ ଦେଖିବାକୁ ମିଳିଛି। ଏବେ ବି ବଲିଉଡରେ ଜାକଲିନ୍‌ଙ୍କର ଡିମାଣ୍ଡ୍ ବେଶ୍‌ ଅଧିକ ରହିଛି।

ସନ୍ନି ଲିଓନି

ସନ୍ନି ଲିଓନି କାନ୍ନାଡାରେ ଜନ୍ମିତ ଭାରତୀୟ-ଆମେରିକୀୟ ନାୟିକା ଓ ମଡେଲ। ବଲିଉଡରେ ପ୍ରବେଶ କରିବା ଆଗରୁ ଜଣେ ଆନ୍ତର୍ଜାତୀୟ ପର୍ଣ୍ଣଷ୍ଟାର ଥିଲେ। ସେ ପ୍ରଥମେ ‘ଜିସ୍‌ମ-୨’ରେ ନାୟିକା ବନିଥିଲେ। ଏହାପରେ ସନ୍ନି ‘ଜ୍ୟାକପଟ୍’, ‘ରାଗିଣୀ ଏମଏମଏସ-୨’, ‘ଲୀଲା’ ଓ ‘ମସ୍ତିଜାଦେ’ ଆଦି ଫିଲ୍ମରେ ନଜର ଆସିଛନ୍ତି।

ଏମି ଜାକ୍ସନ

ଇଂଲାଣ୍ଡରେ ଜନ୍ମିତା ଏମି ଜାକସନ୍ ୨୦୧୦ରେ ଏକ ତାମିଲ ସିନେମାରୁ କ୍ୟାରିଅର୍ ଆରମ୍ଭ କରିଥିଲେ। ‘ଏକ୍ ଦିୱାନା ଥା’ ଜରିଆରେ ବଲିଉଡରେ ଏଣ୍ଟ୍ରି ନେଇଥିଲେ ଏମି। ତା’ପରେ ତାଙ୍କୁ ’ସିଂହ ଇଜ୍ ବ୍ଲିଂଗ୍’ ଓ ‘ଫ୍ରିକି ଅଲି’ ଆଦି ଫିଲ୍ମରେ ଦେଖିବାକୁ ପାଇଛନ୍ତି ଦର୍ଶକ।

ନରଗିସ୍ ଫକରୀ

ଆମେରିକାରେ ଜନ୍ମିତା ନରଜସ୍ ଫକରୀ ଇମତିଆଜ ଅଲ୍ଲୀଙ୍କ ନିର୍ଦ୍ଦେଶିତ ‘ରକଷ୍ଟାର୍’ ଜରିଆରେ ବଲିଉଡରେ ଏଣ୍ଟ୍ରି ନେଇଥିଲେ। ଏହାପରେ ସେ ‘ମାଡ୍ରାସ କ୍ୟାଫ୍’, ‘ମେଁ ତେରା ହିରୋ’ ଓ ‘ବେଂଜୋ’ ଆଦି ଫିଲ୍ମରେ ନାୟିକା ଭାବେ ନଜର ଆସିଛନ୍ତି।

ଏଲି ଆବ୍ରାହମ୍

ବଲିଉଡରେ ଆଉ ଜଣେ ବିଦେଶିନୀ ନାୟିକା ହେଲେ ଏଲି ଆବ୍ରାହମ୍‌। ସେ ‘ମିକି ଭାଇରସ୍’, ‘ଭାଗ୍ ଜନି’ ଓ ‘କିସ୍ କିସ୍ କୋ ପ୍ୟାର୍ କରୁଁ’ ଆଦି ଫିଲ୍ମରେ କାମ କରିଛନ୍ତି।

ବ୍ରୁନା ଅବଦୁଲା

ବିଦେଶିନୀ ନାୟିକା ବ୍ରୁନା ଅବଦୁଲା ଫିଲ୍ମ ’ଦେଶୀ ବଏଜ୍’ର ଏକ ଗୀତ ‘ସୁବହ ହୋନେ ନା ଦେ…’ରୁ ସିନେପ୍ରେମୀଙ୍କ ମଧ୍ୟରେ ପପୁଲାର ହୋଇଥିଲେ। ସେ ‘ମସ୍ତିଜାଦେ’, ‘ଗ୍ରାଣ୍ଡ୍ ମସ୍ତି’ ଓ ‘ଜୟ ହୋ’ ଓ ‘ଆଇ ହେଟ୍‌ ଲଭ ଷ୍ଟୋରିଜ୍’ ଆଦି ସିନେମାରେ ମଧ୍ୟ ଅଭିନୟ କରିଛନ୍ତି।

କାଲ୍କି କୋଚଲିନ୍

ଫରାସୀ ଅଭିନେତ୍ରୀ କାଲ୍‌କି କୋଚଲିନ୍‌ ଅନୁରାଗ କଶ୍ୟପଙ୍କ ‘ବେନ୍‌ ଡି’ ସିନେମାରୁ କ୍ୟାରିଅର୍ ଆରମ୍ଭ କରିଥିଲେ। ଏହାପରେ କାଲକିଙ୍କୁ ‘ଜିନ୍ଦେଗି ନା ମିଲେଗି ଦୋବାରା’, ‘ୟେ ଜୱାନି ହେ ଦିୱାନି’ ଓ ‘ଏକ୍ ଥି ଡାୟନ୍’ ଆଦି ସିନେମାରେ ଦେଖିବାକୁ ମିଳିଛି।

 

Comment