ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଫ୍ୟାମିଲି – ଡ୍ରାମାରେ ଭରପୂର ଥିବା ବଲିଉଡ୍‌ ଫିଲ୍ମ ‘ବଧାଇ ହୋ’ର ଟ୍ରେଲର୍ ହେଲା ରିଲିଜ୍।

ବଲିଉଡ୍‌ର ଆଗାମୀ ରୋମାଣ୍ଟିକ୍ କମେଡି ଫିଲ୍ମ ‘ବଧାଇ ହୋ’ର ପ୍ରଥମ ଟ୍ରେଲର୍ ରିଲିଜ୍ ହୋଇଛି। ଏହି ଫିଲ୍ମରେ ଅଭିନେତା ଆୟୁଷ୍ମାନ ଖୁରାନା ଓ ଦଙ୍ଗଲ୍ ଫେମ୍ ସାନ୍ୟା ମଲହୋତ୍ରାଙ୍କୁ ଲିଡ୍ ରୋଲରେ ଦେଖିବାକୁ ପାଇବେ ଦର୍ଶକ। ବିନିତ୍ ଜୈନ୍, ଅଲିୟା ସୈନଙ୍କ ପ୍ରଯୋଜିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅମିତ୍ ରବିନ୍ଦ୍ରନାଥ ଶର୍ମା। ଏହାଛଡ଼ା ଏହି ଅପକମିଂ ଫିଲ୍ମର ସଙ୍ଗୀତର ଭାର ତୁଲାଇଛନ୍ତି ତନିଷ୍କ ବାଗଚି ଓ ରୋଚକ୍ କୋହଲି।

ଫିଲ୍ମଟି ଏକ ମଧ୍ୟବିତ୍ତ ପରିବାରର କାହାଣୀକୁ ନେଇ ଗତିଶୀଳ ହୋଇଛି। ବଡ଼ ପୁଅର ବିବାହ କରିବା ବୟସରେ ମାଆ ହୁଅନ୍ତି ଗର୍ଭବତୀ। ଯାହାପାଇଁ ପୂରା ପରିବାରର ମଜାକ୍ ଉଡ଼ାନ୍ତି ଲୋକମାନେ। ଏମିତି କିଛି କମେଡ଼ି ଦୃଶ୍ୟ ଓ ଡାଏଲଗ୍ ଦେଖିବାକୁ ମିଳିଛି ଏହି ଟ୍ରେଲର ମାଧ୍ୟମରେ।

ଏହାବ୍ୟତୀତ ଫିଲ୍ମରେ ଗଜରାଜ ରାଓ, ନୀନା ଗୁପ୍ତା, ସୁରେଖା ସିକ୍ରି ଆଦି ପ୍ରମୁଖ କଳାକାରଙ୍କୁ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ। ଏହି ଟ୍ରେଲରକୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି। ଦର୍ଶକ ମଧ୍ୟ ଫିଲ୍ମକୁ ସେପରି ପସନ୍ଦ କରିବେ ବୋଲି ଆଶା ରଖିଛନ୍ତି ନିର୍ଦ୍ଦେଶକ। ଫିଲ୍ମଟି ଅକ୍ଟୋବର ୧୯ରେ ପ୍ରତ୍ୟେକ ସିନେମା ହଲ୍‌ଗୁଡ଼ିକରେ ମୁକ୍ତିଲାଭ କରିବ।

Comment