ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବିଗ୍‌ ବି ଅମିତାଭ ବଚ୍ଚନଙ୍କ ନାତୁଣୀ ଆରାଧ୍ୟା ବଚ୍ଚନଙ୍କ ଜନ୍ମଦିନ।

ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ସବୁବେଳେ ସୋସିଆଲ ମିଡିଆରେ ନିଜ ଫ୍ୟାନଙ୍କ ସହ ଜଡିତ ଥିବା ନଜର ଆସିଥାନ୍ତି। ନିଜର ଅନୁଭବ ସୋସିଆଲ ମିଡିଆ ଜରିଆରେ ଫ୍ୟାନ୍‌ମାନଙ୍କ ସହ ଶେୟାର କରିଥାନ୍ତି। ଶୁକ୍ରବାର ବିଗ ବି ନାତୁଣୀ ଆରାଧ୍ୟାଙ୍କ ଫଟୋ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି।

ଅମିତାଭଙ୍କ ନାତୁଣୀ ତଥା ଅଭିଷେକ ଓ ଐଶ୍ୱର୍ଯ୍ୟାଙ୍କ ଝିଅ ଆରାଧ୍ୟାଙ୍କ ଶୁକ୍ରବାର ୭ମ ଜନ୍ମଦିବସ। ଏହି ଅବସରରେ ଅମିତାଭ ନାତୁଣୀ ଆରାଧ୍ୟାଙ୍କ ବିଭିନ୍ନ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଫଟୋ ପୋଷ୍ଟ କରି ଅମିତାଭ ନାତୁଣୀଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇବା ସହ ତାଙ୍କର ଦୀର୍ଘ ଜୀବନ କାମନା କରିଛନ୍ତି।  ଫଟୋରେ ଆରାଧ୍ୟା ବେଶ ସୁନ୍ଦର ଓ ଖୁସି ଥିବା ନଜର ଆସିଛନ୍ତି। ଭିନ୍ନଭିନ୍ନ ପୋଜ୍‌ରେ ମଧ୍ୟ ଫଟୋ ଉଠାଇଛନ୍ତି ଆରାଧ୍ୟା।

ଗତ ବର୍ଷ ବଚ୍ଚନ ପରିବାର ଆରାଧ୍ୟାଙ୍କ ଜନ୍ମ ଦିନ ଖୁବ୍ ଧୁମଧାମରେ ପାଳନ କରିଥଲେ। ଆରାଧ୍ୟାଙ୍କ ଜନ୍ମଦିନ ପାର୍ଟିରେ ବହୁ ସେଲିବ୍ରିଟି ଓ ସେମାନଙ୍କ ପିଲାମାନେ ଯୋଗ ଦେଇଥିଲେ।

Comment