ଓଡ଼ିଶାଲାଇଭ୍ ବ୍ୟୁରୋ

ତାମିଲନାଡୁର କୋଏମ୍ବାଟୁର ସରକାରୀ ହସ୍ପିଟାଲରେ ଏକ ଅଭାବନୀୟ ଘଟଣା ଘଟିଛି। ମହିଳା ୱାର୍ଡରେ ରଖାଯାଇଥିବା ବୃଦ୍ଧାଙ୍କ ମୃତଦେହକୁ ବିଲେଇ ଖାଇଯାଇଛି। ଯେତେବେଳେ ଏହି ଘଟଣାର ଭିଡିଓ ଭାଇରାଲ ହୋଇଛି ପ୍ରଶାସନରେ ହଇଚଇ ଖେଳିଯାଇଛି।

ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କ କହିବା ଅନୁସାରେ, ଜଣେ ଅଜଣା ମହିଳାଙ୍କୁ କୋଏମ୍ବାଟୁର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୋମବାର ରାତିରେ ବୃଦ୍ଧାଙ୍କ ମୃତ୍ୟୁ ହୋଇ ଥିଲା। ବୃଦ୍ଧାଙ୍କ କେହି ପରିଜନ ନଆସିବାରୁ ମୃତଦେହକୁ ମହିଳା ୱାର୍ଡରେ ଛାଡ଼ି ଦିଆଯାଇଥିଲା।

ଶବ ପଚି ଗନ୍ଧ ହେବାରୁ ଏକ ବିଲେଇ ଆସି ଏହାକୁ ଖାଇଥିଲା। ଏହାକୁ ଦେଖି ୱାର୍ଡରେ ଥିବା ଅନ୍ୟ ରୋଗୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେଠାରେ ଥିବା କିଛି ଲୋକ ଏହାର ଭିଡିଓ କରି ସୋସିଆଲ ମିଡିଆରେ ଛାଡ଼ି ଦେଇଥିଲେ।

ଅନ୍ୟପଟେ ହସ୍ପିଟାଲ କର୍ତ୍ତୃପକ୍ଷ ଏଭଳି ଘଟଣାକୁ ଖଣ୍ଡନ କରିଛନ୍ତି। ଯେତେବେଳେ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିଥିଲେ ଡାକ୍ତର ମଧ୍ୟ ସଫେଇ ଦେଇଥିଲେ। ଆମ କାମ କେବଳ ଚିକିତ୍ସା କରିବା କହି ପଳାଇଥିଲେ। ଭିଡିଓ ଭାଇରାଲ ପରେ ହସ୍ପିଟାଲ କର୍ମଚାରୀ ଶବକୁ ଶବ ବ୍ୟବଚ୍ଛେଦ ଗୃହରେ ସୁରକ୍ଷିତ ଭାବେ ରଖି ଦେଇଥିଲେ।

Comment