ଓଡ଼ିଶାଲାଇଭ୍ ବ୍ୟୁରୋ

ଅନିଲ କପୁରଙ୍କ ଡାଇଲଗ୍ କହି ପାକ୍ ପୋଲିସ ଅଧିକାରୀ ହେଲେ ନିଲମ୍ବିତ।

ପାକିସ୍ତାନର ଜଣେ ପୋଲିସ ଅଧିକାରୀଙ୍କ ଭିଡିଓ ଭାଇରାଲ ହେବା ପରେ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ପଞ୍ଜାବ ପାକପଟ୍ଟନର କଲ୍ୟାଣ ଥାନାର ଇନ୍ସିପେକ୍ଟର ହେଉଛନ୍ତି ଅର୍ଶଦ।

ଅର୍ଶଦଙ୍କ ଦୁଇଟି ଭିଡିଓ ରହିଛି ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏକ ଭିଡିଓରେ ପାକିସ୍ତାନୀ ଇନ୍ସିପେକ୍ଟର ଅନିଲ କପୁରଙ୍କ ଏକ ଡାଇଲଗ କହୁଥିବାର ନଜର ଆସିଛନ୍ତି।

୨୦୧୭ ମସିହାର ଫିଲ୍ମ ‘ସୁଟଆଉଟ ଆଟ୍ ୱାଡଲା’ର ଡାଇଲଗ କହୁଛନ୍ତି। ଭିଡିଓ ଭାଇରାଲ ହେବା ପରେ ଏହାର ତଦନ୍ତ ହୋଇଥିଲା। ସେହିପରି ଅନ୍ୟ ଏକ ଭିଡିଓରେ ଜଣେ ମହିଳାଙ୍କ ସହିତ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି। ଏଥିରେ ବି ଭାରତୀୟ ଫିଲ୍ମ ଗୀତରେ ନାଚୁଥିଲେ ନିଲମ୍ବିତ ଇନ୍ସିପେକ୍ଟର।

ଜିଓ ନ୍ୟୁଜ ଅନୁସାରେ, ଭିଡିଓରେ ଡ୍ୟାନ୍ସ କରୁଥିବା ପୋଲିସ ଅଧିକାରୀ ନୁହନ୍ତି ଅଭିନେତା ଜଣକ କହିଛନ୍ତି। ନାଚୁଥିବା ଅଭିନେତାଙ୍କ ନାଁ ଶାହଜାନ ଅସି ବୋଲି ଜଣାପଡ଼ିଛି।

ଭିଡିଓଟି ଏକ ଶୋ’ର ରିହର୍ସଲ ହୋଇଥିବା ବେଳେ ପୋଲିସ ଅଧିକାରୀ ସହିତ କୌଣସି ସମ୍ବନ୍ଧ ନାହିଁ କହିଛନ୍ତି।

Comment