ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣିଥରେ ଇତିହାସ ରଚିଲା ଇସ୍ରୋ। ଗୁରୁବାର ସକାଳେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ ଗବେଷଣା କେନ୍ଦ୍ରରୁ ସଫଳତାର ସହ ବିରଳ ଉପଗ୍ରହ ହାଇସିସ୍‌(ହାଇପର୍‌ ଇମେଜିଂ ସାଟେଲାଇଟ୍‌)ର ଉତ୍‌କ୍ଷେପଣ କରାଯାଇଛି। ଏଥିସହ ବୁଧବାରରୁ ଏହି ଉତ୍‌କ୍ଷେପଣର କାଉଣ୍ଟଡାଉନ୍‌ ଆରମ୍ଭ ହୋଇଯାଇଥିଲା।

ପିଏସ୍‌ଏଲ୍‌ଭି-ସି-୪୩ ରକେଟ ସହାୟତାରେ ଏହାକୁ ଉତ୍‌କ୍ଷେପଣ କରାଯାଇଛି। ଏହାଛଡ଼ା ପିଏସ୍‌ଏଲ୍‌ଭି-ସି-୪୩ ରକେଟ, ଇସ୍ରୋର ୪୫ତମ ଉତ୍‌କ୍ଷେପଣ। ଏଥିସହ ୮ଟି ଦେଶର ଅନ୍ୟ ୩୦ଟି ଉପଗ୍ରହ ମଧ୍ୟ ଉତ୍‌କ୍ଷେପଣ ହୋଇଛି।

ସେଥିମଧ୍ୟରେ ଆମେରିକାର ୨୩ଟି ଉପଗ୍ରହ ରହିଛି।  ମୋଟ ୨୬୧.୫ କିଗ୍ରା ଓଜନ ନେଇ ପିଏସ୍‌ଏଲ୍‌ଭି-ସି-୪୩ର ଉତ୍‌କ୍ଷେପଣ କରାଯାଇଛି।

ଏହାଛଡ଼ା ଆଗାମୀ ୫ ବର୍ଷ ପାଇଁ ଏହା କାର୍ଯ୍ୟ କରିବ ବୋଲି ଇସ୍ରୋ ଅଧ୍ୟକ୍ଷ ଡ. କେ. ସିଭନ୍‌ ସୂଚନା ଦେଇଛନ୍ତି।

Comment