ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପିରୁ ଇସ୍ତଫା ଦେଲେ ବିଜୟ ମହାପାତ୍ର। ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କୁ ସେ ନିଜର ଇସ୍ତଫାପତ୍ର ଫଠାଇଲେ।

ଦଳ ଛାଡ଼ିବା ନେଇ ବିଜୟ ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ ଘୋଷଣା କଲେ। ଇସ୍ତଫା ଦେବା ପରେ ବିଜୟ ମହାପାତ୍ର କହିଛନ୍ତି, “ରାଜ୍ୟ ସ୍ୱାର୍ଥ ପାଇଁ ବିଜେପିର ଆନ୍ତରିକତା ନାହିଁ। ବର୍ତ୍ତମାନ ଓଡ଼ିଶାର ପାଣିପାଗ ରାଜନୀତି ଅସ୍ପଷ୍ଟ ରହିଛି। ୨୦୦୯ରେ ତରବରିଆ ଭାବେ ବିଜେପିରେ ଯୋଗଦେଇଥିଲି।”

ବିଜୟ ମହାପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ, ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ଦିଲ୍ଲୀପ ରାୟ ବିଦେଶରୁ ଫେରିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ୧୫ ଦିନ ପରେ ଯାହା ନିଷ୍ପତ୍ତି ନିଆଯିବ। ନିର୍ବାଚନ ଲଢ଼ିବି କି ନାହିଁ ପରାମର୍ଶ କଲା ପରେ ନିଷ୍ପତ୍ତି ନେବି।

ତେଣେ ବିଜୟ ମହାପାତ୍ର ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ଓ ମୋଦି ସରକାରଙ୍କ ଯାବତୀୟ କାର୍ଯ୍ୟକ୍ରମ ତଥା ଯୋଜନାକୁ ସମାଲୋଚନା କରି ଆସୁଥିଲେ। ଦଳ ଭିତରେ ଥାଇ ଏହି ସମାଲୋଚନା କରିବା ଘଟଣାର ଫାଇଦା ନେଇ ବିଜେଡି ଓ କଂଗ୍ରେସ ବିଜେପିକୁ ତାତ୍ସଲ୍ୟ କରି ଆସୁଥିଲେ। ଏହାଛଡ଼ା ବିଜେପିର ବିଭିନ୍ନ କାର୍ଯ୍ୟକ୍ରମକୁ ବିଜୟଙ୍କୁ ପ୍ରାୟତଃ ଡକା ଯାଉନଥିଲା।

Comment