ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଧାୟକ ପଦ ଏବଂ ବିଜେପିରୁ ଇସ୍ତଫା ଦେଲେ ରାଉରକେଲା ବିଧାୟକ ଦିଲ୍ଲୀପ ରାୟ। ଶୁକ୍ରବାର ବିଧାନସଭାରେ ବାଚସ୍ପତିଙ୍କୁ ଭେଟି ସେ ନିଜର ଇସ୍ତଫାପତ୍ର ଦେଇଛନ୍ତି।

ଆଇଜିଏଚକୁ ସୁପର ସ୍ପେଶାଲିଟି ହସ୍ପିଟାଲ କରିବା ଏବଂ ବ୍ରାହ୍ମଣୀ ଉପରେ ଦ୍ୱିତୀୟ ସେତୁ ପ୍ରସଙ୍ଗକୁ ନେଇ ଦିଲ୍ଲୀପ ଲଗାତର ଭାବେ ନିଜ ଅସନ୍ତୋଷ ଜାହିର କରି ଆସୁଥିଲେ ଏବଂ ରାଉଲକେଲାବାସୀଙ୍କ ଦାବି ପୂରଣ ନହେବାରୁ ଦେଲେ ଇସ୍ତଫା।

ବିଜେପି ଛାଡ଼ିବା ନେଇ ମଧ୍ୟ ଟୁଇଟ୍ କରିଛନ୍ତି ଦିଲ୍ଲୀପ ରାୟ।

ଏନେଇ ବାଚସ୍ପତି ପ୍ରଦୀପ ଅମାତ କହିଛନ୍ତି, ” ଆମେ ଇସ୍ତଫାପତ୍ର ଗ୍ରହଣ କରିଛୁ, ଏବଂ ନିର୍ବାଚନ କମିଶନକୁ ଇସ୍ତଫାପତ୍ର ପଠାଇ ଦିଆଯାଇଛି।”

Comment