ଓଡ଼ିଶାଲାଇଭ୍‌ ବ୍ୟୁରୋ

ବନ୍ଦ ହେଲା ଢେଙ୍କାନାଳସ୍ଥିତ ଗୁଡ୍ ନ୍ୟୁଜ୍‌ ଡ୍ରିମ ହାଉସର ସେଲଟର ହୋମ। ବେଲଟିକିରିରେ ଥିବା ଏହି ବେଆଇନ୍ ସେଲ୍‌ଟର ହୋମ୍‌କୁ ସିଲ୍‌ କରାଯାଇଛି। ଏହି ସେବାଶ୍ରମ ରାଜ୍ୟ ସରକାରଙ୍କ ପକ୍ଷରୁ ତାଲା ପକାଯାଇଛି। ଏହାର ଅନ୍ତେବାସୀ ଓ କର୍ମଚାରୀଙ୍କୁ ସ୍ଥାନାନ୍ତର କରାଯାଇଛି। ଏହି ସମୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ପୋଲିସ ଓ ସ୍ଥାନୀୟ ତସିଲଦାର ଉପସ୍ଥିତ ଥିଲେ। ଉଦ୍ଧାରପରେ ସେମାନଙ୍କୁ ସରକାରୀ ସ୍ୱୀକୃତିପ୍ରାପ୍ତ ସେଲଟର ହୋମକୁ ସ୍ଥାନାନ୍ତର କରାଯାଇଛି।

“ସେଲଟର ହୋମରେ ଅନ୍ତେବାସୀଙ୍କୁ ଅସଦାଚରଣ କରାଯାଉଥିବା ନେଇ ଖବର ପ୍ରସାରଣ ପରେ ରାଜ୍ୟର ସମସ୍ତ ବେଆଇନ ସେଲଟର ହୋମକୁ ବନ୍ଦ କରାଯିବ”, କହିଥିଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ।

ସେପଟେ ରବିବାର ରାତିରେ ପୁରୀ ପେଣ୍ଠକଟାରେ ଥିବା ଗୁଡ୍ ନ୍ୟୁଜ୍ ଇଣ୍ଡିଆ ସେଲଟର ହୋମରେ ଚଢ଼ାଉ ହୋଇଛି। ଡିସିପିଓ ଓ ସିଡବ୍ଳୁସିଙ୍କ ସହ ୪ ଜଣିଆ ଟିମ୍ ସେଲଟର ହୋମରେ ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେଲଟର ହୋମର ଅନ୍ତେବାସୀ କିଭଳି ସ୍ଥିତିରେ ଅଛନ୍ତି, ସେମାନଙ୍କ କେମିତି ଧ୍ୟାନ ରଖୁଛନ୍ତି ସେଲଟର ହୋମ ମୁଖ୍ୟ ସେ ନେଇ ଛାନଭିନ୍ କରିଛନ୍ତି।

ଏହି ବେଆଇନ ସେଲ୍‌ଟର ହୋମ୍‌ରେ ଅନ୍ତେବାସିନୀଙ୍କ ସହ ଘୃଣ୍ୟ କାମ ଚାଲିଥିବା ଅଭିଯୋଗ ହୋଇଛି। ଗୁଡ୍ ନ୍ୟୁଜ୍ ଇଣ୍ଡିଆ ଦ୍ୱାରା ଏହି ସେଲ୍‌ଟର ହୋମ୍ ପରିଚାଳିତ ହେଉଥିଲା।

ଅଭିଯୋଗ ପରେ ସେଲ୍‌ଟର ହୋମ୍ ଇନଚାର୍ଜ ସୀମାଞ୍ଚଳ ନାୟକଙ୍କୁ ପୋଲିସ ଗିରଫ କରିଛି। ସଂସ୍ଥାର ମୁଖ୍ୟ ଫୟଜ ରେହମାନଙ୍କୁ ମଧ୍ୟ ପୋଲିସ ନିଜ ହେପାଜତକୁ ନେଇଛି।

Comment