ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଶହେ ଶବ୍ଦକୁ ଯୋଡ଼ି ତିଆରି ହୋଇଥିବା ଓଲିଉଡ ସିନେମା।

ଓଲିଉଡରେ ପ୍ରେମ କାହାଣୀ ସିନେମାର ଟ୍ରେଣ୍ଡ ଚାଲିଛି। ସିନେମାର ଟାଇଟଲକୁ ଆକର୍ଷଣୀୟ କରିବା ଲାଗି ଅନେକ ଥର ସେଥିରେ ପ୍ରେମ ବା ଲଭ୍‌ ସହିତ ଶହେ ଶବ୍ଦକୁ ଯୋଡ଼ା ଯାଇଛି। ଆସନ୍ତୁ ଜାଣିବା ଓଲିଉଡରେ ଲଭ୍‌ ସହିତ ଶହେ ଶବ୍ଦକୁ ମିଶାଯାଇ ନିର୍ମିତ ହେଇଥିବା କେତୋଟି ସିନେମା ବିଷୟରେ।

ଭଲ ପାଏ ତତେ ୧୦୦ରୁ ୧୦୦

ସାର୍ଥକ ମ୍ୟୁଜିକ୍‌ ନିବେଦିତ ଏକ ଫିଲ୍ମ ହେଲା ‘ଭଲ ପାଏ ତତେ ୧୦୦ରୁ ୧୦୦’। ଏହା ୨୦୧୫ ପୂଜାରେ ରିଲିଜ୍‌ ହୋଇଥିଲା। ଏହି ସିନେମାର ନାୟକ ଭୂମିକାରେ ଷ୍ଟାରସନ୍‌ ବାବୁସାନ ଅଭିନୟ କରିଥିଲେ। ଏଥିରେ ପ୍ରଥମ ଥର ପାଇଁ ବାବୁସାନ୍‌ଙ୍କ ବିପକ୍ଷରେ ନବାଗତା ନାୟିକା ସୂରମୟୀଙ୍କୁ ଦେଖିବାକୁ ମିଳିଥିଲା। ଏହି ପ୍ରେମ ତ୍ରିକୋଣ ସିନେମାରେ ବାବୁସାନଙ୍କ ଅନ୍ୟତମ ନାୟିକା ଥିଲେ ଶୀତଲ।

“ଭଲ ପାଏ ତତେ ୧୦୦ରୁ ୧୦୦’ର ନିର୍ଦ୍ଦେଶନା ଦେଇଥିଲେ ସୁଧାଂଶୁ ମୋହନ ସାହୁ। ରଣଜିତ ପଟ୍ଟନାୟକ ଏହାର ସଂଳାପ ଲେଖିଥିଲା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିକାଶ ଦାସ।

ହଣ୍ଡ୍ରେଡ ପର୍‌ସେଣ୍ଟ ଲଭ୍‌

ଅପ୍‌କମିଂ ଓଡ଼ିଆ ସିନେମା ‘ହଣ୍ଡ୍ରେଡ ପର୍‌ସେଣ୍ଟ ଲଭ୍‌’ର ନାୟକ ଭୂମିକାରେ ଅଭିନୟ କରିଛନ୍ତି ନବାଗତ ଓମ୍। ଫିଲ୍ମରେ ଓମ୍‌ଙ୍କ ବିପକ୍ଷରେ ନଜର ଆସିବେ ଦୁଇ ଜଣ ନାୟିକା। ଅଙ୍କିତା ଭୌମିକ ସେଥିରୁ ଅନ୍ୟତମ। ଅଙ୍କିତାଙ୍କୁ ଦର୍ଶକ ଆଇଟମ୍ ନମ୍ବରରେ ଖୁବ୍‌ ପସନ୍ଦ କରିଛନ୍ତି। ଜଣାଶୁଣା କୋରିଓଗ୍ରାଫର୍‌ ଯୋଡ଼ି ଲୁବୁନ୍‌-ଟୁବୁନ୍‌ ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି।

ପ୍ରେମରେ ରଖିଚି ୧୦୦ରୁ ୧୦୦

ଶହେ ଶବ୍ଦକୁ ଯୋଡି ଓଲିଉଡର ଆଉ ଏକ ସିନେମା ହେଉଛି ‘ପ୍ରେମରେ ରଖିଚି ଶହେରୁ ଶହେ’। ଜ୍ୟୋତି ଓ ରୀୟାଙ୍କ ଯୋଡ଼ିକୁ ନେଇ ନିର୍ମିତ ହେବାକୁ ଯାଉଛି ଏହି ଫିଲ୍ମ। ବିରଞ୍ଚି ନାରାୟଣ ପଣ୍ଡା ଓ ଦିଲୀପ ଦାଶଙ୍କ ପ୍ରଯୋଜିତ ଏହି ସିନେମାର ନିର୍ଦ୍ଦେଶନା ଦେଉଛନ୍ତି ସଞ୍ଜୟ ନାୟକ। ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ମଳୟ ମିଶ୍ର।

ଜ୍ୟୋତି ନିର୍ଦ୍ଦେଶକ ସଞ୍ଜୟ ନାୟକଙ୍କ ସହ ଦ୍ୱିତୀୟ ଥର ପାଇଁ କାମ କରୁଥିବା ବେଳେ ରୀୟା ଦେ ପ୍ରଥମ ଥର ପାଇଁ କାମ କରୁଛନ୍ତି।ଅନୁଭବଙ୍କୁ ବାଦ୍ ଦେଇ ଓଲିଉଡର ଅନ୍ୟସବୁ ଟପ୍ ହିରୋ ଯଥା ସିଦ୍ଧାନ୍ତ, ଅରିନ୍ଦମ୍, ବାବୁସାନ୍, ଆକାଶ, ସମ୍ବିତ, ସବ୍ୟସାଚୀ, ଅଭିଷେକ ଓ ଅମ୍ଳାନ ପ୍ରମୁଖଙ୍କ ସହ କାମ କରିସାରିଛନ୍ତି ରୀୟା।

ଜ୍ୟୋତିଙ୍କ ସହ ‘ପ୍ରେମରେ ରଖିଚି ଶହେରୁ ଶହେ’ ରିଆଙ୍କ ପ୍ରଥମ ଫିଲ୍ମ। ଏହି ନୂଆ ଯୋଡ଼ି ଓଲିଉଡ ଜଗତରେ କିପରି ଧମାଲ କରୁଛି ଏହା ରିଲିଜ ପରେ ଜଣାପଡ଼ିବ।

Comment