ଓଡ଼ିଶାଲାଇଭ୍ ବ୍ୟୁରୋ

ବିଧାନସଭା ନିର୍ବାଚନ ପାଇଁ ରାଜସ୍ଥାନ ଓ ତେଲେଙ୍ଗାନାରେ ଚାଲିଛି ମତଦାନ। କଡ଼ା ସୁରକ୍ଷାରେ ଉଭୟ ରାଜ୍ୟ।

ଛତିଶଗଡ, ମଧ୍ୟପ୍ରଦେଶ ଓ ମିଜୋରାମ ପରେ ଏବେ ରାଜସ୍ଥାନ ଏବଂ ତେଲେଙ୍ଗାନାରେ ଚାଲିଛି ବିଧାନସଭା ନିର୍ବାଚନ ପାଇଁ ମତଦାନ।

ଉଭୟ ରାଜ୍ୟରେ ଶୁକ୍ରବାର ସକାଳ ପ୍ରାୟ ୮ଟାରୁ ମତଦାନ ଆରମ୍ଭ ହୋଇଛି। ରାଜସ୍ଥାନର ୧୯୯ ଆସନ ପାଇଁ ଓ ତେଲେଙ୍ଗାନାର ୧୧୯ଟି ଆସନ ପାଇଁ ମତଦାନ ଜାରି ରହିଛି।

ତେଲେଙ୍ଗାନାରେ ୨.୮୦କୋଟି ମତଦାତା ମତଦାନ କରିବେ। ଏନେଇ ୩୨.୮୧୫ ଟି ମତଦାନ କେନ୍ଦ୍ର ଖୋଲାଯାଇଛି।

ନିର୍ବାଚନ ପାଇଁ ଉଭୟ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ପୂର୍ବରୁ ଛତିଶଗଡ଼, ମଧ୍ୟପ୍ରଦେଶ ଓ ମିଜୋରାମରେ ମତଦାନ ସମାପ୍ତ ହୋଇଛି। ରାଜସ୍ଥାନରେ ଓ ତେଲେଙ୍ଗାନରେ ମତଦାନ ସରିଲେ ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ଡିସେମ୍ବର ୧୧ରେ ପ୍ରକାଶ ପାଇବ।

Comment