ଓଡ଼ିଶାଲାଇଭ୍‌ ବ୍ୟୁରୋ

ରକ୍ତହୀନତା ଜଣାଇବ ମୋବାଇଲ ଆପ୍‌।

ଶରୀରରେ ରକ୍ତହୀନତା ରହିଛି କି? ଏହା ଜାଣିବା ପାଇଁ ଆପଣ ବ୍ୟଗ୍ର କି? ତେବେ ରକ୍ତହୀନତା ସମ୍ପର୍କରେ ଜାଣିବା ପାଇଁ ଆପଣଙ୍କୁ କେଉଁଠାକୁ ଯିବାକୁ ପଡ଼ିବ ନାହିଁ। ଏଣିକି ସ୍ମାର୍ଟଫୋନ୍ ଜରିଆରେ ଶରୀରରେ ରକ୍ତର ଅଭାବ ରହିଛି କି ନାହିଁ ଜାଣିହେବ।

ଆମେରିକାର କମ୍ପ୍ୟୁଟର ବୈଜ୍ଞାନିକ ଏଭଳି ଏକ ଆପ୍‌କୁ ପ୍ରସ୍ତୁତ କରିଛନ୍ତି, ଯେଉଁଥିରେ ରକ୍ତହୀନତା ତଥା ଏନିମିଆର ଅଭାବକୁ ସ୍ମାର୍ଟଫୋନ୍ ବ୍ୟବହାରକାରୀ ଘରେ ବସି ଜାଣି ପାରିବେ। ଗର୍ଭବତୀ ମହିଳା ଏବଂ ଖେଳାଳିଙ୍କ ପାଇଁ ଏହି ଆପ୍ ବିଶେଷ ଭାବେ ସହାୟକ ହେବ।

ଏହି ଆପ୍‌ର ସ୍ୱତନ୍ତ୍ରତା ହେଉଛି ଯେ କୌଣସି ରକ୍ତର ଯାଞ୍ଚ କରିବା ଦରକାର ପଡ଼ିବ ନାହିଁ। ନିଜ ନଖର ଏକ ଫଟୋ ନେଇ ଆପଣ ଏହି ଆପରେ ଲୋଡ୍ କରିବେ। ଆପ୍ ସେହି ଫଟୋ ମାଧ୍ୟମରେ ଶରୀରରେ ମହଜୁଦ ଥିବା ହିମୋଗ୍ଲୋବିନର ମାତ୍ରାକୁ ଦର୍ଶାଇବ। ଏହି ଟେକ୍ନୋଲୋଜି ଏତେ ସହଜ ଯେ ଏହାକୁ ଯେକୌଣସି ବ୍ୟକ୍ତି ବ୍ୟବହାର କରିପାରିବେ।

Comment