ଓଡ଼ିଶାଲାଇଭ୍ ବ୍ୟୁରୋ

ଇଶାଙ୍କ ବିବାହ ଅବସରରେ ଗରିବ ଲୋକଙ୍କୁ ଭୋଜନ କରାଉଛନ୍ତି ମୁକେଶ ଅମ୍ବାନି।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନି ରାଜସ୍ଥାନର ଉଦୟପୁରରେ ଅନ୍ନ ସେବା ଦେଉଛନ୍ତି। ମୁକେଶଙ୍କ ଝିଅ ଇଶା ଅମ୍ବାନିଙ୍କ ବିବାହ ଡିସେମ୍ବର ୧୨ ହେବାକୁ ଯାଉଛି।

ଝିଅର ବାହାଘର ଅବସରରେ ମୁକେଶ ଉଦୟପୁରରେ ଅନ୍ନସେବା ଦେଉଛନ୍ତି। ଏହି ସେବା ଡିସେମ୍ବର ୭ରୁ ଆରମ୍ଭ ହୋଇଛି।

ଗରିବ ଲୋକଙ୍କୁ ଦିନକୁ ୩ଥର ଭୋଜନ କରିବାକୁ ଦେବେ ଅମ୍ବାନିଙ୍କ ପରିବାର। ଏହି ସେବା ଡିସେମ୍ବର ୧୦ ପର୍ଯ୍ୟନ୍ତ ଚାଲିବ। ଅନ୍ନସେବା ଉଦୟପୁରର ନାରାୟଣ ସେବା ସଂସ୍ଥାନରେ କରାଯାଉଛି।

ଅନ୍ନସେବା କାର୍ଯ୍ୟକ୍ରମରେ ଶୁକ୍ରବାର ଇଶାଙ୍କ ଭାବି ସ୍ଵାମୀ ଆନନ୍ଦ ପିରମଲଙ୍କ ସହିତ ତାଙ୍କ ବାପା ଅଜୟ ପିରମଲ, ମା’ ଶ୍ଵାତୀ ପିରମଲ ସାମିଲ ହୋଇଥିଲେ।

ଇଶାଙ୍କ ବାହାଘରକୁ ଆଉ କମ ଦିନ ରହିଛି। ବାହାଘରରେ ଯୋଗ ଦେବାକୁ ଅତିଥିମାନଙ୍କ ଆସିବା ଆରମ୍ଭ ହୋଇଯାଇଛି। ଏହି ବିବାହରେ ଦେଶ ବିଦେଶରୁ ଅନେକ ଅତିଥି ଯୋଗ ଦେବେ।

Comment