ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶର ଜଣାଶୁଣା ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନିଙ୍କର ଆଜି ବିବାହ। ବିବାହ ମୁକେଶ ଅମ୍ବାନିଙ୍କ ମୁମ୍ବାଇସ୍ଥିତ ବାସଭବନ ଏଣ୍ଟିଲିଆରେ ହେଉଛି। ଆନନ୍ଦ ପିରମଲ ପରିବାର ସହିତ ଏଣ୍ଟିଲିଆରେ ପହଞ୍ଚିଛନ୍ତି। ଅମ୍ବାନିଙ୍କ ପରିବାର ତାଙ୍କୁ ଭବ୍ୟ ସ୍ଵାଗତ କରିଛନ୍ତି।

ପିରାମଲ୍‌ ଗ୍ରୁପ୍‌ ଅଧ୍ୟକ୍ଷ ଅଜୟ ପିରାମଲଙ୍କ ପୁଅ ଆନନ୍ଦ ପିରାମଲ୍‌ଙ୍କୁ  ଇଶା ବିବାହ କରୁଛନ୍ତି।

ଏହି ବିବାହରେ ଦେଶ ବିଦେଶରୁ ବହୁ ଅତିଥି ଯୋଗ ଦେଇଛନ୍ତି। ଏହା ହେଉଛି ସବୁଠାରୁ ହାଇ ପ୍ରୋଫାଇଲ ବାହାଘର। ଏଥିରେ ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନ ପରିବାର ସହିତ ଏଣ୍ଟିଲିଆରେ ପହଞ୍ଚିଛନ୍ତି। ଏଥିସହ ଅମିର ଖାନ ବି ତାଙ୍କ ପତ୍ନୀଙ୍କ ସହିତ ଅମ୍ବାନିଙ୍କ ଘରେ ପହଞ୍ଚିଛନ୍ତି।

ପୂର୍ବରୁ ଆମେରିକାର ପ୍ରଥମ ମହିଳା ତଥା ୨୦୧୬ ମସିହାର ଡିମୋକ୍ରାଟ୍‌ର ରାଷ୍ଟ୍ରପତି ପ୍ରାର୍ଥୀ ହିଲାରୀ କ୍ଲିଣ୍ଟନ ଓ ବିଖ୍ୟାତ ପପ୍‌ ସିଙ୍ଗର ବେୟୋନ୍‌ସ ଏହି ଉତ୍ସବରେ ଯୋଗଦେଇଥିଲେ।

Comment