ଓଡ଼ିଶାଲାଇଭ୍‌ ବ୍ୟୁରୋ

 

୨୦୧୮ରେ ଯେଉଁ ନବାଗତ ନାୟକମାନେ ବେଶ୍ ଚର୍ଚ୍ଚାରେ ରହିଛନ୍ତି, ଆସନ୍ତୁ ଜାଣିବା ସେମାନଙ୍କ ବଷୟରେ।

ପ୍ରତିବର୍ଷ ଭଳି ୨୦୧୮ରେ କେତେକ ନବାଗତ ନାୟକ ବେଶ୍ ଚର୍ଚ୍ଚିତ ହୋଇଛନ୍ତି। ଫିଲ୍ମ ଚାଲୁ କି ନ ଚାଲୁ ଏମାନେ ବର୍ଷ ସାରା ବିଭିନ୍ନ କାରଣରୁ ଚର୍ଚ୍ଚାରେ ରହିଛନ୍ତି।

ଇଶାନ୍ ଖଟ୍ଟର

ବଲିଉଡର ଲୋକପ୍ରିୟ ନାୟକ ଶାହିଦ୍ କପୁରଙ୍କ ସାନ ଭାଇ ଇଶାନ୍ ଖଟ୍ଟର ୨୦୧୮ର ସବୁଠାରୁ ଚର୍ଚ୍ଚିତ ହିରୋ। ତାଙ୍କ ଅଭିନୀତ ପ୍ରଥମ ସିନେମା ‘ଧଡ଼କ୍’ ସୁପରହିଟ୍ ହୋଇଛି। ଏହି ଫିଲ୍ମରେ ଇଶାନଙ୍କ ବିପକ୍ଷରେ ନବାଗତା ଜାହ୍ନବୀ କପୁର ଥିଲେ ନାୟିକା ଭୂମିକାରେ। ‘ଧଡ଼କ୍’ ପାଇଁ ଇଶାନ୍ ଖୁବ୍ ଚର୍ଚ୍ଚାରେ ରହିଛନ୍ତି।

ଆୟୁଷ ଶର୍ମା

ବଲିଉଡର ଦବଙ୍ଗ ଷ୍ଟାର ସଲମାନ୍ ଖାନଙ୍କ ଭିଣୋଇ ଆୟୁଷ ଶର୍ମାଙ୍କ ଡେବ୍ୟୁ ଫିଲ୍ମ ‘ଲଭ ରାତ୍ରି’ ବି ଆସିଛି ୨୦୧୮ରେ। ସଲମାନ୍ ଖାନ୍ ପ୍ରଡକ୍ସନ୍ସ ବ୍ୟାନରରେ ନିର୍ମିତ ଏହି ସିନେମାଟି ଫ୍ଲପ୍ ହୋଇଥିଲେ ବି ଆୟୁଷ ଶର୍ମା ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ଆୟୁଷ ନିକଟରେ ଅଭିନେତା ସଞ୍ଜୟ ଦତ୍ତଙ୍କ ସହିତ ଏକ ନୂଆ ଫିଲ୍ମ ସାଇନ୍ କରିଛନ୍ତି। ସେହିପରି ଆୟୁଷ ସଲମାନ୍ ଖାନ୍ ପ୍ରଡକ୍ସନ୍ସର ଅନ୍ୟ ଏକ ସିନେମାରେ ବି ହିରୋ ହେବେ ବୋଲି ଜଣାଯାଇଛି।

ଦୁଲ୍‌କର୍ ସଲମାନ୍

ବଲିଉଡର ଆଉ ଜଣେ ନବାଗତ ନାୟକ ହେଲେ ଦୁଲ୍‌କର୍ ସଲମାନ୍। ତାଙ୍କୁ ଚଳିତ ବର୍ଷ ମୁକ୍ତିଲାଭ କରିଥିବା ସିନେମା ‘କାରୱାନ’ରେ ଦେଖିବାକୁ ପାଇଛନ୍ତି। ଇରଫାନ୍ ଖାନଙ୍କ ସହିତ ଏହି ଫିଲ୍ମରେ ସେ ନଜର ଆସିଛନ୍ତି।

ରୋହନ ମେହେରା

ବଲିଉଡର ଦିବଙ୍ଗତ ଅଭିନେତା ବିନୋଦ ମେହେରାଙ୍କ ପୁତ୍ର ରୋହନ ମେହେରା ଏ ବର୍ଷ ବଲିଉଡରେ ହିରୋ ଭାବେ ଡେବ୍ୟୁ କରିଛନ୍ତି। ତାଙ୍କ ଅଭିନୀତ ପ୍ରଥମ ସିନେମା ହେଲା ‘ବାଜାର୍’। ଏହି ଫିଲ୍ମରେ ରୋହନ୍ ସୈଫ୍ ଅଲ୍ଲୀ ଖାନ୍ ଓ ଚିତ୍ରାଙ୍ଗଦା ସିଂହଙ୍କ ସହିତ ଅଭିନୟ କରି ଚର୍ଚ୍ଚିତ ହୋଇଛନ୍ତି।

ଉତ୍କର୍ଷ ଶର୍ମା

‘ଗଦ୍ଦର୍ ଏକ ପ୍ରେମ କଥା’, ଶ୍ରଦ୍ଧାଞ୍ଜଳି, ବୀର୍, ଅବ୍ ତୁହ୍ମାରେ ହୱାଲେ ବତନ୍ ସାଥିଓଁ ଭଳି ଲୋକପ୍ରିୟ ହିନ୍ଦୀ ସିନେମାର ନିର୍ଦ୍ଦେଶକ ଅନୀଲ ଶର୍ମାଙ୍କ ପୁତ୍ର ଉତ୍କର୍ଷ ଶର୍ମା ବି ୨୦୧୮ର ଜଣେ ଚର୍ଚ୍ଚିତ ହିରୋ। ସେ ୨୦୧୮ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଜିନିଅସ୍’ ଜରିଆରେ ଡେବ୍ୟୁ କରିଛନ୍ତି। ଉତ୍କର୍ଷ ଶର୍ମା ଗଦ୍ଦର-ଏକ ପ୍ରେମ କଥା’ରେ ସନ୍ନି ଦେଓଲଙ୍କ ପୁଅ ଭୂମିକା ନିଭାଇଥିଲେ। ‘ଜିନିଅସ୍’ରେ ଇଶିତା ଚୌହାନଙ୍କୁ ନାୟିକା ଭୂମିକାରେ ଦେଖିବାକୁ ମିଳିଛି।

ରୋବିନ୍ ସୋହି

୨୦୧୮ରେ ରୋବିନ୍ ସୋହି ମଧ୍ୟ ବଲିଉଡରେ ଡେବ୍ୟୁ କରିଥିଲେ। ଏ ବର୍ଷ ତାଙ୍କ ଅଭିନୀତ ‘ଏକତା’ ଓ ରାଜା ଆବ୍ରୋ ଆଦିୟା’ ରିଲିଜ୍ ହୋଇଛି। ଏଥିମଧ୍ୟରୁ ରାଜା ‘ଆବ୍ରୋ ଆଦିୟା’ରେ ବୈଷ୍ଣବୀ ପଟ୍ଟବର୍ଦ୍ଧନ ଓ ଅଳକୃତା ଭୋରା ପ୍ରମୁଖ ଲିଡ୍ ରୋଲରେ ଥିଲେ।

ଅପରପକ୍ଷରେ ଜି ସୁର୍ମାନ୍ ରେଡିଙ୍କ ନିର୍ଦ୍ଦେଶିତ ‘ଏକତା’ ବି ନଜର ଆସିଛନ୍ତି ସେ। ଏହି ସିନେମାରେ ସଲିଲ ଅଙ୍କୋଲା, ନବନୀତ କୌର୍ ଧିଲୋଁ, ଅବନୀତ କୌର ପ୍ରମୁଖ ଅଭିନୟ କରିଛନ୍ତି।

Comment