ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଯୋଧ୍ୟାର ବିବାଦୀୟ ରାମ ଜନ୍ମଭୂମି-ବାବ୍ରୀ ମସଜିଦ୍ ଜମି ଉପରେ ନମାଜ ପାଠ ପାଇଁ ଅନୁମତି ପ୍ରଦାନ କରିବାକୁ ଆଗତ ଏକ ଜନସ୍ୱାର୍ଥ ମାମଲାକୁ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଖାରଜ କରି ଦେଇଛନ୍ତି। ଉତ୍ତରପ୍ରଦେଶ ରାଏବରେଲୀର ଅଲ୍ ରେହମାନ ଟ୍ରଷ୍ଟ ପକ୍ଷରୁ ଆଗତ ଏହି ଆବେଦନର ଶୁଣାଣି କରି ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ୍ ଏହାକୁ ଖାରଜ କରିଛନ୍ତି। ଆବେଦନକରୀ ଅଲ୍ ରେହମାନ ଟ୍ରଷ୍ଟ କର୍ତ୍ତୃପକ୍ଷଙ୍କୁ ୫ ଲକ୍ଷ ଟଙ୍କାର ଜରିମାନାରେ ଦଣ୍ଡିତ କରିଛନ୍ତି।

ଏହି ମାମଲାରେ ହାଇକୋର୍ଟଙ୍କର ଖଣ୍ଡପୀଠ ବିରକ୍ତି ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଯେ ଏହା କେବଳ ଅଦାଲତର ସମୟ ନଷ୍ଟ କରୁଛି।

ଅଯୋଧ୍ୟାର ବିବାଦୀୟ ରାମ ଜନ୍ମଭୂମି-ବାବ୍ରୀ ମସଜିଦ୍ ଜମି ଉପରେ ଥିବା ରାମଲାଲାଙ୍କ ଅସ୍ଥାୟୀ ମନ୍ଦିରରେ ପୂଜାପାଠ ପାଇଁ ହିନ୍ଦୁମାନଙ୍କୁ ଅନୁମତି ଦେଉଥିବା ବେଳେ ଏହି ବିବାଦୀୟ ଜମିର ଅନ୍ୟ ଏକ ଅଂଶରେ ମୁସଲମାନମାନଙ୍କୁ ମଧ୍ୟ ନମାଜ ପାଠ ପାଇଁ ଅନୁମତି ମିଳୁ ବୋଲି ଆବେଦନ କରି ଅଲ୍ ରେହମାନ୍ ଟ୍ରଷ୍ଟ ପକ୍ଷରୁ ଏହି ଜନସ୍ୱାର୍ଥ ମାମଲା ଆଗତ ହୋଇଥିଲା।

ଅଲ୍ ରେହମାନ୍ ଟ୍ରଷ୍ଟ ପକ୍ଷରୁ କୁହାଯାଇଥିଲା ଯେ ଅଯୋଧ୍ୟାର ବିବାଦୀୟ ରାମ ଜନ୍ମଭୂମି-ବାବ୍ରୀ ମସଜିଦ୍ ଜମି ଉପରେ କେବଳ ମାତ୍ର ହିନ୍ଦୁମାନଙ୍କର ଅଧିକାର ନାହିଁ। ଏହା ଉପରେ ମୁସଲମାନମାନଙ୍କର ମଧ୍ୟ ଅଧିକାର ଅଛି।

ଯାହାଫଳରେ ଏହାକୁ ଦୃଷ୍ଟିରେ ରଖି ବିବାଦୀୟ ଜମି ଉପରେ ଥିବା ରାମଲାଲାଙ୍କ ଅସ୍ଥାୟୀ ମନ୍ଦିରରେ ପୂଜାପାଠ ପାଇଁ ହିନ୍ଦୁମାନଙ୍କୁ ଅନୁମତି ମିଳିଥିବା ବେଳେ ଏହି ଜମିର ଅନ୍ୟ ଏକ ଅଂଶରେ ମୁସଲମାନମାନଙ୍କୁ ମଧ୍ୟ ନମାଜ ପାଠ ପାଇଁ ଅନୁମତି ମଳିବା ଆବଶ୍ୟକ। ଆଗତ ଏହି ଆବେଦନର ଶୁଣାଣି କରି ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଏହାକୁ ଖାରଜ  କରିଛନ୍ତି।

Comment