ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଟେଲିଭିଜନ ଦୁନିଆର ସବୁଠ ବିବାଦୀୟ ଶୋ କୁହାଯାଉଥିବା ବିଗ୍‌ବସ୍‌-୧୨ର ବିଜେତା ହୋଇଛନ୍ତି ଦୀପିକା କକ୍କଡ। ସଲମାନ ଖାନ୍‌ ଦୀପିକାଙ୍କୁ ବିଜେତା ଟ୍ରଫି ଦେଇଛନ୍ତି। ତେବେ ଦୀପିକା ଶୋ’ ବିଜେତା ହେବାପରେ ସବୁଠି ଦୀପିକାଙ୍କୁ ନେଇ ଚର୍ଚ୍ଚା। ତେବେ ଆସନ୍ତୁ ଜାଣିବା ଦୀପିକାଙ୍କ ବିଗ୍‌ବସ୍‌-୧୨ର ବିଜେତା ହେବା ଯାଏ ସଫର ବାବଦରେ କିଛି ଅଜଣା କଥା।

ଦୀପିକା ଅଭିନେତ୍ରୀ ଭାବେ କାମ କରିବା ପୂର୍ବରୁ ସେ ଏୟାରହଷ୍ଟେସ୍‌ ଭାବେ କାମ କରୁଥିଲେ । ମାତ୍ର ତାଙ୍କ ଲାଗି ଭଗବାନ ଯେମିତି ଆଉ କିଛି ପ୍ଲାନ କରିଥିଲେ। ସେ ଚାକିରୀ ଛାଡି ଟେଲିଭିଜନ ଦୁନିଆରେ ପାଦ ରଖିଲେ ଆଉ ଦେଖୁ ଦେଖୁ ସେ ଏକ ସଫଳ ଅଭନେତ୍ରୀ ବନିଗଲେ।

୧୨ବର୍ଷ ପୂର୍ବରୁ ଦୀପିକା ଅଭିନୟ ଜଗତରେ ପାଦ ଦେଇଥିଲେ। ଦୀପିକା ‘ନୀର ଭରେ ତେରେ ନୈନା ଦେବୀ’ରୁ କାମ ଆରମ୍ଭ କରିଥିଲେ। ସେଥିରେ ମୁଖ୍ୟ ଭୂମିକାରେ ସେ ଅଭିନୟ କରିଥିଲେ। ଏହା ପରେ ସେ ‘ଅଗଲେ ଜନମ ମାହେ ବେଟିଆ ହି କିଜୋ’ରେ ନଜର ଆସିଥିଲେ।  

ଏହା ପରେ ଦୀପିକାଙ୍କୁ ଶଶୁରାଲ ସିମର କା ସିରିୟଲ ପାଇଁ ଅଫର ଆସିଥିଲା। ଯେଉଁଥିରୁ ତାଙ୍କୁ ଅନେକ ସଫଳତା ମିଳିଥିଲା। ‘ନୀର ଭରେ ତେରେ ନୈନା ଦେବୀ’ଠୁ ଆରମ୍ଭ କରି ବିଗ୍ ବସ୍‌-୧୨ର ବିଜେତା ଯାଏଁ ସଫର ଏତେ ସହଜ ନଥିଲା।

ଯେତେବେଳେ ଦୀପିକା ‘ସସୁରାଲ ସିମର କା’ରେ କାମ କରୁଥିଲେ ସେତେବେଳେ ବହୁତ କମ୍ ଲୋକଙ୍କୁ ଜଣାଥିଲା କି ସେ ବିବାହିତା ବୋଲି। ମାତ୍ର ପରେ କିଛି ଘରୋଇ କାରଣ ଯୋଗୁଁ ସେ ନିଜ ସ୍ୱାମୀ ରୋନକଙ୍କଠୁ ଅଲଗା ହୋଇଥିଲେ। ଏହା ପରେ ଦୀପିକା ସୋଏବ ଇବ୍ରାହିମଙ୍କ ମଧ୍ୟରେ ଘନିଷ୍ଠତା ବଢିଥିଲା। ସୋଏବ ରିଲରେ ଦୀପିକାଙ୍କ ସ୍ୱାମୀ ଭୂମିକା ନିଭାଉଥିଲେ।

ଏହା ପରେ ଉଭୟ ଧିରେ ଧିରେ ପରସ୍ପରକୁ ଜାଣିଥିଲେ ଓ ସେମାନଙ୍କ ବନ୍ଧୁତା ଭଲପାଇବାରେ ପରିଣତ ହୋଇଥିଲା। ସେମାନଙ୍କ ରିଲେସନସିପ୍‌ ବାବଦରେ ଢେର ଚର୍ଚ୍ଚା ବି ହୋଇଥିଲା। ଉଭୟ ଦୀପିକା ଓ ସୋଏବ ୨୦୧୮ ମାର୍ଚ୍ଚରେ ହିଁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଦୀପିକା ବିଗ୍‌ବସ୍‌-୧୨ର ବିଜେତା ହେବା ପରେ ଅନେକ ତାଙ୍କୁ ଶୁଭେଛା ଜଣାଉଛନ୍ତି।

Comment