ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦ବର୍ଷ ବୟସରେ ସଠିକ୍ ଭାବେ କ୍ୟାରିୟର ବାଛିବା ଏତେ ସହଜ ହୋଇ ନଥାଏ। ତେବେ ଏମିତି ଜଣେ ଜଣେ ବ୍ୟକ୍ତି ଅଛନ୍ତି, ଯିଏକି ୨୦ବର୍ଷ ବୟସରେ ୨୦ହଜାର କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇପାରିଛନ୍ତି। ସେ ହେଉଛନ୍ତି ଜୟପୁର ରାଜା ପଦ୍ମନାଭ।

ଜୟପୁରରେ ବସବାସ କରୁଥିବା ରାଜକୁମାରୀ ଦିଆ କୁମାରୀ ଓ ନରେନ୍ଦ୍ର ସିଂହଙ୍କ ପୁଅ ପଦ୍ମନାଭ ଜୟପୁରର ସବୁଠାରୁ ଯୁବା ରାଜକୁମାର। ଜେଜେ ବାପା ମାନ ସିଂହଙ୍କ ମୃତ୍ୟୁ ପରେ ପଦ୍ମନାଭଙ୍କୁ ମାତ୍ର ୪ବର୍ଷ ବୟସରେ ରାଜା ବନାଇ ଦିଆଯାଇଥିଲା।

ରାମ ନିବାସ ନାମକ ମହଲରେ ପଦ୍ମନାଭଙ୍କ ନିଜର ଏକ ଘରୋଇ ଆପାର୍ଟମେଣ୍ଟ ରହିଛି। ପଦ୍ମନାଭ ସେହିଠାରେ ରୁହନ୍ତି। ଏହା ସେହି ସ୍ଥାନ ଯେଉଁଠାରେ ପଦ୍ମନାଭଙ୍କ ଜେଜେବାପା ମାନ ସିଂହ ବସବାସ କରୁଥିଲେ। ଏଥିରେ ଗୋଟିଏ ବେଡରୁମ୍ ବ୍ୟତୀତ, ଡ୍ରେସିଂ ରୁମ୍, ପ୍ରାଇଭେଟ ଡାଇନିଙ୍ଗ ରୁମ୍, ପ୍ରାଇଭେଟ କିଚନ୍ ଓ ପୋଖରୀ ବି ରହିଛି।

ଆଜମେରରେ କଲେଜ ସାରିବା ପରେ ରାଜା ପଦ୍ମନାଭ ୨୦୧୮ ସେପ୍ଟେମ୍ବରରେ ଏକ ପ୍ରାଇଭେଟ ୟୁନିଭର୍ସିଟିରେ ଯୁକ୍ତ ୩ କଳାରେ ପାଠପଢ଼ା ପାଇଁ ରୋମ ଚାଲି ଯାଇଥିଲେ। ରାଜା ପଦ୍ମନାଭ ବିଶ୍ୱକପ ପୋଲୋ ଟିମ୍‌ର ସବୁଠାରୁ ଯୁବ ଖେଳାଳି ଓ ଭାରତୀୟ ଓପନ୍ ପୋଲୋ କପରେ ସେ ସବୁଠାରୁ ଯୁବ ବିଜେତା ବି ରହିଛନ୍ତି।

ଖାଲି ସେତିକି ନୁହେଁ ମଡେଲିଂ ସହିତ ବିଦେଶ ଭ୍ରମଣକୁ ପସନ୍ଦ କରନ୍ତି ପଦ୍ମନାଭ। ଏତେ କମ୍ ବର୍ଷ ବୟସରେ ସେ ଇଟାଲୀ, ସ୍ପେନ, ସାଉଥ ଆଫ୍ରିକା, ପେରୁ, କଲମ୍ବିଆ ଏବଂ ପର୍ତ୍ତୁଗାଲ ଭଳି ଦେଶ ଭ୍ରମଣ କରିସାରିଛନ୍ତି।

Comment