ଓଡ଼ିଶାଲାଇଭ୍‌ ବ୍ୟୁରୋ

ନ୍ୟାସନାଲ ହେରାଲ୍ଡ ମାମଲାରେ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧି ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଲାଗିଛି ଶକ୍ତ ଝଟକା। ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଟିକସ ପୈଠ ନକରିବା ନେଇ ଆୟକର ବିଭାଗ ୧୦୦ କୋଟି ଟଙ୍କାର ନୋଟିସ୍ ପଠାଇଛି।

ନ୍ୟାସନାଲ୍ ହେରାଲ୍ଡ ମାମଲାରେ ଆୟକର ବିଭାଗ ପକ୍ଷରୁ ସୋନିଆ ଓ ରାହୁଲଙ୍କର ଆୟର ସମୀକ୍ଷା କରାଯାଇଥିଲା। ଏହି ସମୀକ୍ଷାରୁ ଜଣାପଡ଼ିଛି କି ୨୦୧୧-୧୨ ଆର୍ଥିକ ବର୍ଷରେ ରାହୁଲ୍ ଓ ସୋନିଆ ଗାନ୍ଧି ୧୫୫ କୋଟି ଓ ୧୫୫.୪ କୋଟି ଟଙ୍କାର ଆୟ ଦର୍ଶାଇ ନାହାନ୍ତି।

ରାହୁଲ ସେ ବର୍ଷ ୬୮.୧୨ କୋଟି ଟଙ୍କାର ରିଟର୍ଣ୍ଣ ଦାଖଲ କରିଥିବା ବେଳେ ତାଙ୍କର ଦଳୀୟ ସହଯୋଗୀ ଓସ୍କାର ଫର୍ଣ୍ଣାଣ୍ଡେଜଙ୍କ ୪୮.୯୩ କୋଟିର ରିଟର୍ଣ୍ଣ ଦାଖଲ  କରିଥିବା ଆୟକର ବିଭାଗ ସୂତ୍ରରୁ ଜଣାଯାଇଛି।

ଏଥିପୂର୍ବରୁ ସୋନିଆଙ୍କ ପକ୍ଷରୁ ପି.ଚିଦାମ୍ବରମ୍ ସୁପ୍ରିମକୋର୍ଟରେ ଏକ ଅପିଲ କରି ଆୟକର ବିଭାଗ ପକ୍ଷରୁ ପୁଣି ଥରେ ଆରମ୍ଭ କରାଯାଇଥିବା କର ପୁର୍ନଆକଳନକୁ ବିରୋଧ କରିଥିଲେ।

ସେ ଅଭିଯୋଗ କରିଥିଲେ କି ସୋନିଆ ଗାନ୍ଧିଙ୍କ ଉପରେ ତ୍ରୁଟିଯୁକ୍ତ ଭାବେ ୪୪ କୋଟି ଟଙ୍କାର ଆୟ ଉପରେ କର ଲଦି ଦିଆଯାଇଛି।

ଜଷ୍ଟିସ ଏ.କେ.ସିକ୍ରିଙ୍କୁ ନେଇ ଗଠିତ ଖଣ୍ଡପୀଠରେ ହାଜର ହୋଇ ପି ଚିଦାମ୍ବରମ୍ ସୋନିଆଙ୍କ ପକ୍ଷ ରଖି ଯୁକ୍ତି ବାଢ଼ିଥିଲେ।  କହିଥିଲେ, ଟିକସ ଆକଳନ କରୁଥିବା ଅଧିକାରୀ ୧୪୧ କୋଟି ଟଙ୍କାର ଆୟ ଉପରେ ଟିକସ ଦିଆଯାଇ ନଥିବା ଦର୍ଶାଇଛନ୍ତି। ମାତ୍ର ଏହା କିପରି ସମ୍ଭବ ବୋଲି ପ୍ରଶ୍ନ କରିଥିଲେ ଚିଦାମ୍ବରମ୍। କାରଣ ସୋନିଆ ଗାନ୍ଧି ତାଙ୍କ ରିଟର୍ଣ୍ଣ ଦାଖଲ ବେଳେ ଏପରି ଆୟ ବିଷୟରେ ଆଦୌ ଉଲ୍ଲେଖ କରି ନାହାନ୍ତି।

Comment