ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଧରଣତଃ ଲୋକେ ସେମାନଙ୍କ ପ୍ରିୟଜନଙ୍କ ଦେହାନ୍ତ ପରେ ସେମାନଙ୍କୁ ମନେ ରଖିବା ଲାଗି କିମ୍ବା ସେମାନଙ୍କ ସ୍ମୃତିରେ ମନ୍ଦିର ନିର୍ମାଣ କରିଥାନ୍ତି। ମାତ୍ର ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ରାୟପୁରଠୁ ୮୦ କିମି ଦୂର ଏକ ଗାଁର ଲୋକେ କୁମ୍ଭୀରର ସ୍ମୃତିରେ ଏକ ମନ୍ଦିର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସୂଚନାନୁସାରେ ରାୟପୁରଠୁ ୮୦କିମି ଦୂର ଏକ ଗାଁରେ କୁମ୍ଭୀରର ମୃତଦେହ ଉଦ୍ଧାର କରାଯିବା ପରେ ଗ୍ରାମବାସୀ ଶୋକ ପାଳନ କରିଛନ୍ତି। ଉକ୍ତ କୁମ୍ଭୀରକୁ ଗାଁ ଲୋକେ ନିଜର ସୁରକ୍ଷାଦାତା ଭାବେ ମାନୁଥିବାରୁ ତାର ମୃତଦେହକୁ ଶୋଭାଯାତ୍ରାରେ ନେଇ ସତ୍କାର କରିଛନ୍ତି। ଏହାସହିତ କୁମ୍ଭୀରର ସ୍ମୃତିରେ ଏକ ସ୍ମୃତି ପୀଠ କିମ୍ବା ମନ୍ଦିର ନିର୍ମାଣ କରାଯିବ ବୋଲି କହିଛନ୍ତି ସ୍ଥାନୀୟ ସରପଞ୍ଚ।

ଗାଁ ଲୋକଙ୍କ କହିବାନୁସାରେ କୁମ୍ଭୀରର ନାଁ ‘ଗଙ୍ଗାରାମ’ ଥିଲା। ତା’ର ବୟସ ୧୩୦ବର୍ଷ ଓ ଓଜନ ୨୫୦କିଲୋରୁ ଅଧିକ ଥିଲା। ପୋଖରୀର ପାଣି ସମସ୍ତେ ବ୍ୟବହାର କରୁଥିଲେ ମଧ୍ୟ ‘ଗଙ୍ଗାରାମ’ କାହାର କ୍ଷତି କରୁନଥିଲା। ‘ଗଙ୍ଗାରାମ’ର ସତ୍କାରରେ ପ୍ରାୟ ସମସ୍ତ ଗାଁଲୋକେ ସାମିଲ ହୋଇଥିଲେ।

Comment