ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଆ ପୁଅଙ୍କ କମାଲ। ରାଷ୍ଟ୍ରପତି ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି ଦୁଇ ଓଡ଼ିଆ ଛାତ୍ର। ସେମାନଙ୍କ ନାଁ ନୈଶର୍ଗିକ ଲେଙ୍କା ଓ ଆୟୁଷ୍ମାନ ତ୍ରିପାଠୀ। ମଙ୍ଗଳବାର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ଦୁଇ ଓଡ଼ିଆ ଛାତ୍ରଙ୍କୁ ‘ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ୨୦୧୯’ରେ ସମ୍ମାନୀତ କରିଛନ୍ତି।

ନୈଶର୍ଗିକ ଓ ଆୟୁଷ୍ମାନଙ୍କ ସହ ଅନ୍ୟ ୨୬ଟି ପିଲା, ୨ଜଣ ବ୍ୟକ୍ତି ଓ ୩ଟି ଅନୁଷ୍ଠାନକୁ ଏହି ପୁରସ୍କାର ମିଳିଛି। ଉଦ୍ଭାବନ, ସମାଜସେବା, ଶିକ୍ଷାରେ ପାରଦର୍ଶିତା, ଖେଳକୁଦ, କଳା ଓ ସଂସ୍କୃତି ଏବଂ ସାହାସିକତାରେ ଶ୍ରେଷ୍ଠ ପିଲାଙ୍କୁ ଏହି ପୁରସ୍କାର ମିଳିଥାଏ।

 

୧୬ ବର୍ଷିୟ ନୈଶର୍ଗିକ ଲେଙ୍କାଙ୍କୁ ଉଦ୍ଭାବନ କ୍ଷେତ୍ରରେ ‘ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ୨୦୧୯’ମିଳିଛି। ସେହିପରି ଶିକ୍ଷାରେ ପାରଦର୍ଶିତା କ୍ଷେତ୍ରରେ ଆୟୁଷ୍ମାନ ତ୍ରିପାଠୀଙ୍କୁ ଏହି ପୁରସ୍କାର ମିଳିଛି।

ଏହି ପୁରସ୍କାର ପ୍ରଦାନ ସମୟରେ କେନ୍ଦ୍ର ମହିଳା ଓ ବାଲବିକାଶ ମନ୍ତ୍ରୀ ମେନକା ଗାନ୍ଧି ତଥା ପ୍ରମୁଖ ମାନ୍ୟଗନ୍ୟ ବ୍ୟକ୍ତି ରାଷ୍ଟ୍ରପତି ଭବନରେ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ଓଡ଼ିଶାର ପୂର୍ବତନ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏହି ପୁରସ୍କାର ପାଇଁ ନୈଶର୍ଗିକ ଓ ଆୟୁଷ୍ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Comment